ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

Published By : Prameya-News7 Bureau | October 04, 2018 IST

ନୁଆଜିଲ୍ଲୀ ୪/୧୦: ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୨ ଦିନିଆ ଭାରତ ଗସ୍ତର ଆସି ଆଜି ନୂଆ ଦିଲ୍ଲୀରେ ପହଞ୍ଚିଛନ୍ତି ପୁଟିନ୍ । ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ ସ୍ବାଗତ କରିଥିଲେ । ପୁଟିନଙ୍କ ୨ ଦିନିଆ ରହଣୀ ମଧ୍ୟରେ ଉଭୟ ଦେଶ ମଧ୍ୟରେ ୨୦ଟି ବୁଝାମଣା ପତ୍ର ସ୍ବାକ୍ଷର ହେବ । ଭାରତ ରୁଷ ମଧ୍ୟରେ ହେଉଥିବା ବାର୍ଷିକ ଦ୍ବିପାକ୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ପୁଟିନ୍ ।  ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ରୁଷ ଭାରତକୁ  ୫ ବିଲିୟନ ଡଲାର ମୂଲ୍ୟର S-400 ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବ ।  ସେହିପରି ନଭେମ୍ବର ମାସରେ ୨ ଦେଶ ମଧ୍ୟରେ ସମରାଭ୍ୟାସ  ଇନ୍ଦ୍ର ୨୦୧୮ ହେବ ।  ଏନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ୍ଟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.