ଭୋଡ଼ାଫୋନ୍‌-ଆଇଡିଆ ଗ୍ରାହକଙ୍କ ପାଇଁ ଖୁସିଖବର, ୧.୫ ଜିବି ବଦଳରେ ମିଳିବ ୩ ଜିବି ଡାଟା

Published By : Prameya-News7 Bureau | February 22, 2021 IST

ନୂଆଦିଲ୍ଲୀ, ୨୨/୦୨: ଭୋଡ଼ାଫୋନ୍‌-ଆଇଡିଆ ବା ଭିଆଇ ଗ୍ରାହାକଙ୍କ ପାଇଁ ଆଉ ଗୋଟିଏ ଖୁସିଖବର ଦେଇଛି କମ୍ପାନୀ । ୧.୫ ଜିବି ଡାଟା ମିଳୁଥିବା ପ୍ରିପେଡ୍‌ ପ୍ଲାନ୍‌ରେ ଏବେ ଡବଲ୍‌ ଡାଟାର ସୁବିଧା କରିଦିଆଯାଇଛି । ଫଳରେ ୧.୫ ବଦଳରେ ୩ ଜିବି ଡାଟା ଗ୍ରାହକ ବ୍ୟବହାର କରିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଭିଆଇ ୨ ଜିବି ଡାଟାର ପ୍ରିପେଡ୍‌ ପ୍ଲାନ୍‌ରେ ଡବଲ୍‌ ଡାଟା ଅଫର୍‌ ସହ ୪ ଜିବିର ଡାଟା ଦେଉଛି ।

କହିରଖୁଛୁ ଯେ ଭୋଡ଼ାଫୋନ୍‌-ଆଇଡିଆ ବା ଭିଆଇ ପ୍ରଥମ କମ୍ପାନୀ ଭାବେ ୱିକ୍‌ ଏଣ୍ଡ୍‌ ରୋଲ୍‌ଓଭର୍‌ ଏବଂ ଫ୍ରି ନାଇଟ୍‌ ଡାଟା ଭଳି ସୁବିଧା ନିଜର ଗ୍ରାହାକଙ୍କୁ ପ୍ରଦାନ କରୁଛି । କେବଳ ଏତିକି ନୁହେଁ ଡବଲ୍‌ ଡାଟା ଅଫର୍‌ ମଧ୍ୟ ଏହି କମ୍ପାନୀ ପ୍ରଥମେ ଆରମ୍ଭ କରିଛନ୍ତି ।

ଟେଲିକମ୍‌ ତକ୍‌ର ରିପୋର୍ଟ ଅନୁସାରେ, କମ୍ପାନୀର ୨୪୯ ଟଙ୍କିଆ, ୩୯୯ ଟଙ୍କିଆ, ଏବଂ ୫୯୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ରେ ଏବେ ଡବଲ୍‌ ଡାଟା ସୁବିଧା ମିଳିବା ନେଇ ଘୋଷଣା କରାଯାଇଛି । ଏହି ପ୍ଲାନ୍‌ରେ ୧.୫ ଜିବି ଡାଟା ମିଳୁଥିଲା ଯେଉଁଥିରେ ବର୍ତ୍ତମାନ ଏହି ଅଫର୍‌ ଜିରିଆରେ ପ୍ରତ୍ୟକ ଦିନ ୩ ଜିବି ଡାଟା ଦିଆଯିବ । ଏହି ପ୍ଲାନ୍‌ କ୍ରମଶଃ ୨୮ ଦିନ, ୫୬ ଦିନ, ଏବଂ ୮୪ ଦିନର ଭ୍ୟାଲିଡିଟି ସହିତ ଆସୁଛି । ତେବେ ଏହି ପ୍ଲାନ୍‌ର ସୁବିଧା କେବଳ ଚୟନ କରାଯାଇଥିବା କିଛି ନିର୍ଦ୍ଧିଷ୍ଟ ଗ୍ରାହକଙ୍କୁ ମିଳିପାରିବ ବୋଲି କମ୍ପାନୀ କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.