ଭୋଡାଫୋନ୍ ଆଣିଛି ଦୁଇଟି ଶସ୍ତା ପ୍ଲାନ୍ : ଟକ୍କର ଦେବ ଜିଓର ଏହି ଦୁଇଟି ଶସ୍ତା ପ୍ଲାନ୍
2/09/2020 at 1:19 PM

ନୂଆଦିଲ୍ଲୀ ୦୨/୦୯ : ଦେଶର ବଡ ଟେଲିକମ କମ୍ପାନୀ ମଧ୍ୟରୁ ଗୋଟିଏ ଭୋଡାଫୋନ-ଆଇଡ଼ିଆ ନିଜ ୟୁଜର୍ସଙ୍କ ପାଇଁ ଦୁଇଟି ଶସ୍ତା ପ୍ଲାନ ଆଣିଛି | ୧୦୯ ଓ ୧୬୯ ଟଙ୍କାର ଦୁଇଟି ପ୍ଲାନ ଅଫର କରିଛି ଯାହାର ବୈଧତା ୨୦ ଦିନ | ଏଥିରେ ୟୁଜର୍ସଙ୍କୁ ଡାଟା ସହ କଲିଂ ସୁବିଧା ମଧ୍ୟ ମିଳିବ |
ଭୋଡାଫୋନର ୧୦୯ ପ୍ଲାନରେ ୟୁଜର୍ସ ୧ ଜିବି ଡାଟା ସହ ୩୦୦ ଏସଏମଏସ ସୁବିଧା ପାଇବେ | ଏହାସହ ସମସ୍ତ ନେଟୱାର୍କକୁ ଅନଲିମିଟେଡ଼ କଲିଂ ସୁବିଧା ମଧ୍ୟ ମିଳିବ | ଏଥିରେ ଭୋଡାଫୋନ ପ୍ଲେ ଓ Zee5 ଆପର ଫ୍ରି ସବସ୍କ୍ରିପସନ ମଧ୍ୟ ଦିଆଯାଉଛି | ଏହା ୯୯ ପ୍ଲାନର ଅପଗ୍ରେଡ଼ ପ୍ଲାନ | ୯୯ ପ୍ଲାନର ବୈଧତା ୧୮ ଦିନ ଥିଲା |
ଭୋଡାଫୋନର ୧୬୯ ପ୍ଲାନ ମଧ୍ୟ ୧୦୯ ପ୍ଲାନ ଭଳି | କିନ୍ତୁ ଏହି ପ୍ଲାନରେ ୟୁଜର୍ସଙ୍କୁ ଦିନକୁ ୧ ଜିବି ଡାଟା, ୧୦୦ ଏସଏମଏସ, ସମସ୍ତ ନେଟୱାର୍କକୁ ଅନଲିମିଟେଡ଼ କଲିଂ ସୁବିଧା ରହିଛି | ଏହାସହ ଭୋଡାଫୋନ ପ୍ଲେ ଓ Zee5 ଆପର ଫ୍ରି ସବସ୍କ୍ରିପସନ ମଧ୍ୟ ଦିଆଯାଇଛି | ଏହି ପ୍ଲାନର ବୈଧତା ୨୦ ଦିନ |
ଜିଓର ନୂଆ ପ୍ଲାନ :
ଜିଓର ୧୨୯ ଟଙ୍କା ପ୍ଲାନରେ ମୋଟ ୨ ଜିବି ଡାଟା ଦିଆଯାଇଛି | ଏଥିରେ ଜିଓରୁ ଜିଓକୁ ଅନଲିମିଟେଡ଼ କଲ ଏବଂ ନନ ଜିଓ ନେଟୱାର୍କରେ ୧୦୦୦ କଲିଂ ମିନିଟ FUP ପଲିସୀ ସୁବିଧା ଦିଆଯାଇଛି | ଏହି ପ୍ଲାନରେ ୨୮ ଦିନ ପାଇଁ ୩୦୦ ଏସଏମଏସ ଓ ଜିଓ ଆପ ସବସ୍କ୍ରିପସନ ଭଳି ସୁବିଧା ମଧ୍ୟ ମିଳିଛି | ଏହାର ବୈଧତା ୨୮ ଦିନ |
ଜିଓର ୧୪୯ ଟଙ୍କା ଡାଟା ପ୍ୟାକରେ ଦିନକୁ ୧ ଜିବି ଡାଟା ସହ ଜିଓରୁ ଜିଓକୁ ଅନଲିମିଟେଡ଼ କଲ ଏବଂ ନନ ଜିଓ ନେଟୱାର୍କକୁ ୩୦୦ କଲିଂ ମିନିଟ FUP ମିଳୁଛି | ଏହି ପ୍ଲାନରେ ଦିନକୁ ୧୦୦ ଏସଏମଏସ ଓ ଜିଓ ଆପ ସବସ୍କ୍ରିପସନ ମଧ୍ୟ ଦିଆଯାଉଛି | ଏହି ପ୍ଲାନର ବୈଧତା ୨୪ ଦିନ |