Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫିଲ୍ମର ରିଲିଜ ଡେଟ୍ ଘୁଞ୍ଚିବାରୁ ରାଗିଗଲେ ମୋଦି : ଅଧାରୁ ଛାଡ଼ି ଚାଲିଗଲେ ପ୍ରେସ କନଫରେନ୍ସ

11/04/2019 at 11:16 AM

ମୁମ୍ବାଇ ୧୧/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦିନକୁ ଦିନ ଏହି ଫିଲ୍ମ ବିବାଦୀୟ ହୋଇ ଚାଲିଛି। କିଛି ଦିନ ଆଗରୁ ଏହି ଫିଲ୍ମର ଜୋରଦାର ପ୍ରମୋସନ ଚାଲିଥିଲା। କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନୟ କରୁଥିବା ବିବେକ ଓବେରୟ ଏହି ଫିଲ୍ମ ପାଇଁ ଏକ ପ୍ରେସ ମିଟ୍ କରିବା ସମୟରେ ଖବର ଆସିଥିଲା ଯେ ସୁପ୍ରିମ କୋର୍ଟ ଏହି ଫିଲ୍ମ ଉପରେ ରୋକ ଲଗାଇଛି। ଏହି ଖବର ଶୁଣିବା ମାତ୍ରେ ବିବେକ ଓବେରୟ ପ୍ରେସ୍ ମିଟ୍ ଛାଡ଼ି ଚାଲିଗଲେ।

ଏହି ଫିଲ୍ମ ଆଜି ରିଲିଜ ହେବାକୁ ଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବିବେକ ସନ୍ଧ୍ୟାରେ ନାଗପୁରର ସମ୍ବାଦଦାତାଙ୍କ ସହ ଏକ ଗରୁରୁତ୍ବପୂର୍ଣ୍ଣ ଆଳାପ କାର୍ଯ୍ୟକ୍ରମ କରିବେ ବୋଲି ଯୋଜନା କରିଥିଲେ। ନିର୍ବାଚନ ଆୟୋଗର ଘୋଷଣା ପରେ ସେ ଏହି କାର୍ଯ୍ୟକ୍ରମ ଅଧାରୁ ବନ୍ଦ କରିଦେଇଥିଲେ।   

   Related Posts