Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବହୁତ ବଡ଼ ଷ୍ଟାରଙ୍କ ପତ୍ନୀ ହୋଇଥିଲେ ମଧ୍ୟ ଅତ୍ୟନ୍ତ ସାଧାରଣ ଦେଖାଯାଆନ୍ତି ଏହି ମହିଳା : ନାଁ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

21/04/2019 at 3:12 PM

ମୁମ୍ବାଇ ୨୧/୪: ଆଧୁନିକ ଦୁନିଆରେ ଲୋକେ ନିଜକୁ ସବୁଠୁ ଭିନ୍ନ କରିବା ପାଇଁ ବହୁତ କିଛି କରିଥାଆନ୍ତି,କିନ୍ତୁ କୁହାଯାଏ ସରଳତାରୁ ସୁନ୍ଦର ଜିନିଷ ଦୁନିଆ​‌ରେ ଆଉ କିଛି ନଥାଏ। ଏହି ସରଳତା ଯଦି କୈାଣସି ବଡ଼ ଷ୍ଟାରଙ୍କ ପାଖରେ ଥିବା ତାହେଲେ ଏହା ସମସ୍ତଙ୍କ ମନ କିଣିଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଅଭିନେତାଙ୍କ ପତ୍ନୀଙ୍କ ବିଷୟରେ କହିବା ଯିଏ ବିଲକୁଲ ସରଳ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି। ତାଙ୍କ ପରିଚୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମହିଳା ଜଣକ ଜଣେ ପ୍ରସିଦ୍ଧ ବଲିଉଡ ଅଭିନେତାଙ୍କ ପତ୍ନୀ।

ଏହି ମହିଳା ଜଣକ ଅଭିନେତା ବିବେକ ଓବରୟଙ୍କ ପତ୍ନୀ ପ୍ରିୟଙ୍କା। ଅନେକ କମ୍ ଲୋକ ତାଙ୍କୁ ଜାଣିଥିବେ କାରଣ ସେ ଅଧିକାଂଶ ସମୟ ପରିବାର ସହିତ ବିତାଇଥାଆନ୍ତି। ତାଙ୍କୁ ଆପଣ କୈାଣସି ପାର୍ଟି,ଇଭେଣ୍ଟ କିମ୍ବା ଆଓ୍ବାର୍ଡ଼ ଫଙ୍କସନରେ ମଧ୍ୟ ଦେଖିନଥିବେ। ବଲିଉଡ ଷ୍ଟାରମାନେ ଗଣପତି ବାପ୍ପାଙ୍କ ଭକ୍ତିରେ ଲୀନ ହୋଇଥାଆନ୍ତି। ସେମାନେ ଗଣେଶ ପୂଜାରେ ଭାଗ ନେଇଥାଆନ୍ତି। ସବୁଥର ଭଳି ଏଥର ମଧ୍ୟ ପ୍ରିୟଙ୍କା ଆଲଭା ଗଣେଷ ଚତୁର୍ଥୀ ଉତ୍ସବରେ ନଜର ଆସିଥିଲେ।

ପ୍ରିୟଙ୍କା ସବୁବେଳେ ଫିଲ୍ମ ଜଗତର ଲାଇମଲାଇଟରୁ ଦୂରରେ ରୁହନ୍ତି। ସେ ସରଳ ଜୀବନ ଯାପନରେ ବିଶ୍ବାସ ରଖନ୍ତି। ପ୍ରିୟଙ୍କା ବିବେକଙ୍କ ସହ ପବ୍ଲିକ୍ ଫଙ୍କସନରେ ମଧ୍ୟ ବହୁତ କମ୍ ନଜର ଆସନ୍ତି। ବିବେକ ୨୦୧୦ମସିହାରେ ପ୍ରିୟଙ୍କାଙ୍କୁ ବିବାହ କରିଥିଲେ।

   Related Posts