ବିବେକ ଓବରୟଙ୍କୁ ନକ୍ସଲଙ୍କ ହତ୍ୟା ଧମକ : ପୋଲିସ୍ ବଢ଼ାଇଲା ସୁରକ୍ଷା
23/05/2019 at 11:48 AM

ମୁମ୍ବାଇ ୨୩/୫: ବିବେକ ଓବରୟଙ୍କୁ ବୁଧବାର ନକ୍ସଲଙ୍କ ତରଫରୁ ଜୀବନରେ ମାରିଦେବାକୁ ଧମକ ମିଳିଛି । ଏହା ପରଠୁ ଅଭିନେତା ବିବେକ ଓବରୟଙ୍କୁ ମୁମ୍ବାଇ ପୁଲିସ୍ ତରଫରୁ ସୁରକ୍ଷା ଯୋଗାଇ ଦିଆଯାଇଛି। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ପାଇଁ ବିବେକଙ୍କୁ ନକ୍ସଲମାନେ ଧମକ ଦେଇଛନ୍ତି।

ବିବେକ ଓବରୟଙ୍କ ମୁଖପାତ୍ର ଏହା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇଣ୍ଟେଲିଜେନ୍ସ ତରଫରୁ ବିବେକଙ୍କୁ ଜୀବନରେ ମାରିଦେବାକୁ ଧମକର ସୂଚନା ମିଳିଛି। ଏହାପରଠୁ ଇଣ୍ଟେଲିଜେନ୍ସ ଏବଂ ମୁମ୍ବାଇ ପୋଲିସ୍ ବିବେକଙ୍କୁ ସୁରକ୍ଷା ପ୍ରଦାନ କରିଛି।

ଏହା ବ୍ୟତୀତ ବିବେକ ଓବରୟ ,ଏଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଉପରେ ବିବାଦୀୟ ମିମ ଦେଇ ଚର୍ଚ୍ଚାରେ ଅଛନ୍ତି ଯାହା ସେ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଥିଲେ।

Related Posts
ମୁମ୍ବାଇରେ ଫେବୃଆରୀ ୨ରେ ହେବ ବରୁଣ-ନତାଶାଙ୍କ ଗ୍ରାଣ୍ଡ ରିସେପ୍ସନ
25 January 2021