କରୋନା ଭାଇରସକୁ ଦୂର କରିବ ଭିଟାମିନ୍-ସି ! ଚୀନରେ ଚାଲିଛି ଗବେଷଣା
3/03/2020 at 4:57 PM

ବେଜିଂ ମାର୍ଚ୍ଚ ୦୩: ଶୀତଦିନେ ଥଣ୍ଡା ଓ କାସକୁ ରୋକିବା ପାଇଁ ଭିଟାମିନ୍-ସିର ବ୍ୟବହାର କରାଯାଏ। ଅଧିକ ଥଣ୍ଡା ଅନୁଭୂତ ହେଉଥିବା ରାଜ୍ୟର ଲୋକମାନେ ଭିଟାମିନ୍-ସିକୁ ବହୁଳ ମାତ୍ରାରେ ବ୍ୟବହାର କରିଥାନ୍ତି।ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। କିନ୍ତୁ ଏହାର ପ୍ରୟୋଗରେ କରୋନା ଭାଇରସକୁ ଶେଷ କରିବା ପାଇଁ ଚୀନ ଚେଷ୍ଟା ଆରମ୍ଭ କରିଛି। ଚୀନର ଡାକ୍ତରମାନେ ଏଥିପାଇଁ ଗବେଷଣା ଆରମ୍ଭ କରିଦେଇଛନ୍ତି।

ଚୀନରେ କରୋନା ଭାଇରସର ମୁକାବିଲା ପାଇଁ ଭିଟାମିନ-ସିର ପ୍ରୟୋଗକୁ ନେଇ ରିସର୍ଚ୍ଚ ଆରମ୍ଭ ହୋଇଛି। ଭିଟାମିନ ସିର ହାଇ ଡୋଜ କରୋନାକୁ ରୋକିପାରିବ। ବୁହାନ ବିଶ୍ୱବିଦ୍ୟାଳୟର ଝୋଙ୍ଗନାନ୍ ହସ୍ପିଟାଲରେ ଏନେଇ ଗବେଷଣା କରାଯାଉଛି। ଏହାକୁ ୧୨୦ଜଣ ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ କରାଯାଇଛି। ଆକ୍ରାନ୍ତଙ୍କୁ ସପ୍ତାହରେ ୨୪ଗ୍ରାମର ଭିଟାମିନ୍ ସି ଦିଆଯାଉଛି। ତେବେ ଏହାର ରେଜଲ୍ଟ ଏବେ ସୁଦ୍ଧା ଆସିନାହିଁ। ଦୈନିକ ଭିଟାମିନ ସିର ମାତ୍ରାଠୁ ୬୦ ଗୁଣା ଅଧିକ ଭିଟାମିନ ରୋଗୀଙ୍କୁ ଦିଆଯାଉଛି। ଯାହା କେତେକାଂଶରେ ଆକ୍ରାନ୍ତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି।

ଏହି ରିସର୍ଚ୍ଚରେ ସାମିଲ ଜମେ ଡାକ୍ତର କହିଛନ୍ତି ଯେ, ଭିଟାମିନ ସି ସମସ୍ତ ବାଇରସ ବିରୋଧରେ କାମ କରିଥାଏ। ଠିକ ମାତ୍ରାରେ ଦିଆଗଲେ ସୁଫଳ ମିଳିଥାଏ। ତେବେ ଲଣ୍ଡନର କିଛି ବୈଜ୍ଞାନିକ ଭିଟାମିନ ସିକୁ କରୋନା ମୁକାବିଲା ପାଇଁ ସେତେଟା ଫଳପ୍ରଦ ବୋଲି ମାନୁନାହାଁନ୍ତି। ତେବେ ଗବେଷଣାର ଫଳ ଆସିବା ପରେ ହିଁ ଏହା ସ୍ପଷ୍ଟ ହେବ।