Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦ଟଙ୍କାରେ ଭୋଡା ଫୋନର ବଡ ଧମାକା, ଉଡିଲା ଜିଓର ହୋସ

25/08/2019 at 8:15 PM

ଟେଲିକମ କମ୍ପାନୀଙ୍କ ମଧ୍ୟରେ ବଢୁଥିବା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭୋଡା ଫୋନ ଲଞ୍ଚ କରିଛି ଶସ୍ତା ପ୍ଲାନ ଅଫର। ଏଥିରେ କମ୍ପାନୀ କିଛି ଦିନ ପୂର୍ବରୁ ବନ୍ଦ କରିଦେଇଥିବା ତାର ୨୦ ଟଙ୍କିଆ ପ୍ଲାନକୁ ପୁଣି ଆରମ୍ଭ କରିଛି। ଏଥିରେ ଫୁଲ ଟକ୍ ଟାଇମର ଲାଭ ସହ ୨୮ ଦିନିଆ ଭେଲିଡିଟି ଏକ୍ସଟେନସନର ସେବା ବି ପ୍ରଦାନ କରୁଛି। ଅର୍ଥାତ କମ୍ପାନୀ ମାସକ ଲାଗି ଗ୍ରାହକଙ୍କୁ ୨୦ ଟଙ୍କାରେ ଫୁଲ ଟକ୍ ଟାଇମ୍ ଦେଉଛି।

ମିନିମମ ରିଚାର୍ଜ ସ୍କିମ ଓପନ କରିବା ପରେ କମ୍ପାନୀ ପ୍ରିପେଡ ୟୁଜରମାନଙ୍କୁ ସେବା ଜାରି ରଖିବା ଲାଗି ପ୍ରତିମାସରେ ନ୍ୟୁନତମ ୨୪ ଅଥବା ୩୫ ଟଙ୍କା ରିଚାର୍ଜ କରିବା ଲାଗି ନିବେଦନ କରିଥିଲା। ହେଲେ ଏବେ ୨୦ ଟଙ୍କା ପ୍ଲାନ ଲଞ୍ଚ କରିଥିବାରୁ ଏହା ଗ୍ରାହକଙ୍କୁ ଆହୁରି ସୁବିଧାଜନକ ହୋଇଛି।

ଏହା ପୂର୍ବରୁ ଭୋଡାଫୋନ  ୨୯୯ ଟଙ୍କାର ପ୍ରିପେଡ ପ୍ଲାନ ଲଞ୍ଚ କରିଥିଲା। ଏଥିରେ ଗ୍ରାହକଙ୍କୁ ୭୦ ଦିନ ଭେଲିଡିଟି ସହିତ ୩ ଜିବି ଡାଟା ଓ ୧ ହଜାର ଏସଏମଏସର ଅଫର ଦେଇଥିଲା। ଏହି ଭେଲିଡିଟି ପରିୟଡରେ ୟୁଜରଙ୍କୁ ଯେକୌଣସି ନମ୍ବରକୁ ଲୋକାଲ ଓ ଏସଟିଡି କଲର ଅନଲିମିଟେଡ୍ ଟକ ଟାଇମ୍ ଅଫର ମଧ୍ୟ ବୈଧ। ତେବେ ଏହାର ୨୨୯ ଟଙ୍କା ପ୍ଲାନ ୨୮ ଦିନିଆ ଭେଲିଡିଟିର ହୋଇଥିବା ବେଳେ ଏଥିରେ ୨ ଜିବି ଡାଟା ଦେଉଛି।

   Related Posts