ବିମାନରେ ସିଗାରେଟ ପିଇବା ପାଇଁ ଜିଦ କଲେ ଯାତ୍ରୀ; ୩ ଘଣ୍ଟା ଚାଲିଲା ହଂଗାମା

Published By : Prameya-News7 Bureau | December 22, 2018 IST

ଦିଲ୍ଲୀ ୨୨/୧୨ : ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କର ଏକ ଅଜବ କାରନାମା ସାମ୍ନାକୁ ଆସିଛି | ଜଣେ ଯାତ୍ରୀ ବିମାନ ଭତରେ ସିଗାରେଟ ପିଇବା ପାଇଁ ଜିଦ କରୁଥିଲେ | ବିମାନ କର୍ମଚାରୀ ତାଙ୍କୁ ସିଗାରେଟ ପିଇବାକୁ ବାରଣ କରିବାରୁ ଯାତ୍ରୀ ଜଣକ କର୍ମଚାରୀଙ୍କ ଉପରେ ରାଗିଯାଇଥିଲେ | ଯାତ୍ରୀ ରାଗିଯାଇ ବିମାନ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ | ଯାହାଫଳରେ ବିମାନ ଉଡିବାରେ ବିଳମ୍ବ ହୋଇଥିଲା | ପାଖାପାଖି ୩ ଘଣ୍ଟା ପରେ ବିମାନ ଗନ୍ତବ୍ୟ ସ୍ଥଳକୁ ଉଡିବା ଆରମ୍ଭ କରିଥିଲା |


ସୂଚନାଯୋଗ୍ୟ ଯେ, ବିସ୍ତାରା ଏୟାରଲାଇନ୍ସର ଏକ ବିମାନ ଅମୃତସର-ଦିଲ୍ଲୀ-କୋଲକାତା ଯାଉଥିଲା | ଘଟଣା ଶୁକ୍ରବାର ଦିନ ଘଟିଥିଲା | ଶୁକ୍ରବାର ଦିନ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିମାନ କର୍ମଚାରୀଙ୍କ ସହ ହିଁ ଅଭାଦ୍ରାମୀ କରିଥିଲେ | ଯାତ୍ରୀ ଜଣକ ବିମାନ ଭିତରେ ସିଗାରେଟ ପିଇବା ପାଇଁ ଜିଦ ଧରି ବସିଥିଲେ | ତେବେ ସୁରକ୍ଷା ଏବଂ ନିୟମକୁ ଦୃଷ୍ଟିରେ ରଖି ବିମାନର ଜଣେ କର୍ମଚାରୀ ତାଙ୍କୁ ସିଗାରେଟ ପିଇବା ପାଇଁ ମନା କରିବାରୁ ସେ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ | ୩ ଘଣ୍ଟା ଜଣେ ଉଭୟଙ୍କ ମଧ୍ୟରେ ଯୁକ୍ତିତୁର୍କ ଚାଲିଥିଲା | ୩ ଘଣ୍ଟା ପରେ ବିମାନ କୋଲକାତା ପାଇଁ ଉଡାଣ ଆରମ୍ଭ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.