ଭୋଡାଫୋନ-ଆଇଡିଆଙ୍କ ନୂଆ ଅଫର, ୭୯୯ ଟଙ୍କାରେ ଦେଉଛନ୍ତି ସ୍ମାର୍ଟ ଫୋନ

Published By : Prameya-News7 Bureau | October 23, 2019 IST

ମୋବାଇଲ ଅପରେଟର ଭୋଡା-ଆଇଡିଆ ଲଞ୍ଚ କରିଛନ୍ତି ନୂଆ ଅଫର। ଅଧିକରୁ ଅଧିକ ଉପଭୋକ୍ତାଙ୍କୁ ଯୋଡିବା ଲାଗି କମ୍ପାନୀ ୭୯୯ ଟଙ୍କାରେ ନୂଆ ସ୍ମାର୍ଟ ଫୋନ ଯୋଗାଇ ଦେଉଛନ୍ତି । ଏଥିଲାଗି ଭୋଡା-ଆଇଡିଆ କଞ୍ଜ୍ୟୁମର ଫାଇନାନ୍ସ 'ହୋମ କ୍ରେଡିଟ' ସହ ବୁଝାମଣା କରିଥିବା ବେଳେ ଗ୍ରାହକଙ୍କ ଲାଗି ମଧ୍ୟ ବିଭିନ୍ନ ସୁବିଧା ସୁଯୋଗ ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ଭୋଡା-ଆଇଡିଆଙ୍କ ନୂଆ ସ୍କିମ ସମ୍ପର୍କରେ।

{"id":173983,"width":578,"height":433}

ଗ୍ରାହକଙ୍କୁ ଦେଉଛନ୍ତି ସ୍ମାର୍ଟ ଫୋନର ବିଶାଳ ବର୍ଗମାଳା
ଭୋଡା-ଆଇଡିଆଙ୍କ ନୂଆ ସ୍କିମରେ ଗ୍ରାହକଙ୍କୁ ୩,୯୯୯ ଟଙ୍କାର ପ୍ରାରମ୍ଭିକ ରେଞ୍ଜରୁ ଆରମ୍ଭ କରି ପ୍ରିମିୟମ ରେଞ୍ଜର ମୋବାଇଲ ଫୋନ ମଧ୍ୟ ଉପଲବ୍ଧ କରାଉଛନ୍ତି। ଏଥିରେ ପ୍ରାରମ୍ଭିକ ରେଞ୍ଜ  ମୋବାଇଲ ଲାଗି  ଗ୍ରାହକଙ୍କୁ ୭୯୯ ଟଙ୍କା ଡାଉନପେମେଣ୍ଟ ଦେବାକୁ ପଡୁଛି।  ଏହାଛଡା ଭୋଡା-ଆଇଡିଆ ଉପଭୋକ୍ତାଙ୍କୁ ଫୋନ ସହିତ ୧୮୦ ଦିନିଆ ଅବଧିର ଅନଲିମିଟେଡ କଲିଂ, ପ୍ରତି ଦିନ ୧.୫ ଜିବି ଡାଟା ଓ ୧୦୦ ଏସଏମଏସ ସୁବିଧା ମଧ୍ୟ ଦେଉଛନ୍ତି।

{"id":173984,"width":582,"height":387}

୧୨୦ରୁ ଅଧିକ ସହରରେ ଉପଲବ୍ଧ ହେଉଛି ସେବା
ଭୋଡା-ଆଇଡିଆ ଖାସ ୟୁଜରଙ୍କ ଲାଗି ଏହି ପ୍ଲାନ ଲଞ୍ଚ କରିଛନ୍ତି। ଏହାଛଡା ହୋମ କ୍ରେଡିଟ୍ ଏବେ ଦେଶର ୧୭୯ଟି ସହରରେ ସେବା ଯୋଗାଇ ଦେଉଛନ୍ତି। ଏଣୁ ଦେଶର ବିସ୍ତୃତ ଅଞ୍ଚଳରେ ଲୋକେ ଭୋଡା-ଆଇଡିଆଙ୍କ ସ୍କିମର ଫାଇଦା ପାଇବେ ବୋଲି ଏବେ ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.