ଖୁବ୍ ଶୀଘ୍ର ଲଞ୍ଚ ହେବ ସବୁଠୁ ଶସ୍ତା ୫ଜି ଫୋନ୍ : ମିଳିବ ହାଇ-ଫାଇ ମ୍ୟୁଜିକ୍

Published By : Prameya-News7 Bureau | August 19, 2019 IST

ନୂଆଦିଲ୍ଲୀ ୧୯/୮: ଚାଇନାର ସ୍ମାର୍ଟଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ଭିଭୋର ସବ୍-ବ୍ରାଣ୍ଡ iQOO ଅଗଷ୍ଟ ୨୨ତାରିଖରେ ଚୀନରେ ୫ଜି ଇନବିଲ୍ଡୂ ଫୋନ୍ ଲଞ୍ଚ କରିବାକୁ ଯାଉଛି। iQOOର ଭାଇସ୍ ପ୍ରେସିଡେଣ୍ଟ ଦାବି କରିଛନ୍ତି ଯେ ମାର୍କେଟରେ ଏହା ସବୁଠୁ ଶସ୍ତା ୫ଜି ଫୋନ୍ ହେବ। ଏବେ ଯାଏଁ ମାର୍କେଟରେ ସ୍ୟାମସଙ୍ଗ,ହୁଆଓ୍ବେଇ ଏବଂ ଓ୍ବାନପ୍ଲସ୍ ଭଳି କମ୍ପାନୀ କିଛି ବଜାରରେ ନିଜ ପ୍ରିମିୟମ୍ ଫ୍ଲାଗଶିପ୍ ସ୍ମାର୍ଟଫୋନର ୫ଜି ଭର୍ସନକୁ ରିଲିଜ କରିଛି।

ଶୁଣିବାକୁ ମିଳୁଥିଲା ଯେ ରିଏଲମି କମ୍ ମୂଲ୍ୟରେ ୫ଜି ଫୋନ୍ ଲଞ୍ଚ କରିବ କିନ୍ତୁ ଏହା ପୂର୍ବରୁ ଭିଭୋ ସବୁଠୁ ଶସ୍ତା ୫ଜି ସ୍ବାର୍ଟଫୋନ୍ ଲଞ୍ଚ କରିବାର ପ୍ରସ୍ତୁତି କରି ସାରିଛି ଏବଂ ଏହାକୁ iQOO Pro 5G ଭାବେ ଲଞ୍ଚ କରାଯିବ।

iQOO Weiboରେ ଏକ ଅଫିସିଆଲ ପୋଷ୍ଟ୍ ମାଧ୍ୟମରେ କହିଥିଲା ଯେ ଏହି ଫୋନରେ ହାଇ ସ୍ପିଡ ଚାର୍ଜିଙ୍ଗ ସହ ୪୫୦୦ ଏମଏଚ୍ ବ୍ୟାଟେରୀ ମିଳିବ। ଏହା ସହିତ ଏଥିରେ ହାଇ-ଫାଇ ମ୍ୟୁଜିକ୍ ମଧ୍ୟ ମିଳିବ ଯାହା ଦ୍ବାରା ଗ୍ରାହକ ହାଇ କ୍ବାଲିଟି ମ୍ୟୁଜିକ୍ ନିଜ ମୋବାଇଲ୍ ଫୋନରେ ଶୁଣି ପାରିବେ।

ଭାରତରେ ଏବେ ଯାଏଁ ୫ଜି ସେବାର କମର୍ସିଆଲ ଲଞ୍ଚିଙ୍ଗ୍ ହୋଇନାହିଁ। କିନ୍ତୁ ଏକ ଇଂରାଜୀ ଓ୍ବେବସାଇଟରେ ଦିଆଯାଇଥିବା ସାକ୍ଷାତକାରରେ ରିୟଲମିର ସିଇଓ କହିଥିଲେ ଭାରତରେ ୫ଜି ସେବାର ଲଞ୍ଚିଙ୍ଗ୍ ପୂର୍ବରୁ କମ୍ପାନୀ ୫ଜି ଫୋନ୍ ଲଞ୍ଚ କରିପାରେ।

iQOO Pro କଥା କହିବା ଯଦି ଏଥିରେ ୧୨ଜିବି ଯାଏଁ ରାମ୍ ଏବଂ ୫୧୨ଜିବି ଯାଏଁ ଇଣ୍ଟରନାଲ୍ ମେମୋରି ଦିଆଯାଇ ପାରିବ। ଏହି ସ୍ମାର୍ଟଫୋନରେ ୪୮ଏମପି+୧୩ଏମପି+୧୨ଏମପି ଟ୍ରିପଲ୍ ରିୟର କ୍ୟାମେରା ଏବଂ ୪୪ W ଫାଷ୍ଟ ଚାର୍ଜିଙ୍ଗ୍ ସପୋର୍ଟ ସହ ୪,୪୧୦ଏମଏଚ୍ ବ୍ୟାଟେରୀ ଦିଆଯିବ। ଏହି ଫ୍ଲାଗଶିପ୍ ସ୍ମାର୍ଟଫୋନରେ ଓ୍ବାଟରଡ୍ରପ୍ ନାଚ୍ ସହ ୬.୪୧ ଇଞ୍ଚ ଏଫଏଚଡି+ଆମୋଲେଡ ଡିସପ୍ଲେ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.