ମହିଳାଙ୍କୁ ସୁରକ୍ଷା, ସ୍ପିଡ଼୍ ନିୟନ୍ତ୍ରଣ, ତତ୍କାଳ ମେଡ଼ିକାଲ ସୁବିଧା ପାଇଁ ଏବେ ସାର୍ବଜନୀନ ଗାଡ଼ିରେ ଲାଗିବ ଏହି ବର୍ଟମ..ଜାଣନ୍ତୁ ଚିପିଲେ କେମିତି ପାଇବେ ସୁବିଧା
23/01/2019 at 8:40 PM

ଆପଣଙ୍କୁ କେହି ଅସୁବିଧାରେ ପକାଉଛି, ଗାଡ଼ି ଡ଼୍ରାଇଭର ନିଶାଖାଇ ନିୟନ୍ତ୍ରଣ ବାହାରକୁ ଗାଡ଼ି ନେଇଯାଉଛି, କୌଣସି ଜାଗାରେ ଗାଡ଼ି ଆକ୍ସିଡ଼େଣ୍ଟ ହୋଇଗଲା ମେଡ଼ିକାଲ ସୁବିଧା ଦରକାର..ଆଦି ଜରୁରୀକାଳୀନ ସେବା ପାଇଁ ଆପଣଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି । ଆସନ୍ତା ମାର୍ଚ୍ଚମାସ ଠାରୁ ସବୁ ଗାଡ଼ିରେ ଲାଗିଯିବ ଏହି ବର୍ଟମ, ଯାହାକୁ ଚିପିଲେ ଆପଣ ସମସ୍ତ ଜରୁରୀକାଳୀନ ସେବା ପାଇପାରିବେ ।

ତା ହେଲେ କଣ ଅଛି ସେଇ ବ୍ୟବସ୍ଥା ଆସନ୍ତୁ ଜାଣିବା ।
ଏବେ ସାର୍ବଜନୀନ ଯାତ୍ରୀବାହୀ ଯାନରେ ଲାଗିବ VLT(Vehicle location tressing device) । ଯାହା ପୂର୍ବରୁ ପ୍ରସ୍ତାବିତ ରେଗୁଲେସନ ଅନୁସାରେ କାର୍ଯ୍ୟ କରିବ । କାର୍ଯ୍ୟକାରୀ ହେବାକୁଥିବା AIS 140 ମାଧ୍ୟମରେ ଏହି ଭିଏଲଟି ଡ଼ିଭାଇସ୍ କାମ କରିବ ।

ଏହାଦ୍ଵାରା ମହିଳାମାନେ ବିଶେଷକରି ସୁରକ୍ଷା ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି ଡ଼ିଭାଇସ ଲାଗିଲେ ଏଥିରେ ଥିବା ବର୍ଟମକୁ ଚିପିଲେ କଣ୍ଟ୍ରୋଲରୁମକୁ ସତର୍କ ମେସେଜ ଯାଇ ଅସୁବିଧା ସ୍ଥାନରେ ଥିବା ଲୋକମାନଙ୍କୁ ସରକାରୀ ସାହାର୍ଯ୍ୟ ମିଳିପାରିବ । ଅର୍ଥାତ ସୁରକ୍ଷାଠାରୁ ଆରମ୍ଭ କରି ତତ୍କାଳ ମେଡ଼ିକାଲ ସୁବିଧା କିମ୍ବା ଦୁର୍ଘଟଣା ଘଟିଥିବା ଯାନ କିମ୍ବା ଲୋକଙ୍କୁ ନିରାପଦ ରଖିବା ପାଇଁ ପଦକ୍ଷେପ ସରକାରୀ ସ୍ତରରେ ନେଇହେବ । ସବୁ ରାଜ୍ୟ ସରକାର ଏହି କଣ୍ଟ୍ରୋଲରୁମର ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ଠାରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଏହି ବ୍ୟବସ୍ଥାରେ କେନ୍ଦ୍ର ସମସ୍ତ ପ୍ରକାର ସୁବିଧା-ସୁଯୋଗ ଓ ଟେକିନିକାଲ ଜ୍ଞାନକୌଶଳ ଯୋଗାଇଦେବା ସହିତ ରାଜ୍ୟ ଏହି ବ୍ୟବସ୍ଥାକୁ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ବର୍ଟମ ସବୁ ସାର୍ବଜନୀନ ଗାଡ଼ିରେ ଏପ୍ରିଲ ୧ ତାରିଖ ୨୦୧୯ରୁ ପୂର୍ଣ୍ଣକାଳୀନ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି ।