୫୦୦୦ ଶ୍ରମିକ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ବଲିଉଡ ଅଭିନେତା ବିବେକ ଓବେରାୟ

Published By : Prameya-News7 Bureau | May 09, 2020 IST

ମୁମ୍ବାଇ ୯/୫: କରୋନା ଭାଇରସ୍ ଯୋଗୁଁ ସବୁଠୁ ଅଧିକ ସମସ୍ୟା ଦିନ ମଜୁରିଆଙ୍କୁ ହେଉଛି ଯେଉଁମାନେ ଦୈନିକ ମଜୁରୀ ପାଇଁ କାମ କରନ୍ତି। ସେମାନଙ୍କ ପାଇଁ ଏହି ସମୟରେ ପରିବାରର ଯତ୍ନ ନେବା ସହଜ ନୁହେଁ। ଏପରି ସ୍ଥିତିରେ ତାଙ୍କୁ ସାହାଯ୍ୟ କରିବା ପାଇଁ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଆଗକୁ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ଏବେ ବଲିଉଡ ଅଭିନେତା ବିବେକ ଓବେରାୟଙ୍କ ନାଁ ମଧ୍ୟ ସାମିଲ ହୋଇ ସାରିଛି।

{"id":267434,"width":590,"height":443,"sizeSlug":"large"}

ବିବେକ ଓବେରାୟ ୫୦୦୦ଗରିବ ପରିବାରକୁ ଆର୍ଥିକ ସାହାଯ୍ୟ କରିବେ। ବିବେକ ଫିନଟ୍ୟାକ୍ ଷ୍ଟାର୍ଟ ଅପ୍ ଫାଇନେନ୍ସପିର ଫାଉଣ୍ଡର ରୋହିତ ଗଜଭୈଏ ସହ ମିଶି ଶ୍ରମିକ,ହାଉସ୍ ହେଲ୍ପ,ଡ୍ରାଇଭର ଏବଂ ଅନ୍ୟ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହାତ ଆଗକୁ ବଢ଼ାଇଛନ୍ତି।

{"id":267436,"sizeSlug":"large"}

ବିବେକ କହିଛନ୍ତି ଯେ ଅନ୍ୟ ସହରକୁ ଯାଇ ଏମାନେ କାମ କରନ୍ତି ଏବଂ ନିଜ ପେଟ ପୋଷନ୍ତି କିନ୍ତୁ କରୋନା ଭାଇରସ୍ ଯୋଗୁଁ ଏମାନଙ୍କ ସବୁ ଅଟକି ଯାଇଛି। ଏମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ ପାଖରେ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଟଙ୍କା ନାହିଁ ଏବଂ ଏମାନେ ଭଡ଼ା ଦେବାକୁ,ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଏବଂ ପିଲାଙ୍କୁ ଖାଇବାକୁ ଦେବା ପାଇଁ ହଇରାଣ ହେଉଛନ୍ତି। ଏପରି ପରିସ୍ଥିତିରେ ସେ ୫୦୦୦ପରିବାରକୁ ସାହାଯ୍ୟ କରିବେ।

{"id":267438,"sizeSlug":"large"}

ବିବେକ ଏହି ଯୋଜନା ଏକ ‘ସପୋର୍ଟ ଏଡ ଏଣ୍ଡ ହେଲ୍ପ ଦ ହେଲ୍ପଲେସ୍-ସାଥ’ ଜରିଆରେ କରୁଛନ୍ତି। ଯାହା ଦ୍ବାରା ଶ୍ରମିକଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଟ୍ରାନ୍ସଫର ହେବ। ତାଙ୍କୁ ତାଙ୍କ ଦୈନିକ ଆବଶ୍ୟକତାକୁ ପୂରା କରିବା ପାଇଁ ନଗଦ ଅର୍ଥାତ୍ ଟଙ୍କାର ସହାୟତା ମିଳିପାରିବ। ବିବେକ ଏହି ଯୋଜନାକୁ ସୋସିଆଲ ମିଡିଆରେ ମଧ୍ୟ ଆଗକୁ ବଢ଼ାଇଛନ୍ତି ଯାହା ଦ୍ବାରା ଅଧିକରୁ ଅଧିକ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ।

{"id":267439,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.