୪ କିଲୋ ସୁନା ଓ ୨ କୋଟି ଟଙ୍କାରେ ମାଆଙ୍କୁ ବେଶ

Published By : Prameya-News7 Bureau | October 07, 2019 IST

ବିଶାଖାପାଟଣା ୦୭।୧୦- ଦଶହରା ସମୟରେ ବିଶାଖାପାଟଣାର କନାୟାକା ପରମେଶ୍ବରୀଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼। କାରଣଟା କିଛି ଖାସ୍‌।

{"id":167370,"width":531,"height":297}

ବିଶାଖାପାଟଣାର ମା କାନାୟାକା ପରମେଶ୍ବରୀ। ଦଶହରା ଅବସରରେ ମାଙ୍କୁ ଖାସ୍‌ ବେଶରେ ସଜ୍ଜିତ କରାଯାଇଛି। ମାଙ୍କୁ ଟଙ୍କା ଓ ସୁନାରେ ସଜାଯାଇଛି। ମାଙ୍କୁ ଯେତିକି ପରିମାଣରେ ସୁନାରେ ସଜାଯାଇଛି ତାହା ପ୍ରାୟ ୪ କିଲୋ ହେବ। ଆଉ ଆପଣ ଦେଖୁଥିବା ଏସବୁ ଟଙ୍କା ମିଶାଇଲେ ୨ କୋଟି ଟଙ୍କା ହେବ। କେବଳ ମାଙ୍କ ଗର୍ଭଗୃହ ନୁହେଁ ବାହାରିଭାଗକୁ ମଧ୍ୟ ସୁନାରେ ସଜାଯାଇଛି।

{"id":167372}

- ପ୍ରାୟ ୨ଶହ ଭକ୍ତ ଏସବୁ ସୁନା ଓ ଟଙ୍କା ମନ୍ଦିରକୁ ଅର୍ପଣ କରିଛନ୍ତି। ୧ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କାର ନୋଟ ସାଜସଜ୍ଜାରେ ବ୍ୟବହାର କରାଯାଇଛି। ଏବେ ଦଶହରା ସମୟରେ ମାଙ୍କୁ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.