Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାର୍ଦ୍ଦିକ ୩୦ ବଲ୍‌ରୁ ୪୦ ରନର ମ୍ୟାଚ୍ ବିଜୟୀ ଅପରାଜିତ ଇନିଂସ ଖେଳିଛନ୍ତି। କିରଣ ପୋଲାର୍ଡ ୧୫ ରନରେ ଅପରାଜିତ ଥିଲେ।
  • ||
  • ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ଗାଡ଼ି, ଜଣେ ମୃତ, ଜଣେ ଗୁରୁତର
  • ||
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||

ଭୋଡାଫୋନ ଆଇଡିଆଙ୍କ ନିଷ୍ପତ୍ତି, କ୍ଷତିଭରଣା ଲାଗି ୨୫ ହଜାର କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବ କମ୍ପାନୀ

5/09/2020 at 5:12 PM

ନୂଆଦିଲ୍ଲୀ:  ଅଡଜଷ୍ଟେଡ ଗ୍ରସ୍ ରେଭିନ୍ୟୁ (ଏଜିଆର) ବକେୟା ପୈଠ କରି ପାରୁନଥିବା ଘରୋଇ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆଙ୍କ ବୋର୍ଡ ପାଣ୍ଠି ସଂଗ୍ରହ ଲାଗି କମ୍ପାନୀର ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିରେ କମ୍ପାନୀ ୨୫ ହଜାର କୋଟି ଟଙ୍କା ସଂଗ୍ରହ କରିବେ। ଫଳରେ ନଗଦ ସଂକଟରୁ କମ୍ପାନୀ ନିଜକୁ ମୁକ୍ତ କରିପାରିବ ବୋଲି ଏବେ ଆଶା କରାଯାଉଛି।

କମ୍ପାନୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବିପୁଳ ରାଶି ଇକ୍ୱଟି ବିକ୍ରି ଓ ଋଣ ମାଧ୍ୟମରେ ସଂଗ୍ରହ କରାଯିବ। ଏହାଦ୍ୱାରା କମ୍ପାନୀ ସର୍ବାଧିକ ୨୫ ହଜାର କୋଟି ଟଙ୍କା ସଂଗ୍ରହ କରିବେ। ଏଥିରୁ ୧୫ ହଜାର କୋଟି ଟଙ୍କା ଗ୍ୟାରେଣ୍ଟି ଓ ବିନା ଗ୍ୟାରେଣ୍ଟିର ପରିବର୍ତ୍ତନଶୀଳ ଡିବେଞ୍ଚର (ଏସିଡି) ଓ ଘରୋଇ ନିୟୋଜନ ଆଧାରରେ ଜାରି କରିପାରନ୍ତି।

ସୂଚନା ଯୋଗ୍ୟଯେ ସୁପ୍ରିମକୋର୍ଟ ବକେୟା ଏଜିଆର ବାବଦକୁ ୧୦ ପ୍ରତିଶତ ଚଳିତ ଆର୍ଥିକ ବର୍ଷ ସୁଧା ପୈଠ କରିବା ଲାଗି  ଟେଲିକମ୍‌ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ କମ୍ପାନୀମାନେ ପ୍ରତିବର୍ଷ ୧୦ ପ୍ରତିଶତ ହାରରେ ଆଗାମୀ ୧୦ ବର୍ଷରେ ଏଜିଆର ବାବଦ ବକେୟା ପୈଠ କରିବେ ବୋଲି କମ୍ପାନୀମାନେ କହିଛନ୍ତି। ଭୋଡାଫୋନ ଆଇଡିଆଙ୍କ ଉପରେ ଏଜିଆର ବାବଦକୁ  ୫୦ ହଜାର କୋଟି ଟଙ୍କା ପୈଠ କରିବାର ଅଛି।

   Related Posts