ପାକିସ୍ତାନରୁ ଉଦ୍ଧାର ହୋଇଥିବା ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଭାରତକୁ ହସ୍ତାନ୍ତର କରିବାକୁ ବିଶ୍ୱ ହିନ୍ଦୁ ପରିଷଦର ଦାବି

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୦୨/୦୯ : ବିଶ୍ୱ ହିନ୍ଦୁ ପରିଷଦର ଏକ ପ୍ରତିନିଧିମଣ୍ଡଳ ସୋମବାର ଦିନ ପାକିସ୍ତାନୀ ଦୂତାବାସକୁ ଏକ ଜ୍ଞାପନ ପ୍ରଦାନ କରିଛନ୍ତି ଏବଂ ଗତ ସପ୍ତାହରେ ମୁଲତାନ ଅଦାଲତ ପରିସରରେ କଥିତ ଭାବେ ମିଳିଥିବା ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ହସ୍ତାନ୍ତର କରିବାକୁ ଦାବି କରିଛନ୍ତି | 

ବିଶ୍ୱ ହିନ୍ଦୁ ପରିଷଦ ଭାରତରେ ପାକିସ୍ତାନ ଦୂତାବାସ ସମ୍ବନ୍ଧିତ ଜ୍ଞାପନରେ ମିଡ଼ିଆ ଖବର ଉଲ୍ଲେଖ କରି କହିଛନ୍ତି ଯେ ପାକିସ୍ତାନର ମୁଲତାନରେ ମାଲଖାନା ୧ ନମ୍ବର ଜମି ଖନନ ବେଳେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି | ପରିଷଦର ପ୍ରବକ୍ତା ବିନୋଦ ବଂଶଲ କହିଛନ୍ତି, ପ୍ରତିନିଧି ମଣ୍ଡଳ ପାକିସ୍ତାନୀ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଯେ ଉଦ୍ଧାର ହୋଇଥିବା ମୂର୍ତ୍ତିଗୁଡିକୁ ପାକିସ୍ତାନରେ ଭାରତୀୟ ଦୂତାବାସକୁ ହସ୍ତାନ୍ତର କରିଦିଅନ୍ତୁ ଯେପରିକି ପୂଜା ପାଇଁ ମୂର୍ତ୍ତିଗୁଡିକୁ ଭାରତ ଅଣାଯାଇପାରିବ |

ବିଶ୍ୱ ହିନ୍ଦୁ ପରିଷଦର ଦିଲ୍ଲୀ ସ୍ଥିତ ଅଧ୍ୟକ୍ଷ କପିଳ ଖନ୍ନା ଏହି ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ | ପରିଷଦ କହିଛି ଯେ ଯଦି ପାକିସ୍ତାନ ଏହି ମୂର୍ତ୍ତିଗୁଡିକୁ ଭାରତକୁ ହସ୍ତାନ୍ତର କରିଦିଏ ତାହେଲେ ଏହି ପଦକ୍ଷେପ ଉଭୟ ପଡୋଶୀ ଦେଶ ପାଇଁ ସଦ୍ଭାବ ପ୍ରତିଷ୍ଠା କରିବାରେ ସହାୟକ ହେବ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.