ଆସିଗଲା ଭୋଡ଼ାଫୋନର ୪ଟି ନୂଆ ପ୍ରିପେଡ ପ୍ଲାନ୍ : ୨୪ଟଙ୍କା ରିଚାର୍ଜ କଲେ ମିଳିବ ଏହି ଫାଇଦା

Published By : Prameya-News7 Bureau | December 21, 2019 IST

ନୂଆଦିଲ୍ଲୀ ୨୧/୧୨: ଭୋଡ଼ାଫୋନ୍ ଭାରତରେ କିଛି ନୂଆ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ଏହାର ମୂଲ୍ୟ ୧୨୯ଟଙ୍କାରୁ ଆରମ୍ଭ ହୋଇ ୨୬୯ଟଙ୍କା। ଏହି ନୂଆ ପ୍ଲାନରେ ଅନଲିମିଟେଡ କଲିଙ୍ଗ୍ ଏବଂ ଡାଟା ବେନେଫିଟସ ବ୍ୟତୀତ ଗ୍ରାହକଙ୍କୁ ଭୋଡ଼ାଫୋନ୍ ପ୍ଲେ ଏବଂ ଜି୫ର ସବସ୍କ୍ରିପ୍ସନ୍ ମଧ୍ୟ ମିଳିବ। ଏହି ନୂଆ ବଣ୍ଡଲ୍ ପ୍ଲାନ୍ ୧୨୯ଟଙ୍କା,୧୯୯ଟଙ୍କା ଏବଂ ୨୬୯ଟଙ୍କା। ଏହା ବ୍ୟତୀତ କମ୍ପାନୀ ଏକ ନୂଆ ୨୪ଟଙ୍କାର ପ୍ରିପେଡ ପ୍ଲାନ୍ ମଧ୍ୟ ଗ୍ରାହକଙ୍କ ପାଇଁ ଆଣିଛି। ଏଥିରେ ୧୦୦ମିନିଟ୍ ଅନ୍-ନେଟ୍ କଲିଙ୍ଗର ଫାଇଦା ଗ୍ରାହକଙ୍କୁ ମିଳିବ। ଏହାର ଫାଇଦା ଗ୍ରାହକ ରାତି ୧୧ଟାରୁ ସକାଳ ୬ଟା ଯାଏଁ ନେଇ ପାରିବେ। ଲୋକାଲ/ନ୍ୟାସନାଲ କଲ୍ ପାଇଁ ଗ୍ରାହକଙ୍କ୨.୫ପଇସା ପ୍ରତି ସେକେଣ୍ଡ ହିସାବରେ କଟିବ।

ଭୋଡ଼ାଫୋନର ୨୬୯ଟଙ୍କାର ପ୍ଲାନ୍ ବିଷୟରେ କହିବା ଯଦି ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ କଲିଙ୍ଗ୍ ସହ ୪ଜିବି ମିଳିବ। ଏହି ପ୍ଲାନର ଭ୍ୟାଲିଡିଟି ୫୬ଦିନ ଏବଂ ଗ୍ରାହକଙ୍କୁ ୬୦୦ଟି ଏସଏମଏସର ଫାଇଦା ମିଳିବ। ଗ୍ରାହକ ଭୋଡ଼ାଫୋନ୍ ପ୍ଲେ ଏବଂ ଜି୫କୁ ମଧ୍ୟ ଆକ୍ସେସ୍ କରି ପାରିବେ।

ଭୋଡ଼ାଫୋନର ୧୯୯ଟଙ୍କାର ପ୍ଲାନ୍ ବିଷୟରେ କଥା ହେବା ଯଦି ଏହି ପ୍ଲାନର ଭ୍ୟାଲିଡିଟି ୨୧ଦିନ। ଏଥି​ରେ ଗ୍ରାହକଙ୍କୁ ଅନଲିମିଟେଡ କଲିଙ୍ଗ୍ ସହ ପ୍ରତିଦିନ ୧ଜିବି ଡାଟା ମିଳିବ। ଏହା ସହିତ ଗ୍ରାହକ ପ୍ରତିଦିନ ୧୦୦ଟି ଏସଏମଏସର ଫାଇଦା ନେଇପାରିବେ। ଏହି ପ୍ଲାନରେ ଗ୍ରାହକଙ୍କୁ ଭୋଡ଼ାଫୋନ୍ ଏବଂ ଜି୫ର ସବସ୍କ୍ରିପ୍ସନ୍ ଦିଆଯିବ।

୧୨୯ଟଙ୍କାର ପ୍ଲାନରେ ବିନା ଏଫୟୁପିରେ ଯେକୌଣସି ନେଟଓ୍ବାର୍କରେ ଅନଲିମିଟେଡ କଲିଙ୍ଗ,୨ଜିବି ଡାଟା ଏବଂ ମୋଟ ୩୦୦ଟି ଏସଏମଏସ୍ ମିଳିବ। ଏହି ପ୍ଲାନର ଭ୍ୟାଲିଡିଟି ୧୪ଦିନ। ଏଠାରେ ଗ୍ରାହକଙ୍କୁ ଭୋଡ଼ାଫୋନ୍ ପ୍ଲେ ଏବଂ ଜି୫ର ସବସ୍କ୍ରିପ୍ସନ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.