ଭୋଡ଼ାଫୋନର ଧମାକା ! ଲଞ୍ଚ କଲା ଜିଓଠାରୁ ମଧ୍ୟ ଶସ୍ତା ୩୬୫ଦିନ ବୈଧତାର ପ୍ରିପେଡ୍ ପ୍ଲାନ୍

Published By : Prameya-News7 Bureau | January 13, 2019 IST

ନୂଆଦିଲ୍ଲୀ ୧୩/୧: ଆପଣମାନେ ସମସ୍ତେ ଜାଣନ୍ତି ଯେ ଜିଓ ପାଇଁ ଟେଲିକମ୍ ଇଣ୍ଡଷ୍ଟ୍ରିରେ ଗୋଳମାଳ ଲାଗିରହିଛି। କୈାଣସି କମ୍ପାନୀ ଶାନ୍ତିରେ ନିଃଶ୍ବାସ ନେଇ ପାରୁନାହାନ୍ତି। ସବୁ କମ୍ପାନୀ ନିଜ ନିଜର ଅସ୍ତିତ୍ବ ବଜାୟ ରଖିବା ନିମନ୍ତେ ମସ୍ତିଷ୍କ ଲଗାଉଛନ୍ତି। ଭୋଡ଼ାଫୋନ୍ ଏହି କମ୍ପାନୀଗୁଡ଼ିକ ମଧ୍ୟରୁ ଜଣେ।

wp:gallery {"ids":[73576]} /wp:gallery

ଏହି କମ୍ପାନୀ ନିକଟରେ ନିଜର କେତେକ ପ୍ରିପେଡ୍ ପ୍ଲାନକୁ ପୁନରାବୃତ୍ତି କରିଥିଲା। ଆଗେ ଯେଉଁ FUP ଲିମିଟ୍ କଲିଂରେ ଲଗାଉଥିଲା ତାହା ମଧ୍ୟ ବନ୍ଦ କରି ଦେଇଛି। ଭୋଡ଼ାଫୋନ୍ ଏବେ ଧମାକା ମଚାଇଦେଇଛି। ଭୋଡ଼ାଫୋନ୍ ଏକ ବାର୍ଷିକ ପ୍ରିପେଡ୍ ପ୍ଲାନ୍ କିମ୍ବା ୩୬୫ଦିନ ବୈଧତା ଥିବା  ପ୍ରିପେଡ୍ ପ୍ଲାନ୍ ଲଞ୍ଚ୍ କରିଛି ଯାହା ଜିଓଠାରୁ ମଧ୍ୟ ଶସ୍ତା।

wp:gallery {"ids":[73577]} /wp:gallery

 ଭୋଡ଼ାଫୋନ୍ ଯେଉଁ ବାର୍ଷିକ ପ୍ରିପେଡ୍ ପ୍ଲାନ୍ ଲଞ୍ଚ୍ କରିଛି ତାହା କେବଳ ୧୪୯୯ଟଙ୍କା। ଏହି ପ୍ଲାନ୍ ଆପଣଙ୍କୁ ୩୬୫ଦିନର ବୈଧତା ସହ ମିଳିବ। ଏଥିରେ ଅନଲିମିଟେଡ୍ ନ୍ୟାସନାଲ୍ ରୋମିଙ୍ଗ୍ ଏବଂ ଭୋଡ଼ାଫୋନ୍ ପ୍ଲେ ସବସ୍କ୍ରିପସନ୍ ମଧ୍ୟ ମାଗଣା ମିଳିବ। ଏହି ପ୍ରିପେଡ୍ ପ୍ଲାନରେ ଆପଣ ଅନଲିମିଟେଡ୍ ଲୋକାଲ୍ ନ୍ୟାସନାଲ୍ କଲ୍ କରିପାରିବେ। ଏଥିରେ କଲିଂରେ କୈାଣସି ଧରଣର FUP ଲିମିଟ୍ ନାହିଁ। ଆପଣ ଯେତେ ସମୟ ଚାହିଁବେ କଲ୍ କରିପାରିବେ।

wp:gallery {"ids":[73578]} /wp:gallery

ଭୋଡ଼ାଫୋନର ଏହି ନୂଆ ପ୍ଲାନରେ ପ୍ରତିଦିନ ୧୦୦ଟି ଏସଏମଏସ୍ ଦିଆଯିବ। ପ୍ରତିଦିନ ୧ଜିବି ଇଣ୍ଟରନେଟ୍ ଡାଟା ମିଳିବ ଯାହା ୩ଜି/୪ଜି ଉଭୟ ନେଟଓ୍ବାର୍କରେ ଚାଲିବ। ପ୍ରତିଦିନ ଡାଟା ଲିମିଟ୍ କ୍ରସ୍ କରିବା ପରେ ପ୍ରତି ଏମବିକୁ ୫୦ପଇସା ଡାଟା ଚାର୍ଜ ନିଆଯିବ। ଭୋଡ଼ାଫୋନ୍ ଏହି ପ୍ଲାନ୍ ଜିଓର ୧୬୯୯ଟଙ୍କାର ପ୍ଲାନକୁ ମାତ୍ ଦେବା ପାଇଁ ଲଞ୍ଚ୍ କରିଛି। ଜିଓର ପ୍ଲାନ୍ ଏହାଠାରୁ ୨୦୦ଟଙ୍କା ମହଙ୍ଗା ରହିଛି ଏବଂ ଡାଟା ମଧ୍ୟ ଅଧିକ ମିଳୁଛି। ଜିଓର ଏହି ପ୍ୟାକରେ ପ୍ରତିଦିନ ୧.୫ଜିବି ହାଇ ସ୍ପିଡ୍ ୪ଜି ଡାଟା ଗ୍ରାହକଙ୍କୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.