Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଲକ୍‌ଡାଉନ୍‌ରେ ଗ୍ରାହକଙ୍କ ପାଇଁ ଆଗକୁ ଆସିଲା ଭୋଡାଫୋନ-ଆଇଡିଆ, ଦେଲା ଫ୍ରି ଟକ୍‌ଟାଇମ୍ ଅଫର

31/03/2020 at 4:11 PM

ନୂଆଦିଲ୍ଲୀ ୩୧।୦୩: ଏୟାରଟେଲ୍ ଓ ବିଏସଏନଏଲ ପରେ ଟେଲିକମ ଅପରେଟର ଭୋଡାଫୋନ ଆଇଡିଆ ମଧ୍ୟ  କରୋନା ସଙ୍କଟ ସମୟରେ ନିଜର ଗ୍ରାହକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି। ଦେଶରେ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ୨୧ ଦିନିଆ  ଲକ୍‌ଡାଉନ୍‌ ଜାରି ରହିଛି। ଏମିତିରେ ଭୋଡାଫୋନ୍‌ କମ ଆୟ କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ଭୋଡାଫୋନ ନିଜର ସମସ୍ତ ପ୍ରିପେଡ୍‌ ପ୍ଲାନର ବୈଧତା ବଢାଇବାକୁ ନିର୍ଣ୍ଣୟ ନେଇଛନ୍ତି। ଏହା ସହିତ କମ୍ପାନୀ ମାଗଣା ଟକ୍‌ଟାଇମ୍‌ ଅଫର ଦେଇଛି।

ଟେଲିକମ୍‌ ଅପରେଟର ଘୋଷଣା କରିଛି ଯେ, କମ୍ପାନୀ ସମସ୍ତ ପ୍ରିପେଡ୍ ପ୍ଲାନର  ବୈଧତା ୨୦୨୦ ଏପ୍ରିଲ ୧୭ ପର୍ଯ୍ୟନ୍ତ ବଢାଇବାକୁ ନିର୍ଣ୍ଣୟ ନେଇଛନ୍ତି। ପ୍ଲାନର ବୈଧତା ବଢିବାରୁ ଭୋଡାଫୋନ ଓ ଆଇଡିଆର ଲକ୍ଷାଧିକ ଫିଚର ଗ୍ରାହକଙ୍କୁ ପ୍ଲାନର ଏକ୍ସପାୟରୀ ହେବା ସ୍ଥିତିରେ ମଧ୍ୟ ଇନକମିଙ୍ଗ କଲର ସୁବିଧା ମିଳିବ।

ଏହା ବ୍ୟତୀତ ଟେଲିକମ୍ ସର୍ଭିସ୍‌ ପ୍ରୋଭାଇଡର ନିଜର ପ୍ରାୟ ୧୦ କୋଟି ଫିଚର ଫୋନ୍ ଗ୍ରାହକଙ୍କ ଆକାଉଣ୍ଟରେ ୧୦ ଟଙ୍କାର ଟକ୍‌ଟାଇମ୍‌ ମଧ୍ୟ କ୍ରେଡିଟ୍‌ କରୁଛି। କମ୍ପାନୀ ଏହା ସୁନିଶ୍ଚିତ କରିବାକୁ ଚାହୁଁଛି ଯେ, ଲକ୍‌ଡାଉନ୍‌ର ସ୍ଥିତିରେ ଏହାର ଗ୍ରାହକ ନିଜର ସାଙ୍ଗ ଓ ପରିବାର ସହିତ କଲ୍‌ ଓ ଏସଏମଏସ କରି ପାରିବେ।

   Related Posts