ନଭେମ୍ବର ୧୪ ତାରିଖରେ ଭିଭୋ ଲଞ୍ଚ କରିବ ନୂଆ ମଡେଲ ଏସ-5 , ୩୨ ମେଗାପିକ୍ସେଲ ସେଲଫି କ୍ୟାମେରା ସହ ଜାଣନ୍ତୁ କଣ ରହିବ ସ୍ପେସାଲ ଫିଚରସ୍

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ୮। ୧୧: ଚୀନା ମୋବାଇଲ କମ୍ପାନୀ  ଭିଭୋ ନଭେମ୍ବର ୧୪ ତାରିଖର ତାର ନୂଆ ମଡେଲ ଭିଭୋ ଏସ-ଫାଇଭକୁ ଲଞ୍ଚ କରିବ। ଏଥିଲାଗି କମ୍ପାନୀ ନୂଆ ସ୍ମାର୍ଟଫୋନର ଟିଜର ଲଞ୍ଚ କରିଛନ୍ତି।  ଯେଉଁଥିରେ ଫୋନର ଦୁଇପାଖର ଡିଜାଇନକୁ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରାଯାଇଛି।

ଫଟୋ ଅନୁସାରେ  ଫୋନର ବ୍ୟାକ୍ ପ୍ୟାନେଲରେ ୪ଟି କ୍ୟାମେରା ସହ ଏକ ଏଲଇଡି ଫ୍ଲାସ କ୍ୟାମେରା ରହିଛି। ଏହି କ୍ୟାମେରା ଡାଇମଣ୍ଡ ଭଳି ଦେଖାଯାଉଛି। ଫୋନ ଭିତରେ ତିନୋଟି କ୍ୟାମେରା ଫିଟ୍‌ ରହିଛି। ଏବଂ ୪ ନମ୍ବର କ୍ୟାମେରା ଏହି ଫୋନର ଠିକ୍ ତଳେ ଲାଗିଛି। ଫୋନରେ ଗ୍ରାଡିଏଣ୍ଟ ବ୍ୟାକ୍ ପ୍ୟାନେଲ ରହିଛି।

ଲଞ୍ଚ ହେବାକୁ ହେବାକୁ ଥିବା ଭିଭୋ ୫ ଏସ ଲ୍ୟାଟଟେଷ୍ଟ ମଡେଲରେ ମିଳିପାରେ ୩୨ ମିଗାପିକ୍ସେଲ ସେଲଫି କ୍ୟାମେରା। ଟିଜର ଦେଖା ଯାଇଥିବା ଫଟୋ ଅନୁସାରେ ଭିଭୋ ନୂଆ ମଡେଲରେ ଫୁଲ ସ୍କ୍ରିନ ଡିଜାଇନ ଦିଆଯାଇଛି।  ଏଥିରେ ପଞ୍ଚ ହୋଲ କ୍ୟାମେରା ସେଟଅପ୍‌ ରହିଛି। ଏହା ବ୍ୟତୀତ .ଫୋନରେ ଇନ-ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ବି ରହିଛି।

ନୂଆ ମଡେଲ ଫୋନ ଖୁବ ସୁନ୍ଦର ଦେଖାଯାଉଛି। ଗ୍ରାନିଏଣ୍ଟ ଫିନିଶ୍ ସହ ବ୍ୟାକ ପ୍ୟାନେଲ ମଝିରେ ଲାଇଟ୍‌ ବ୍ଲୁ  ରହିଛି। ଏଥିସହ ୪୮ ମେଗାପିକ୍ସେଲ ମେନ କ୍ୟାମେରା, ୩୨ ମ୍ୟାଗପିକ୍ସେଲ ସେଲଫି କ୍ୟାମେରା ବି ରହିଛି। ୮ ଜିବି ରାମ୍‌ ଓ ୨୫୬ ଜିବ ଇଣ୍ଟରନାଲ ମେମୋରିରେ ଏହି ଫୋନ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.