ଖୁସି ଖବର : ଭୋଡ଼ାଫୋନ୍-ଆଇଡିଆ ଆରମ୍ଭ କଲା ଭୟେସ୍ ବେସ୍ଡ ରିଚାର୍ଜ ସୁବିଧା

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫/୫ : ଭୋଡ଼ାଫୋନ୍ ଆଇଡିଆ ଏବଂ ରିଟେଲର ମଧ୍ୟରେ ସୋସିଆଲ୍ ଡିସଟ୍ୟାନସିଂ ମେଣ୍ଟେନ୍ କରିବା ଏବଂ ଟଚ୍ ଫ୍ରି ରିଚାର୍ଜ ପ୍ରୋସେସ୍ କରିବା ପାଇଁ ଏକ ଭୟସ୍ ବେସ୍ଡ ରିଚାର୍ଜ ଫ୍ୟାସିଲିଟି ଆରମ୍ଭ କରାଯାଇଛି। ଏହାର ବ୍ୟବହାର ରିଟେଲ୍ ଆଉଟଲେଟସ୍ ପାଇଁ କରାଯାଇ ପାରିବ। ସାଧାରଣତଃ ଲୋକେ ଆପ୍ ଜରିଆରେ ହିଁ ଅନଲାଇନ୍ ରିଚାର୍ଜ କରନ୍ତି। କିଛି ଲୋକ ଏବେ ବି ରିଚାର୍ଜ କରିବା ପାଇଁ ରିଟେଲ୍ ଆଉଟଲେଟ୍ସ ବ୍ୟବହାର କରିଥାନ୍ତି।

ଏହି ଫିଚର ଭୋଡ଼ାଫୋନ୍ ଆଇଡିଆର ସ୍ମାର୍ଟ କନେକ୍ଟ ରିଟେଲର ଆପ୍ ଜରିଆରେ ଉପଲବ୍ଧ କରାଯିବ।

ଏବେ ଗ୍ରାହକ କିମ୍ବା ରିଟେଲର ଗୁଗଲ୍ ଭଏସ-ଇନେବଲ୍ଡ ଡିଭାଇସକୁ ୧୦ଡିଜିଟ୍ ଥିବା ମୋବାଇଲ୍ ନମ୍ବର ଦ୍ବାରା କହି ପାରିବେ। ଏହି ଡିଭାଇସ୍ ୧୦ଫୁଟ ଦୂରତା ଯାଏଁ କମାଣ୍ଡ କ୍ୟାପଚର୍ କରିବ।

ଏବେ ଯାଏଁ ଏପରି ହେଉଥିଲା ଯେ ଯେତେବେଳେ କୌଣସି ଭୋଡ଼ାଫୋନ୍ କିମ୍ବା ଆଇଡିଆ ଗ୍ରାହକ ରିଚାର୍ଜ କରିବା ପାଇଁ ରିଟେଲ୍ ଆଉଟଲେଟକୁ ଆସୁଥିଲେ,ସେତେବେଳେ ସାଧାରଣତଃ ରିଟେଲର ଦ୍ବାରା ସ୍ମାର୍ଟ କନେକ୍ଟ ରିଟେଲର ଆପ୍ ଓପନ କରି ଏକ ଫୋନ୍ ଗ୍ରାହକଙ୍କୁ ଦିଆଯାଉଥିଲା। ଏହା ପରେ ଗ୍ରାହକ ନିଜ ମୋବାଇଲ୍ ନମ୍ବର ସେଥିରେ ଦେଉଥିଲେ।

କିନ୍ତୁ ଏବେ ନୂଆ ଭୟେସ୍ ବେସ୍ଡ କଣ୍ଟାକ୍ଟଲେସ୍ ରିଚାର୍ଜ ଅପ୍ସନ ସହ ଗ୍ରାହକ ସିଧା ୧୦ ଡିଜିଟ୍ ମୋବାଇଲ୍ ନମ୍ବର କହି ପାରିବେ ଯାହା ଗୁଗଲ୍ ଭୟେସ୍ ଆସିଷ୍ଟାଣ୍ଟ ଦ୍ବାରା କ୍ୟାପଚର କରି ନିଆଯିବ।

କମ୍ପାନୀ ସୂଚନା ଦେଇଛି ଯେ ବର୍ତ୍ତମାନ ଏହି ଭୟେସ୍ ବେସ୍ଡ ଫିଚର ହିନ୍ଦୀ ଏବଂ ଇଂରାଜୀ ଭାଷାକୁ ସପୋର୍ଟ କରୁଛି। ଖୁବ୍ ଶୀଘ୍ର ବାକି ଭାଷାରେ ମଧ୍ୟ ଏହି ଫିଚରକୁ ଅଣା ଯିବ।

ଦେଶ ସାରା ଅରେଞ୍ଜ ଏବଂ ଗ୍ରୀନ୍ ଜୋନରେ ରିଟେଲ୍ ଆଉଟଲେଟ୍ସକୁ ଖୋଲା କରାଯାଇଛି। ଏପରି ପରିସ୍ଥିତିରେ ଭୋଡ଼ାଫୋନ୍ ଆଇଡିଆ ଦ୍ବାରା ସୋସିଆଲ୍ ଡିସଟ୍ୟାନସିଂ ପ୍ରତି ଯତ୍ନଶୀଳ ହେବାକୁ ଏହି ପଦକ୍ଷେପ ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.