ଭିଟାମିନ-Cରେ ରହିଛି ସ୍ଵାସ୍ଥ୍ୟ ପାଇଁ ଅନେକ ଉପକାରିତା; ଯାହା ବିଷୟରେ ଜାଣିବା ନିହାତି ଦରକାର

Published By : Prameya-News7 Bureau | June 26, 2021 IST

wp:heading {"level":5}
ଅନେକ ଲୋକ ଭିଟାମିନ୍ ପାଇଁ କେତେ ପ୍ରକାରର ଔଷଧ ଜାତୀୟ ଖାଦ୍ୟ ସେବନ କରନ୍ତି । କିଏ ଶରୀରର ପାଇଁ ତ ଆଉ କିଏ କେଶ ପାଇଁ ବ୍ୟବହାର କରନ୍ତି । କିନ୍ତୁ ଭିଟାମିନ -c ଅନେକ ସମସ୍ୟାର ସମାଧାନ ସହ ସମୃକ୍ତ ।
/wp:heading wp:heading {"level":5}
·  ଭିଟାମିନ୍-c ସି ରେ ରହିଛି ସ୍ବାସ୍ଥ୍ୟ ଉପକାରିତା
/wp:heading wp:heading {"level":5}
ଭିଟାମିନ୍ -c ହେଉଛି ଜଳରେ ଦ୍ରବୀଭୂତ କ୍ଷମତା ଥିବା  ଭିଟାମିନ୍ । ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ । ଟିସୁ ପୁର୍ନଗଠନ ଏବଂ ନିର୍ଦ୍ଦିଷ୍ଟ ନ୍ୟୁରୋଟ୍ରାନ୍ସମିଟରର ଏନଜାଇମାଟିକ୍ ଉତ୍ପାଦନରେ ସହାୟକ ।ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି,  ଏହା ଅନେକ ଏନଜାଇମର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରିବାରେ ଏକ ଗୁତୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ସହ  ପୁନରାଉଦ୍ଧାରରେ ସାହାଯ୍ୟ କରେ । କିନ୍ତୁ ସବୁଠାରୁ ବଡ କଥା ହେଲା ରୋଗରୁ ଆରୋଗ୍ୟ କରେ ଏବଂ ଶରୀରର ସୁରକ୍ଷା ପ୍ରଣାଳୀକୁ ଶକ୍ତି ପ୍ରଦାନ କରିପାରେ ।
/wp:heading wp:heading {"level":5}
· ହୃଦୟକୁ ରକ୍ଷା ଜରେ
/wp:heading wp:heading {"level":5}
ହୃଦରୋଗର ଆଶଙ୍କାର ବୃଦ୍ଧି କରାଇବାରେ ମୁଖ୍ୟ କାରଣ ହେଉଛି ଉଚ୍ଚ ଟ୍ରାଇଗ୍ଲାଇରାଇଡ୍ ବା LDL (ଖରାପ) କୋଲେଷ୍ଟ୍ରଲ୍ ସ୍ତର ଏବଂ ନିମ୍ନ ସ୍ତରର HDL (ଭଲ) କୋଲେଷ୍ଟ୍ରଲ୍ | କିନ୍ତୁ  ଭିଟାମିନ୍ -c LDL (ଖରାପ) କୋଲେଷ୍ଟ୍ରଲ୍ କୁ ଏବଂ ରକ୍ତ ଟ୍ରାଇଗ୍ଲାଇରାଇଡସ୍ କୁ ଯଥେଷ୍ଟ  ଭାବେ ହ୍ରାସ କରେ |
/wp:heading wp:heading {"level":5}
· ସ୍ମରଣ ଶକ୍ତି ଓ ଚିନ୍ତା ଶକ୍ତିର କ୍ଷମତା ରକ୍ଷା କରେ
/wp:heading wp:heading {"level":5}
ଏହା ସାଧାରଣତଃ ମସ୍ତିଷ୍କା , ମେରୁଦଣ୍ଡ ଓ ସ୍ନାୟୁ ନିକଟରେ ଥିବା ଅକ୍ସିଡେଟିଭ୍ ଚାପ ସହ ସ୍ମୃତି ଶକ୍ତିରେ ବାଧା ଦେବାରେ ଆଶଙ୍କା ବୃଦ୍ଧି କରିଥାଏ |  କିନ୍ତୁ ଭିଟାମିନ-c ଏକ ପ୍ରକାରର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ  ଉତ୍ପାଦନ ହେବା ଦ୍ବାରା ସ୍ମୃତି ଶକ୍ତି ଓ ମସ୍ତିଷ୍କ ଚିନ୍ତା କ୍ଷମତାକୁ ସୁରକ୍ଷା କରେ |
/wp:heading wp:list
  • ଆଇରନ  ଅଭାବକୁ ମୁକାବିଲା କରେ
/wp:list

