ବୁର୍ଲା ଭୀମ୍‌ସାରରେ ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କ ସଂପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ

Published By : Prameya-News7 Bureau | October 22, 2019 IST

ସମ୍ବଲପୁର/ଭୁବନେଶ୍ୱର  ୨୨।୧୦ -  ବୁର୍ଲା ଭୀମ୍‌ସାରରେ ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କ ସଂପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ଓ କଙ୍ଗାରୁ କୋର୍ଟ ଘଟଣାକୁ ୩୦ଘଣ୍ଟାରୁ ଅଧିକ ସମୟ ହେଲାଣି ।  ହେଲେ ବର୍ତ୍ତମାନ ମଧ୍ୟ ପୋଲିସ୍‌ର ହାତ ଖାଲି, ତଦନ୍ତର ଦିଗ ବାଟବଣା । ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଘଟଣା ଦୁର୍ଭାଗ୍ୟ ଜନକ । ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ତଦନ୍ତ କରୁଛି ।

କେବେ ଗିରଫ ହେବେ ବୁର୍ଲା ଭୀମସାର ପରିସରରେ କଙ୍ଗାରୁ କୋର୍ଟ ଚଳାଇଥିବା ଅଭିଯୁକ୍ତ ଡାକ୍ତର ଓ ଡାକ୍ତରୀଛାତ୍ର । ୩୦ ଘଣ୍ଟାରୁ ଉର୍ଦ୍ଧ ସମୟ ବିତିଲା । ହେଲେ ପୋଲିସ୍‌ ଏବେବି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଲାନି।  ଏହି ମାମଲାରେ ଜଡିତ ଡାକ୍ତରୀଛାତ୍ରମାନେ ବିଭିନ୍ନ ଆଡୁ ପୋଲିସ୍‌ ଉପରେ ଚାପ ପ୍ରୟୋଗ କରି, ମାମଲାକୁ ରଫାଦଫା କରି ଦେବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଥିବା ଅଭିଯୋଗ ହୋଇଛି । ବୁର୍ଲା ମେଡିକାଲ୍‌ ପକ୍ଷରୁ ଏକ ୫ଜଣିଆ କମିଟି ଗଠନ କରାଯାଇ ସଂପୂର୍ଣ୍ଣ ମାମଲାର ତଦନ୍ତ କରାଯାଉଛି। କମିଟି ତଦନ୍ତ କରି ୪୮ଘଣ୍ଟା ମଧ୍ୟରେ, ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ।  ସେପଟେ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ବୁର୍ଲା ମେଡିକାଲକୁ ଯାଇଛନ୍ତି । ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ  ବୋଲି ସେ କହିଛନ୍ତି ।

{"id":173428}

ବୁର୍ଲା ପୋଲିସ୍‌ ସମଲେଶ୍ବରୀ ନର୍ସିଂହୋମ୍‌କୁ ଯାଇ ସେଦିନ ଗଣ୍ଡଗୋଳର ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି। ବୁର୍ଲା ମେଡିକାଲ୍‌ ନ୍ୟୁରୋସର୍ଜରୀ ବିଭାଗ ପାଖରେ ଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ ପାଇଁ ହସ୍‌ପିଟାଲ୍‌ ଅଧୀକ୍ଷକଙ୍କୁ ଅନୁରୋଧ କରାଯାଇଥିବା ଏସ୍‌ପି କହିଛନ୍ତି।  ହେଲେ ବୁର୍ଲା ଫାଣ୍ଡି ଭିତରୁ ସଂପୃକ୍ତ ଯୁବକଙ୍କୁ  ଆଣି କଙ୍ଗାରୁ କୋର୍ଟରେ ହାଜର କରାଇବା ଓ ସମସ୍ତ ଦୃଶ୍ୟ ଉପଭୋଗ କରୁଥିବା, ବୁର୍ଲା ଏସ୍‌ଡିପିଓ,ବୁର୍ଲା ଓ ହୀରାକୁଦ ଥାନା ଆଇଆଇସିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।  ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌ ଆଜି ପୂରା ଘଟଣାର ସମୀକ୍ଷା ପରେ, ସମ୍ବଲପୁର ଏସ୍‌ପିଙ୍କୁ ତଦନ୍ତ ଦାୟିତ୍ବ ଦେଇଛନ୍ତି। ଆଉ ପୂରା ଘଟଣା ନିଜ ଆଖିରେ ଦେଖିଥିବା ବୁର୍ଲା ଏସ୍‌ଡିପିଓ କହିଛନ୍ତି ପ୍ରମାଣ ସଂଗ୍ରହ ଚାଲିଛନ୍ତି ।

{"id":173429}

ସେପଟେ ପୂର୍ବରୁ ଡାକ୍ତରୀ ଛାତ୍ର, ପିଜି ଛାତ୍ରଙ୍କ ଦ୍ବାରା ମାଡ ଖାଇ ଜେଲ୍‌ ଯାଇଥିବା କିଛି ଲୋକ ଆଜି ଏସ୍‌ପିଙ୍କୁ ସାକ୍ଷାତ କରିଛନ୍ତି । ସେମାନେ ବୁର୍ଲା ଥାନାର ପୋଲିସ୍‌, ବୁର୍ଲା ଏସ୍‌ଡିପିଓଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି । କିଭଳି ଏଠାରେ ଡାକ୍ତର ଓ ଡାକ୍ତରୀ ଛାତ୍ର ଦାଦାଗିରି ଚଳାଇବା ସହ କଙ୍ଗାରୁ କୋର୍ଟ ଚଳାଇ ଆସୁଛନ୍ତି ।ପୋଲିସ ପାଖରେ ଅଭିଯୋଗ ହେଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହେଉନାହିଁ ତାର କଳା କାରନାମାର ଚିଠା ଖୋଲିଛନ୍ତି ।

{"id":173430}

ଓମ୍ସାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବି ଭୀମସାରରେ ଅନୁଧ୍ୟାନ କରିବ ବୋଲି ଜଣା ପଡିଛି । ତେବେ ଏହି ମାମଲାରେ ପୋଲିସ୍‌ର କଣ ଭୂମିକା ରହୁଛି ନା, ତା ଉପରେ ସାରା ରାଜ୍ୟର ନଜର ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.