Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଭିଟାମିନ B12 ଅଭାବର ଲକ୍ଷଣ: ସ୍ମରଣ ଶକ୍ତି ହ୍ରାସ ପାଇବା ସହ ଦେଖା ଦେଇଥାଏ ଏହିସବୁ

26/10/2021 at 2:45 PM

ଭୁବନେଶ୍ୱର ୨୬/୧୦ : ଯଦି ଆପଣ ଭିଟାମିନ B12 ଅଭାବ ଜନିତ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଆପଣଙ୍କୁ ଦେଖାଦେଇପାରେ ଏହି ରୋଗ ଓ ଲକ୍ଷଣ ! ଭିଟାମିନ୍ B12 ଆମ ଶରୀର ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଉପାଦାନ। ଯାହା ମସ୍ତିଷ୍କ ଠାରୁ ଆରମ୍ଭକରି ହାଡ ପର୍ଯ୍ୟନ୍ତ ଶରୀରର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ଏହା ଏପରି ଭିଟାମିନ୍ ଯାହା ଆମ ଶରୀରରୁ ସହଜରେ ସରିଯାଇପାରେ। ପରିସଂଖ୍ୟାନ ଏହା ଦର୍ଶାଏ ଯେ ଭିଟାମିନ୍ B12 ହେଉଛି ବିଶ୍ୱ ଅଭାବର ଏକ ସାଧାରଣ ରୂପ। ଯେଉଁଥିରେ ୧୫% ରୁ ଅଧିକ ଲୋକଙ୍କର ଭିଟାମିନ୍ B12 ର ଅଭାବ ରହିଛି ଓ ୪୦% ଯୁକ୍ତ ଲୋକ ଏହି ଭିଟାମିନ ଅଭାବର ସୀମାରେଖା ନିକଟରେ ଅଛନ୍ତି।

ଭିଟାମିନ୍ B12 ହେଉଛି ଏକ ମୁଖ୍ୟ ପୋଷକ ତତ୍ତ୍ୱ ଯାହା ଆମ ଶରୀରର ମୂଳ ସ୍ତରର କାମକୁ ସମର୍ଥନ କରିଥାଏ। ଏହା ରକ୍ତ ସ୍ନାୟୁ ଓ କୋଷକୁ ସୁସ୍ଥ ରଖିବା ସହ DNA ଉତ୍ପାଦନକୁ ସହଜ କରିଥାଏ। ଯେହେତୁ ଆମ ଶରୀର ପ୍ରାକୃତିକ ଭାବରେ ଭିଟାମିନ୍ B12 ଉତ୍ପାଦନ କରିପାରେ ନାହିଁ, କେବଳ କିଛି ଖାଦ୍ୟ ମାଧ୍ୟମରେ ଏହା ପାଇବା ସମ୍ଭବ ହୋଇଥାଏ। ଯାହା ମଧ୍ୟରୁ କେତେକ ପ୍ରାଣୀଜାତ ଖାଦ୍ୟ ଓ ସାମୁଦ୍ରିକ ଖାଦ୍ୟରୁ ମିଳିଥାଏ।

ଏହା ସ୍ୱାଭାବିକ ଭାବେ ତିଆରି ହୁଏ ନାହିଁ ସେଥିପାଇଁ ଆମଶରୀର ଭିଟାମିନ୍ B12 ସ୍ତରକୁ କମିବା ଅତି ସହଜ ହୋଇଥାଏ। ବିଶେଷକରି ଅଳ୍ପ ଖାଉଥିବା ବ୍ୟକ୍ତିଙ୍କମାନେ ଏହି ଭିଟାମିନ ଅଭାବରୁ ଅଧିକ ଦୁର୍ବଳ ହୋଇପଡ଼ନ୍ତି। ଏହି ଅତ୍ୟାବଶ୍ୟକ ଭିଟାମିନର ଉପକାରିତାକୁ ସହଜରେ ଅଣଦେଖା କରାଯାଇପାରିବ ନାହିଁ। ଯେତେବେଳେ ଏହି ଭିଟାମିନ ସ୍ତର ଶରୀରରେ କମ ହୋଇଯାଏ ସେତେବେଳେ ଶରୀରର ନିୟମିତ ରକ୍ତ ପ୍ରବାହ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଯେତେବେଳେ ଭିଟାମିନ୍ B12 ସ୍ତର କମି ଯାଏ ଶରୀର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇପାରେ।

ଭିଟାମିନ୍ B12 ପାଇଁ ପ୍ରାକୃତିକ ଖାଦ୍ୟ ଯେପରିକି ସାମୁଦ୍ରିକ ଖାଦ୍ୟ, ଅଣ୍ଡା, କୁକୁଡ଼ା ଓ କିଛି ପ୍ରକାରର କ୍ଷିର ଉପରେ ନିର୍ଭର କରାଯାଏ। ଏହିପରି କେତେକ ଉଦ୍ଭିଦ ଭିତ୍ତିକ ଖାଦ୍ୟ ପନିପରିବା, ଫଳ ଓ ଲେମ୍ବୁରେ ଭିଟାମିନ୍ B12 ଥାଏ। ଶାକାହାରିମାନେ ଏହି ଅଭାବର ବିକାଶ ପାଇଁ ଆମିଶାଷିଙ୍କ ଅପେକ୍ଷା ଅଧିକ ବିପଦରେ ରହିଥାଆନ୍ତି।

ଯଦି ଆପଣଙ୍କ ଠାରେ ଭିଟାମିନ୍ B12 କମ୍ ଅଛି, ତେବେ ଆପଣ ପପିଲା ହରାଇ ପାରନ୍ତି, ଯାହା ଜିଭରେ ଥିବା ଛୋଟ ସ୍ୱାଦର ତନ୍ତ୍ରିକା। ଯଦି ଏଭଳି ହୁଏ ଆପଣ ନିଶ୍ଚିତ ଭାବେ ଗଳାରେ ଯନ୍ତ୍ରଣା ଅନୁଭବ କରିବେ। ଆପଣଙ୍କ ସ୍ୱାଦରେ ପରିବର୍ତ୍ତନ ଲକ୍ଷ କରିବେ ।

ଭିଟାମିନ୍ B12 କମ୍ ହେବାର ଆଉ ଏକ ଲକ୍ଷଣ ହେଲା ମାନସିକ ରୋଗ ସହ ସ୍ମୃତି ଶକ୍ତି ହ୍ରାସ ପାଇବା । ଯେହେତୁ ଭିଟାମିନ୍ B12 ଆମ ଶରୀରରେ ସ୍ନାୟବିକ କାର୍ଯ୍ୟକୁ ନିୟନ୍ତ୍ରଣ କରେ ଏହାର କମି ସିଧାସଳଖ ମାନସିକ ସ୍ୱାସ୍ଥ୍ୟ ଓ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିପାରେ। ମସ୍ତିଷ୍କରେ ଥିବା ସ୍ନାୟୁରେ କୌଣସି କ୍ଷତି କିମ୍ବା ସ୍ମୃତି ଶକ୍ତି ହ୍ରାସ, ଦ୍ୱନ୍ଦ୍ୱ, ବିବ୍ରତତା ଭଳି ସମସ୍ୟା ସୃଷ୍ଟି କରିପାରେ କିମ୍ବା କୌଣସି ଜିନିଷକୁ ମନେ ରଖିବା କଷ୍ଟକର ହୋଇପାରେ।

ଯଦି ଆପଣଙ୍କ ଶରୀରରେ ଭିଟାମିନ୍ B12 ହ୍ରାସ ହୁଏ, ତେବେ ଆପଣ ହୃଦସ୍ପନ୍ଦନରେ କଷ୍ଟ ଅନୁଭବ କରିବେ। ଯେତେବେଳେ ଏହାର ଅଭାବ ହୁଏ ହୃତପିଣ୍ଡ କାମ କରିବା କଷ୍ଟକର ହୋଇଥାଏ। ଏହା ଦ୍ୱାରା ଆମ ଶରୀରରେ ଆରବିସି ସ୍ତର ଶୀଘ୍ର ନଷ୍ଟ ହୋଇଯାଏ। ଏହି ପ୍ରକ୍ରିୟା ହେଉଛି ଶରୀରର ସମସ୍ତ ସ୍ଥାନକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ପ୍ରବାହିତ ହେବା ଓ ସମସ୍ତ ଅଙ୍ଗରେ ପହଞ୍ଚିବା ସୁନିଶ୍ଚିତ ଉପାୟ। ଯାହା ଫଳରେ ଆପଣ ମଧ୍ୟ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବେ।

   Related Posts