ଆଇରନ୍ ହେଉଛି ଆରବିସି (ଲୋହିତ ରକ୍ତ କଣିକା) ର ଗୁରୁତ୍ବପୂର୍ଣ ବିଷୟବସ୍ତୁ  |  ଏହା ଶରୀରରେ ଅମ୍ଳଜାନ ଯୁକ୍ତ ରକ୍ତ ପରିବହନରେ ସାହାଯ୍ୟ କରେ | ଭିଟାମିନ୍-c ଜଟିଳ ଆଇରନ (ଉଦ୍ଭିଦ-ଆଧାରିତ ଲୌହ ଉତ୍ସ) ଅଣ -ଆଇରନ ସହିତ ସଂଯୁକ୍ତ ହୋଇ ତାହାକୁ ରୂପାନ୍ତରିତ କରିଥାଏ | ଯାହା ଶରୀରରେ ସହଜରେ ମିଶି ପାରିଥାଏ |

ଗୁଟ୍ (Gout )ଆକ୍ରମଣକୁ ରୋକିଥାଏ |

ଗୁଟ୍ ହେଉଛି ଏକ ପ୍ରକାର ଆର୍ଥ୍ରାଇଟିସ୍  | ଯାହା ଗଣ୍ଠିର ପ୍ରଦାହକୁ ଅନ୍ତର୍ଭୁକ୍ତ କରେ | ଗୁଟ୍ର ମୁଖ୍ୟ କାରଣ ହେଉଛି ରକ୍ତରେ ଅଧିକ ପରିମାଣର ୟୁରିକ୍ ଏସିଡ୍ ଉତ୍ପାଦନ କରିବା |, ଭିଟାମିନ୍-c ୟୁରିକ୍ ଏସିଡ୍ ର ରକ୍ତ ସ୍ତରକୁ କମ କରିଥାଏ ଏବଂ ଗୁଟ୍ ବିପଦ କ୍ଷମତାକୁ କମ କରିବାରେ ସାହାଯ୍ୟ କରିଥାଏ |

wp:list
  • ବାୟୁ ପ୍ରଦୂଷଣ ଜନୀତ କ୍ଷତିକାରକ ପ୍ରଭାବକୁ କମ୍ କରିଥାଏ
/wp:list

ବାୟୁ ପ୍ରଦୂଷଣ ଦ୍ବାରା ଅନେକ ଶ୍ବାସ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ |  ଯେପରିକି ଆଜମା କିମ୍ବା କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ ଇତ୍ୟାଦି  | ବାୟୁ ପ୍ରଦୂଷଣ ଫୁସଫୁସରେ ପ୍ରବେଶ କଲାବେଳେ ରେଡିକାଲ ସୃଷ୍ଟି ହୋଇଥାଏ | ଯାହାଫଳରେ ହୃଦରୋଗ, କର୍କଟ ଏବଂ ଶ୍ବାସ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ | ତେବେ ଭିଟାମିନ-c ସି ଆଣ୍ଟିଅକ୍ସିଡାଣ୍ଟ ଏଲିମେଣ୍ଟ ରେଡିକାଲ୍ ସହିତ ବାନ୍ଧି ହୋଇଥାନ୍ତି ଯାହାଫଳରେ କୋଷଗୁଡିକ ନଷ୍ଟ କରିବା ପୂର୍ବରୁ ସେମାନଙ୍କୁ ସୁରକ୍ଷା କରନ୍ତି |

wp:list
  • ହଜମ ପ୍ରକ୍ରିୟା
/wp:list

ଭିଟାମିନ -c ହେଉଛି ଅତ୍ୟଧିକ ସେବନ କରିବା ଦ୍ବାରା  ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ | ଫଳରେ ଝାଡା ଏବଂ ବାନ୍ତି ଆଦି ସମସ୍ୟା ହୋଇଥାଏ  |

wp:list
  • ଅତ୍ୟଧିକ ଆଇରନ
/wp:list

ଯେହେତୁ ଭିଟାମିନ୍ ସି ଆଇରନ  ଅବଶୋଷଣକୁ ପ୍ରୋତ୍ସାହିତ କରେ | ଅତ୍ୟଧିକ ଭିଟାମିନ୍ ଗ୍ରହଣ କଲେ ଶରୀରରେ ଆଇରନ  ଜମା ହେବାର ଆଶଙ୍କା ବଢି ପାରେ| ଯାହା ଫଳରେ ହେମୋକ୍ରୋମାଟୋସିସ୍ ସୃଷ୍ଟି ହୋଇଥାଏ |

wp:list
  • କିଡନୀ ଜନିତ ସମସ୍ୟା
/wp:list

ଭିଟାମିନ୍ ସି ଶରୀରରୁ ଅକ୍ସାଲେଟ୍ ପରି ପରିସ୍ରା ମାଧ୍ୟମରେ ନିର୍ଗତ ହୁଏ | କେତେକ ଅବସ୍ଥାରେ, ଅକ୍ସାଲେଟ୍ ଖଣିଜ ପଦାର୍ଥ ସହିତ ବାନ୍ଧି ହୋଇ ସ୍ଫଟିକ୍ ସୃଷ୍ଟି କରେ | ଯାହା  ଫଳରେ କିଡନୀରେ ପଥର ସୃଷ୍ଟି କରିପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.