ଫେସବୁକ୍, ସିଲଭର ଲେକ୍ ପରେ ଏବେ ଜିଓର ଅଂଶଧନ କିଣିଲା ଭିଷ୍ଟା, ନିବେଶ କରିବ ୧୧,୩୬୭ କୋଟି

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୦୮।୦୫: ଆମେରିକାର ଘରୋଇ ସେକ୍ଟର ଇକ୍ୟୁଟି ଫର୍ମ ଭିଷ୍ଟା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍‌(RIL)ର ଡିଜିଟାଲ ପ୍ଲାଟଫର୍ମ ଜିଓରେ ୨.୩୨ ପ୍ରତିଶତ ଅଂଶ କିଣିଛି। ଦୁଇ କମ୍ପାନୀ ମଧ୍ୟରେ ୧୧,୩୬୭ କୋଟି ଟଙ୍କାର ଚୁକ୍ତି ହୋଇଛି। ଏହି ନିବେଶ ଜିଓ ପ୍ଲାଟଫର୍ମର ଇକ୍ୟୁଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଓ ଏଣ୍ଟରପ୍ରାଇଜ୍‌ ଭେଲ୍ୟୁ ୫.୧୬ ଲକ୍ଷ କୋଟି ଟଙ୍କାରେ କରାଯାଇଛି। ରିଲାଏନ୍ସ  ଜିଓର ଅଂଶଧନ କିଣିବାରେ ଭିଷ୍ଟା ଏବେ ଦ୍ଵିତୀୟ ସବୁଠୁ ବଡ କମ୍ପାନୀ ହୋଇଛି।

ରିଲାଏନ୍ସ ଜିଓରେ ତୃତୀୟ ବଡ ନିବେଶ

ଏହା ରିଲାଏନ୍ସ ଜିଓରେ ତୃତୀୟ ସବୁଠୁ ବଡ ନିବେଶ। ପ୍ରଥମେ ଫେସ୍‌ବୁକ୍‌ ଜିଓରେ ୯.୯ ପ୍ରତିଶତ ଅଂଶଧନ ଲାଗି ୪୩,୫୩୪  କୋଟି ଟଙ୍କା ଓ ସିଲଭର ଲେକ୍‌ ୧.୫୫ ପ୍ରତିଶତ ଅଂଶଧନ ପାଇଁ ୫୬୫୫ କୋଟି ଟଙ୍କା ନିବେଶ କରିଛି। ଏହି ତିନି ସପ୍ତାହ ଭିତରେ ଜିଓ ପ୍ଲାଟଫର୍ମ ଟେକ୍ନୋଲୋଜି ନିବେଶରୁ ୬୦,୫୯୬.୩୭ କୋଟି ଟଙ୍କା ପାଇଛି।

କଣ କହିଲେ ଅମ୍ବାନୀ

ଏହ ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, ମୁଁ ଖୁସିରେ ଭିଷ୍ଟାର ସ୍ଵାଗତ କରୁଛି। ଏହା ମୁଲ୍ୟବାନ ସହଯୋଗୀ ଓ ବିଶ୍ଵ ପ୍ରଦୌଗିକି ନିବେଶରୁ ଏକ। ଆମର ଅନ୍ୟ ନିବେଶକଙ୍କ ପରି ଭିଷ୍ଟା ମଧ୍ୟ ଭାରତୀୟ ଡିଜିଟାଲ ଢାଞ୍ଚାକୁ କ୍ରମାଗତ ବଢାଇବା ଦିଗରେ କାମ କରୁଛି, ଯାହା ଭାରତୀୟଙ୍କ ଲାଗି ଲାଭକାରୀ ହେବ। ପୂର୍ବରୁ ମଧ୍ୟ ଭିଷ୍ଟାର ଭାରତୀୟ ଉପସ୍ଥିତି ରହିଛି। ଭିଷ୍ଟା ନିବେଶ କରୁଥିବା କମ୍ପାନୀରେ ପ୍ରାୟ ୧୩୦୦୦ ଲୋକ ଚାକିରି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.