ଭିଟାମିନ୍-ଡିର ଅଭାବ ଯୋଗୁଁ ଏହି ସବୁ ଦେଶରେ ଅଧିକ ପରିମାଣରେ ହୋଇଛି କରୋନା ସଂକ୍ରମଣ : ବୈଜ୍ଞାନିକମାନେ କଲେ ଖୁଲାସା
23/07/2020 at 12:26 PM

କିଛି ଦେଶରେ କରୋନା ରୋଗୀ ଏବଂ ମୃତକଙ୍କ ସଂଖ୍ୟା ଅତ୍ୟନ୍ତ କମ୍। କିଛି ଦେଶ ତ ଏପରି ରହିଛି ଯେଉଁଠାରେ ଭିଟାମିନ୍-ଡି ଯୋଗୁଁ କରୋନା ସଂକ୍ରମଣ ଦୁର୍ବଳ ହୋଇଯାଇଥିଲା। ଯେଉଁ ଦେଶରେ ଭିଟାମିନ୍-ଡି ର ଅଭାବ ଥିଲା ସେଠାରେ କରୋନାର ମାମଲା ଜୋରସୋରରେ ବଢ଼ିଛି।
ନରଓ୍ବେ,ଡେନମାର୍କ,ଫିନଲାଣ୍ଡ,ସ୍ବିଡେନ ଏପରି ଦେଶ ଯେଉଁଠାରେ ଭିଟାମିନ୍-ଡି ଲୋକଙ୍କ ରକ୍ଷା କବଚ ହୋଇଛି। ଏହି ଭିଟାମିନ୍ ଯୋଗୁଁ କରୋନା ଭାଇରସର ସଂକ୍ରମଣ କମିଛି ଏବଂ ଲୋକ କମ୍ ଅସୁସ୍ଥ ହୋଇଛନ୍ତି। ଏହି ଦେଶରେ ଅଧିକ ମୃତ୍ୟୁ ମଧ୍ୟ ହୋଇନାହିଁ। କାରଣ ଏଠାରେ ଲୋକଙ୍କ ଶରୀରରେ ଭିଟାମିନ୍-ଡିର ମାତ୍ରା ପର୍ଯ୍ୟାପ୍ତ ରହିଛି।
ଏହି ସୂଚନା ୟୁରୋପୀୟ ବୈଜ୍ଞାନିକଙ୍କ ଏକ ଟିମର ଅଧ୍ୟୟନ ପରେ ସାମନାକୁ ଆସିଥିଲା। ଏହି ଟିମର ବୈଜ୍ଞାନିକଙ୍କ ଦାବି ରହିଛି ଯେ ସେହି ୟୁରୋପୀୟ ଦେଶ କରୋନା ସଂକ୍ରମଣର ଅଧିକ ଶିକାର ହୋଇଛି ଯେଉଁଠାରେ ଲୋକଙ୍କଠାରେ ଭିଟାମିନ୍-ଡି ଅଭାବ ଥିଲା।
ଭିଟାମିନ୍-ଡି କମ୍ ଥିବା ଦେଶଗୁଡ଼ିକ ହେଲା ସ୍ପେନ୍,ଫ୍ରାନ୍ସ,ଇଟାଲୀ ଏବଂ ବ୍ରିଟେନ୍। ସେହିପରି ଆମେରିକା,ଭାରତ ଏବଂ ଚୀନର ଲୋକଙ୍କଠାରେ ମଧ୍ୟ ଭିଟାମିନ୍-ଡିର ଅଭାବ ପରିଲକ୍ଷିତ ହୋଇଥାଏ। ଏଥିପାଇଁ ଏହିସବୁ ଦେଶରେ କରୋନା ଭାଇରସ୍ ଯୋଗୁଁ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି।
ଭିଟାମିନ୍-ଡି ଅଭାବ ଥିବା ଏହି ଦେଶଗୁଡ଼ିକରେ କରୋନା ଭାଇରସର ସଂକ୍ରମଣ ଜୋରସୋରରେ ବ୍ୟାପିଥିଲା। ବୈଜ୍ଞାନିକମାନେ ଏହି ୟୁରୋପୀୟ ଲୋକଙ୍କ ଶରୀରରେ ଭିଟାମିନ୍-ଡିର ଅଧ୍ୟୟନ କରିବା ପାଇଁ ୧୯୯୯ମସିହାରୁ ଡାଟା ବାହାର କରି ସେଗୁଡ଼ିକର ସମୀକ୍ଷା କରିଥିଲେ।
ଭିଟାମିନ୍-ଡିର ଅଭାବ ସବୁଠୁ ଅଧିକ ଏସୀୟ ଦେଶ ଏବଂ କୃଷ୍ଣକାୟ ଦେଶର ଲୋକଙ୍କଠାରେ ଜଣା ପଡ଼ିଥିଲା ଯେଉଁମାନଙ୍କର ବ୍ରିଟେନ୍ ଏବଂ ଆମେରିକାରେ ବହୁତ ଅଧିକ ମୃତ୍ୟୁ ହୋଇଛି।