ଅଧିକ ଭିଟାମିନ୍ ଡି ଖାଆନ୍ତୁ, କୋଭିଡକୁ ବାଏ ବାଏ କୁହନ୍ତୁ...ଏମିତି କିଛି ତଥ୍ୟ ରଖିଛନ୍ତି ବୋଷ୍ଟନ ୟୁନିଭର୍ସିଟି

Published By : Prameya-News7 Bureau | September 27, 2020 IST

ବୋଷ୍ଟନ, ୨୭|୦୯:  ଶରୀରରେ କରୋନା ସ୍ଥିତିକୁ ସୁଧାରିବ ଭିଟାମିନ୍ ଡି । ବୋଷ୍ଟନ ୟୁନିଭର୍ସିଟିର ଏକ ଗବେଷଣାରୁ ଏହି ତଥ୍ୟ ମିଳିଛି । ଏହାସହ କରୋନା ଆକ୍ରାନ୍ତଙ୍କ ଅମ୍ଲଜାନ ଆବଶ୍ୟକତାକୁ ମଧ୍ୟ ଭିଟାମିନ୍ ଡି ପୂରଣ କରିବ ବୋଲି ଜଣାପଡିଛି ।

ବୋଷ୍ଟନ ୟୁନିଭର୍ସିଟିର ଗବେଷକ ପ୍ଲାସ୍ ଭନ୍ ନାମକ ଏକ ପତ୍ରିକାରେ କହିଛନ୍ତି ଯେ, ୪୦ ବର୍ଷରୁ ଅଧିକ ବ୍ୟକ୍ତି ଯେଉଁମାନଙ୍କ  ଶରୀରରେ ଭିଟାମିନ ଡି ଅଛି ସେମାନଙ୍କ ମଧ୍ୟରୁ ମାତ୍ର ୯.୭ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ଏହା ଶରୀରରେ ସାଇଟୋକିନ୍ ଷ୍ଟର୍ମର ବିପଦକୁ ପ୍ରତିହତ କରିଥାଏ । ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।

ୟୁନିଭର୍ସିଟିର ଗବେଷକ ତଥା ଲେଖକ ମାଇକେଲ୍ ଏଫ୍ ହଲିକ କହିଛନ୍ତି ଯେ, ଗବେଷଣାରୁ ଅନେକ ପ୍ରମାଣ ମିଳିଛି । ଭିଟାମିନ୍ ଡି ସଂକ୍ରମଣ ମାତ୍ରା କମାଇଥାଏ । ଏହାସହ ମୃତ୍ୟୁ ଆଶଙ୍କାକୁ ହ୍ରାସ କରିଥାଏ ।ଏହି ଗବେଷଣାରେ ୨୩୫ କରୋନା ଆକ୍ରାନ୍ତଙ୍କ ଭିଟାମିନ୍ ଡି ସ୍ତର ମପାଯାଇଥିଲା ।

ଗବେଷଣାରୁ ଜଣାପଡିଛି ଯେ, ଭିଟାମିନ୍ ଡି ଶରୀରରେ ବିଡିଆର ବା ରୋଗ ପ୍ରତିରୋଧକ ଶକ୍ତି ସହ ମିଶି ଜୀବାଣୁ ଓ ଭାଇରାଲ ପାନ୍ଥୋଜେନ୍ସ ସହ ଲଢିଥାଏ । ତେଣୁ ଭିଟାମିନ୍ ଡି କରୋନା ଆକ୍ରାନ୍ତଙ୍କ ପାଇଁ ଲାଭଦାୟକ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.