Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶରୀରରେ Vitamin-Dର ଅଭାବ କରୋନା ସଂକ୍ରମିତଙ୍କ ମୃତ୍ୟୁର କାରଣ ! ରିପୋର୍ଟ

16/05/2020 at 2:12 PM

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ବଢୁଥବା ମୃତ୍ୟୁହାର ଏବେ ଚିନ୍ତାର କାରଣ ପାଲଟିଥିବାବେଳେ ବୈଜ୍ଞାନିକମାନେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଖୋଜିବାରେ ଲାଗିଛନ୍ତି। ଏଥିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ମିଳିଥିବା ନିର୍ଯାସରୁ ଭିଟାମିନ ‘ଡି’ ଅଭାବ ଥିବା ଅଧିକାଂଶ ଆକ୍ରାନ୍ତ ପ୍ରାଣ ହରାଉଥିବା ଗବେଷକମାନେ କହିଛନ୍ତି।

ଆମେରିକା ଇଲିନୋଇସ୍ ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟିର ଗବେଷକମାନେ ଏ ନେଇ କରିଥିବା ଗବେଷଣାରୁ କରୋନାରେ ପ୍ରାଣ ହରାଇଥିବା ରୋଗୀଙ୍କ ଠାରେ ଭିଟାମିନ ‘ଡି’ର ମାତ୍ରା କମ୍ ଥିବାର ଜାଣିବାକୁ ପାଇଛନ୍ତି। ଏହାର ସେମାନେ ଏକ ତୁଳନାତ୍ମକ ଅଧ୍ୟାୟନ କରିବା ସହ ଏଥିରେ ଇଟାଲୀ, ସ୍ପେନ ଓ ବ୍ରିଟେନର କରୋନା ଆକ୍ରାନ୍ତଙ୍କୁ ସାମିଲ କରାଯାଇଥିଲା ଓ ପ୍ରାଣ ହରାଇଥିବା ସମସ୍ତ ଗୁରୁତର ଭିଟାମିନ ‘ଡି’ ଅଭାବ ଜନିତ ସମସ୍ୟାରେ ଗ୍ରସିତ ଥିବା ଜଣାପଡିଥିଲା।

ତେବେ ଏହାର ଅର୍ଥ ନୁହେଁ ଶରୀରର ଭିଟାମିନ ‘ଡି’ ଆବଶ୍ୟକତାକୁ ଔଷଧ ଦ୍ୱାରା ପୁରଣ କରିହେବ। ଏହା ପ୍ରାକୃତିକ ରୂପରେ ସୂର୍ଯ୍ୟଙ୍କ କିରଣରୁ ଶରୀରେ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ଦ୍ୱାରା ହିଁ ସମ୍ଭବ ବୋଲି ଗବେଷକମାନେ କହିଛନ୍ତି। ତେବେ ଏପର୍ଯ୍ୟନ୍ତ ଗବେଷଣା ସମ୍ପୂର୍ଣ୍ଣ ହୋଇନଥିବାରୁ ପୂର୍ଣ୍ଣ ତଥ୍ୟ  ମିଳିପାରିନାହିଁ। ହେଲେବି କରୋନା ମୃତ୍ୟୁର ଭିଟାମିନ ‘ଡି’ ମଧ୍ୟ ଏକ କାରଣ ଲୋକେ ଜାଣିବା ଦରକାର ବୋଲି ଗବେଷକମାନେ କହିଛନ୍ତି।

ତେବେ ଭିଟାମିନ ‘ଡି’ ଅଭାବ ଥିବା ବେଳେ ସଂକ୍ରମିତ ହେଲେ ରୋଗୀଙ୍କ ଶରୀରରେ କରୋନା ଅନେକ ସାଇଟୋକାଇନ ସୃଷ୍ଟି କରିଥାଏ। ଫଳରେ ରୋଗୀ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାର ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡୁଥିବା ଗବେଷକ କହିଛନ୍ତି ।

   Related Posts