ନିଜ ପରିବାର ସହ ମାଳଦ୍ବୀପ ପହଞ୍ଚିଲେ ବିବେକ ଓବେରୟ : ପତ୍ନୀଙ୍କ ସହ ସେୟାର କଲେ ରୋମାଣ୍ଟିକ୍ ଫଟୋ
1/12/2020 at 3:10 PM

ମୁମ୍ବାଇ ୧/୧୨: ମାଳଦ୍ବୀପ ଏବେ ଦ୍ବିତୀୟ ମୁମ୍ବାଇ ହୋଇଛି। ସେଲିବ୍ରିଟିମାନେ ମାଳଦ୍ବୀପରେ ଛୁଟି କଟାଇବାକୁ ଯାଉଛନ୍ତି। ଦିଶା ପଟାନି,ଟାଇଗର ଶ୍ରଫ,ତାରା ସୂତାରିୟାଙ୍କଠୁ ଆରମ୍ଭ କରି ହୀନା ଖାନ୍ ସମସ୍ତେ ନିଜ ଛୁଟି ସେଠାରେ କଟାଉଛନ୍ତି। ଏବେ ବଲିଉଡ ଅଭିନେତା ବିବେକ ଓବେରୟଙ୍କ ନାଁ ମଧ୍ୟ ଏହି ତାଲିକାରେ ସାମିଲ ହୋଇ ଯାଇଛି। ବିବେକ ଓବେରୟ ଏବେ ନିଜ ପରିବାର ସହ ମାଳଦ୍ବୀପରେ ଛୁଟି କଟାଉଛନ୍ତି।

ବିବେକ ଓବେରୟ ନିଜ ପତ୍ନୀ ପ୍ରିୟଙ୍କା ଏବଂ ପିଲାଙ୍କ ସହ ମାଳଦ୍ବୀପ ପହଞ୍ଚିଛନ୍ତି। ସେ ସେଠାରୁ ତାଙ୍କର କେତେକ ଫଟୋ ସେୟାର କରିଛନ୍ତି।

ଏହି ଫଟୋରେ କେଉଁଠି ବିବେକ ନିଜ ପିଲାଙ୍କ ସହ ଖେଳୁଥିବାର ନଜର ଆସିଛନ୍ତି ତ କେଉଁଠି ପତ୍ନୀଙ୍କ ସହ ସାଇକେଲିଂ କରୁଛି।

ସେହିପରି ଏକ ଫଟୋରେ ବିବେକ ପତ୍ନୀ ପ୍ରିୟଙ୍କାଙ୍କ ସହ ଖୁବ୍ ରୋମାଣ୍ଟିକ୍ ପୋଜ୍ ଦେଉଥିବାର ନଜର ଆସିଛନ୍ତି।

ବିବେକ ଓବେରୟ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏହି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କର ମସ୍ତିଠୁ ନେଇ ରୋମାଣ୍ଟିକ୍ ମୁଡ ନଜର ଆସୁଛି।

ବିବେକ ଓବେରୟ ଏବଂ ତାଙ୍କ ପରିବାରର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏବଂଏହାକୁ ଖୁବ୍ ପସନ୍ଦ କରାଯାଉଛି।

Related Posts
ଯବାନଙ୍କ ସହ ସେନା ଦିବସ ପାଳନ କଲେ ଅକ୍ଷୟ କୁମାର : ଖେଳିଲେ ଭଲିବଲ୍
15 January 2021