Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

ଭିଭୋକୁ ଝଟକା: ଆଇପିଏଲ-୧୩ର ହେବ ନାହିଁ ଟାଇଟଲ୍ ସ୍ପନସର, ଭାରତ-ଚୀନ ବିବାଦରୁ ହଟିଲା ପ୍ରାୟୋଜକଙ୍କ ଲୋଗୋ

4/08/2020 at 6:05 PM

ନୂଆଦିଲ୍ଲୀ, ୦୪|୦୮: ଚୀନ୍ ମୋବାଇଲ କମ୍ପାନୀ ଭିଭୋ ଚଳିତ ବର୍ଷ ଆଇପିଏଲର ଟାଇଟଲ୍ ସ୍ପନସରସିପରୁ ବ୍ରେକ୍ ନେବ । ତେବେ ଭିଭୋର କଣ୍ଟ୍ରାକ୍ଟରେ ୩ ବର୍ଷର ସମୟ ବାକି ଅଛି । ତେଣୁ ଏହି କମ୍ପାନୀ ୨୦୨୧,୨୦୨୨ ଓ ୨୦୨୩ ଆଇପିଏଲରେ ଜଡିତ ରହିବ । ଆଇପିଏଲର ଚଳିତ ସିଜିନରେ ଏକ ନୂଆ ଷ୍ଟାଣ୍ଡଏଲୋନ୍ ସ୍ପନସର୍ ରହିବ । ଅତିଶୀଘ୍ର ନୂଆ ସ୍ପନସର୍ ବାବଦରେ ନିଷ୍ପତ୍ତି ନିଆଯିବ ।

ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦର ପ୍ରଭାବ ଆଇପିଏଲରେ ମଧ୍ୟ ପଡିଛି । ଭାରତରେ ଚୀନ୍ ସାମଗ୍ରୀକୁ କଡା ବିରୋଧ କରାଯାଉଛି । ଭିଭୋ ମଧ୍ୟ ଏକ ଚୀନ କମ୍ପାନୀ ।

ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଙ୍ଘର୍ଷ ପରେ ଭାରତୀୟଙ୍କ ଭାବନାକୁ ନଜରରେ ରଖି ବିସିସିଆଇକୁ ଏହି ନିଷ୍ପତ୍ତି ନେବାକୁ ପଡିଛି । ଭିଭୋ ୨୦୧୮ରେ ୨୧୯୯ ଟଙ୍କା ଖର୍ଚ୍ଚ କରି ୫ ବର୍ଷ ପାଇଁ ଆଇପିଏଲର କଣ୍ଟ୍ରାକ୍ଟ ହାସଲ କରିଥିଲା । ୨୦୨୩ ଯାଏଁ ଭିଭୋ ଆଇପିଏଲ ସହ ରହିବ ।

ସୂଚନାଯୋଗ୍ୟ, ବିସିସିଆଇ ଆଇପିଏଲ ପାଇଁ ଚୀନ ପ୍ରାୟୋଜକଙ୍କ ସହ ଜଡିତ ରହିବା ନେଇ ଘୋଷଣା କରିବା ପରେ ବିରୋଧ ହୋଇଥିଲା । ସ୍ୱଦେଶୀ ଜାଗରଣ ମଞ୍ଚ ଲୋକଙ୍କୁ ଆଇପିଏଲକୁ ବହିଷ୍କାର କରିବାକୁ ପରାମର୍ଶ ଦେଇଥିଲା ।

   Related Posts