ଶରୀରରେ ଭିଟାମିନ୍-ଡି ଲେଭେଲ୍ କମ୍ ଥିଲେ ବଢିପାରେ କରୋନା ସଂକ୍ରମଣ ପ୍ରତି ବିପଦ

Published By : Prameya-News7 Bureau | July 29, 2020 IST

ଭୁବନେଶ୍ୱର ୨୯/୦୭ : କରୋନା ଭାଇରସ୍ ସାରା ଦୁନିଆରେ ହୁ ହୁ ହୋଇ ବଢି ଚାଲିଛି | ବୈଜ୍ଞାନିକ ଓ ଗବେଷକ ସଂକ୍ରମଣକୁ ବୁଝିବାକୁ ଚେଷ୍ଟା କରୁଛନ୍ତି | ଏ ପର୍ଯ୍ୟନ୍ତ ଏତିକି ସ୍ପଷ୍ଟ ହୋଇପାରିଛି ଯେ ଦୁର୍ବଳ ପ୍ରତିରୋଧ କ୍ଷମତା ଓ ଅନ୍ୟାନ୍ୟ ରୋଗରେ ପୀଡିତ ଲୋକେ ଖୁବ ଶୀଘ୍ର ସଂକ୍ରମଣର ଶିକାର ହେଉଛନ୍ତି | ବିଶେଷକରି ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କରୋନା ସଂକ୍ରମଣ ଘାତକ ପ୍ରମାଣିତ ହୋଇଛି | ବୟସ୍କ ବ୍ୟକ୍ତି, ଶିଶୁ, କ୍ୟାନସରରେ ପୀଡିତ, ଉଚ୍ଚ ରକ୍ତଚାପ ରୋଗୀ, ହୃଦୟ ରୋଗୀ ତଥା ମଧୁମେହ ରୋଗୀ ସଂକ୍ରମିତ ହେବାଦ୍ବାରା ରିସ୍କ ବଢି ଯାଇଥାଏ | ସେଥିପାଇଁ ନିଜକୁ ସୁରକ୍ଷିତ ରଖିବା ପ୍ରଥମ ଦାୟିତ୍ୱ | 

ବାର-ଇଲାନ୍ ୟୁନିଭର୍ସିଟିର ଲ୍ୟୁମିଟ୍ ହେଲ୍ଥ ସର୍ଭିସେସ୍ (ଏଲଏଚଏସ) ଓ ଇସ୍ରାଇଲି ଫାକଲ୍ଟି ଅଫ ମେଡ଼ିସିନର ଇସ୍ରାଇଲ୍ ଗବେଷକଙ୍କ କହିବାନୁସାରେ ବ୍ଲଡ଼ ପ୍ଲାଜମାରେ ଭିଟାମିନ୍-ଡି ର ଲୋ ଲେଭେଲ ଓ କୋଭିଡ-୧୯ ସଂକ୍ରମଣ ସମ୍ଭାବନା ମଧ୍ୟରେ ଲିଙ୍କ୍ ରହିଛି |

{"id":307312,"width":570,"height":338,"sizeSlug":"large"}

ଏଫଇବିଏସ୍ ଜର୍ନାଲରେ ପ୍ରକାଶିତ ରିସର୍ଚ୍ଚ ଅନୁସାରେ, ରିସର୍ଚ୍ଚର୍ ୭ ହଜାର ୮୦୭ ଲୋକଙ୍କ ଭିଟାମିନ୍-ଡି ସ୍ଥର ବିଶ୍ଳେଷଣ କରିଥିଲେ | ଯେଉଁଥିରୁ ୭୮୨ (୧୦.୧ ପ୍ରତିଶତ) କୋଭିଡ୍-୧୯ ରୋଗୀ ଥିଲେ ଏବଂ ବାକି ସମସ୍ତେ ସୁସ୍ଥ ଥିଲେ | ରିସର୍ଚ୍ଚର ତଥ୍ୟକୁ ଭଲ ଭାବେ ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଥିଲେ ଯେ, ଯେଉଁମାନେ କୋଭିଡ୍-୧୯ ରୋଗୀ ସେମାନଙ୍କ ପ୍ଲାଜମାରେ ଭିଟାମିନ୍-ଡି ସ୍ଥର ଅତ୍ୟନ୍ତ କମ ଥିଲା |

ଲ୍ୟୁମିତ ବିଭାଗର ମୁଖ୍ୟ ୟୁଜିନ ମର୍ଜୋନ କହିଛନ୍ତି ଯେ, ତାଙ୍କ ଅଧ୍ୟୟନର ମୂଳ ହେଲା ପ୍ଲାଜମା ଭିଟାମିନ୍-ଡି ଲୋ ଲେଭେଲ୍ ଓ କୋଭିଡ-୧୯ ସଂକ୍ରମଣ ମଧ୍ୟରେ ଲିଙ୍କର ସମ୍ଭାବନା କେତେ | ବୟସ, ଲିଙ୍ଗ, ସାମାଜିକ-ଆର୍ଥିକ ସ୍ଥିତି ଓ ବହୁ ପୁରୁଣା ରୋଗକୁ ସମୟୋଯିତ କରିବା ପରେ ମଧ୍ୟ ଏହି ଲିଙ୍କ୍ ଦେଖିବାକୁ ମିଳିଥିଲା | ଏହାଛଡା, ଲୋ ଲେଭେଲ୍ ଭିଟାମିନ୍-ଡି ସ୍ଥର କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ମାମଲାରେ ଏହି ଲିଙ୍କ କମ୍ ମହତ୍ୱପୂର୍ଣ୍ଣ ଥିଲା |

{"id":307314,"sizeSlug":"large"}
Foods containing and rich in vitamin D and yellow pills

ଥକାପଣ, ଗଣ୍ଠିରେ ଯନ୍ତ୍ରଣା, ଦୁର୍ବଳ ମାଂସପେଶୀ, ଏବଠୁ ଗଣ୍ଠି ଭୀଷଣ ବିନ୍ଧିବା ଆଦି ଭିଟାମିନ୍-ଡି ର ଅଭାବର ସଂକେତ | ଭିଟାମିନ୍-ଡି ର ଅଭାବ ପୁରା କରିବାକୁ ସକାଳର କଅଁଳିଆ ଖରାରେ ବସିବା, ମାଛ, କ୍ଷୀର, ଦୁଗ୍ଧ ଜାତୀୟ ଖାଦ୍ୟ, ଛତୁ ଆଦି ଖାଇବା ଉଚିତ | ଏହିସବୁରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ଡି ରହିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.