ବିଶ୍ୱାସଘାତର ଶିକାର ହେଲେ ଭ୍ଲାଦିମିର ପୁଟିନ୍, ଦୁଇ ଝିଅଙ୍କ ପ୍ରାଇଭେଟ୍ ଫଟୋ ଲିକ୍ କରିଦେଲେ ପୂର୍ବତନ ସହଯୋଗୀ

Published By : Prameya-News7 Bureau | June 27, 2020 IST

ମସ୍କୋ, ୨୭|୦୬:  ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ପରିବାର ସଦସ୍ୟଙ୍କ ଜୀବନକୁ ଗୋପନୀୟ ରଖାଯାଏ । ତେଣୁ ପୁଟିନଙ୍କ ପରିବାର ଲୋକଙ୍କ କମ୍ ଫଟୋ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥାଏ । ଏବେ କିନ୍ତୁ ପୁଟିନଙ୍କ ପୂର୍ବତନ ସହଯୋଗୀ ତାଙ୍କ ଝିଅଙ୍କ ଫଟୋ ଲିକ୍ କରିଦେଇଛନ୍ତି ।

{"id":292448,"width":689,"height":439,"sizeSlug":"large"}

ଡେଲିମେଲ୍‌ର ରିପୋର୍ଟ ଅନୁସାରେ, ପୁଟିନଙ୍କ ଦୁଇ ଝିଅ ମାରିୟା ଓ କ୍ୟାଟରିନାଙ୍କ ଫଟୋ ଲିକ୍ କରିଦିଆଯାଇଛି । ଏହି ଦୁଇଜଣଙ୍କ ପୁଟିନଙ୍କ ପ୍ରଥମ ପତ୍ନୀଙ୍କ ଝିଅ । ଏହି ପଟୋ ଗୁଡିକ ୧୯୯୯ର ବୋଲି କୁହାଯାଉଛି ଯେତେବେଳେ ସେ ଶାସନ ଗାଦିରେ ବସିଥିଲେ । ସରଜେଇ ପୁଗାଚେବ୍ ପୁଟିନଙ୍କୁ ହଇରାଣ କରିବାକୁ ଏହି ଫଟୋକୁ ଲିକ୍ କରିଦେଇଛନ୍ତି ।

{"id":292450,"width":685,"height":385,"sizeSlug":"large"}

୫୭ ବର୍ଷୀୟ ପୁଗାଚେବ୍ ଏକଦା ପୁଟିନଙ୍କ ସହଯୋଗୀ ଥିଲେ । ଚଳିତ ସପ୍ତାହରେ ସେ ଋଷ ବିରୋଧରେ ଏକ ମାମଲାରେ ୧୦୮୨୪ କୋଟି ଟଙ୍କା ହାରିଯାଇଥିଲେ । ୧୯୯ରେ ପୁଟିନ୍ ରାଷ୍ଟ୍ରପତି ହେବା ପଛରେ ପୁଗାଚେବଙ୍କ ହାତ ଥିଲା । ୧୦ ବର୍ଷ ପରେ ପୁଗାଚେବ୍ ଋଷ ଛାଡି ଫ୍ରାନ୍ସ ଚାଲିଆସିଥିଲେ ।

{"id":292449,"width":692,"height":461,"sizeSlug":"large"}

ଏବେ ପୁଟିନଙ୍କ ଦୁଇ ଝିଅଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇସାରିଛି । ପୁଗାଚେବ୍ ନିଜ ଓ୍ୱେବସାଇଟରେ ଏହି ଫଟୋକୁ ଅପଲୋଡ୍ କରିଥିବା ସୂଚନା ମିଳିଛି । କିନ୍ତୁ ପ୍ରଥମେ ଏହାକୁ କେହି ଧ୍ୟାନ ଦେଇନଥିଲେ  । ଏବେ ପୁଟିନଙ୍କ ଝିଅ ମାରିୟା ମେଡିକାଲ୍ ରିସର୍ଚ୍ଚର ଭାବେ କାମ କରୁଥିବା ବେଳେ କ୍ୟାଟ୍ରିନା ନେଦରଲାଣ୍ଡରେ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.