ଋଷ୍ ରାଷ୍ଟ୍ରପତି କାହିଁକି -୧୪ ଡିଗ୍ରୀ ପାଣିରେ ବୁଡ଼ ପକାଇଲେ, କଣ ଥିଲା ଉଦ୍ଦେଶ୍ୟ...

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ, ୨୦/୦୧: ସାରା ବିଶ୍ୱରେ ଜଣାଶୁଣା ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ଅର୍ଥାତ ଜାନୁାଆରୀ ୧୯ରେ ବିଯୁକ୍ତ ୧୪ ଡିଗ୍ରୀ ସେଲସିୟସ୍ ପାଣିରେ ବୁଡ଼ ପକାଇଛନ୍ତି । ଫିଷ୍ଟ ଡେ ବା ଇପିଫନି (ଖ୍ରୀଷ୍ଟିଆନଙ୍କ ଏକ ପର୍ବ) ପାଳନ ଅବସରରେ ଖ୍ରୀଷ୍ଟିଆନଙ୍କ ରିତିନୀତିକୁ ଅନୁସରଣ କରି ସେ ମସ୍କୋରେ ବରଫ ପାଣିର ପୋଖରୀରେ ବୁଡ଼ ପକାଇଥିଲେ । ଏହି ସମୟର ଚିତ୍ରକୁ ଉତ୍ତୋଳନକରି ତାଙ୍କର ଟ୍ୱିଟ୍‌ର ହ୍ୟାଣ୍ଡେଲ୍‌ରେ ସେୟାର କରାଯାଇଛି । କହି ରଖୁଛୁ ଯେ ଇପିଫନିରେ ବରଫ ପାଣିରେ ବୁଡ଼ ପକାଇବାକୁ ଏହି ଧର୍ମରେ ପବିତ୍ର ବୋଲି ଧରାଯାଇଥାଏ ।

ଖ୍ରୀଷ୍ଟିଆନ୍ ଧର୍ମକୁ ମାନୁଥିବା ଲେକ ଏହି ପର୍ବରେ ବୁଡ଼ ପକାଇ ଶରୀରକୁ ପବିତ୍ର କରିଥାନ୍ତି । ସେମାନେ ଏହି ଦିନ ବରଫ ପାଣି ଭର୍ତ୍ତି ଥିବା କୌଣସି ନଦୀ, ପୋଖରୀ କିମ୍ୱା ପୁଲ୍କୁ ଯାଇ ବୁଡ଼ ପକାଇ ପରମ୍ପରାକୁ ବଜାୟ ରଖିଥାନ୍ତି । ୬୮ ବର୍ଷୀୟ ଋଷ୍ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଏହି ପର୍ବକୁ ପାଳନ କରିଛନ୍ତି । ତେବେ ଟ୍ୱିଟ୍‌ରେ ପୋଷ୍ଟ କରାଯାଇଥିବା ଏହି ଚିତ୍ରରେ ପୁଟିନଙ୍କ ଚାରିପଟେ ବରଫା ଘୋଡ଼ି ହୋଇ ରହିଥିବା ଦେଖାଯାଉଛି । ଏହାରି ମଧ୍ୟରେ ଏକ ପୁଲ୍ ରହିଛି ।

ଫଟୋରେ ସେ ପୁଲ୍ ପର୍ଯ୍ୟନ୍ତ ଏକ ଶୀତ ବସ୍ତ୍ର ପିନ୍ଧି ଆସୁଛନ୍ତି ଏବଂ ପୁଲ୍‌ରେ ପଶିବା ପୂର୍ବରୁ ଏହାକୁ ଖୋଲି ଦେଇ ଖୋଲା ଦେହରେ ପାଣି ଭିତରକୁ ପ୍ରବେଶ କରୁଛନ୍ତି । ବିଶ୍ୱାସ କରାଯାଏ ଯେ ଯୀଶୁ ଯାର୍ଡନ ନଦୀରେ ବୁଡ଼ ପାକାଇଥିଲେ ଏବଂ ଏହି ଦିନ ବରଫରେ ବୁଡ଼ ପକାଇଲେ ପାପ ନାଶ ହୋଇଯାଏ। ଖ୍ରୀଷ୍ଟିଆନ ଲୋକମାନେ ବିଶ୍ୱାସ କରନ୍ତି ଯେ ରାତି ଅଧରେ ଏହି ସମୟରେ ନଦୀ, ପୋଖରୀ କିମ୍ବା ପୋଲ୍ ର ଜଳ ପବିତ୍ର ହୋଇଯାଏ। ତେଣୁ ସେଠାରେ ବୁଡ଼ ପକାଯାଏ। ରାଷ୍ଟ୍ରପତି ପୁଟିନଙ୍କ ବୁଡ଼ ପକାଇବାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ତିନି ହଜାରରୁ ଅଧିକ ଲାଇକ୍ ଏବଂ ପୁଟିନ୍ ଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପାଖାପାଖି ସାତ ଶହ ରିଟ୍ୱିଟ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.