Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଝାରସୁଗୁଡା ଓ ସୁନ୍ଦରଗଡରେ ଉନ୍ନୟନ କମିଶନର ଏବଂ ୫-ଟି ସଚିବ: କୋଭିଡ୍ ହସ୍ପିଟାଲ ବୁଲିଲେ ଏବଂ ଅଧିକାରୀଙ୍କ ସହ ଆଲୋଚନା କଲେ

2/05/2020 at 3:33 PM

ଭୁବନେଶ୍ବର୨/୫: ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିଷ୍ଠିତ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର। ରାଜ୍ୟ ସରକାରଙ୍କ ଦୁଇ ସଚିବ ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ଲକ୍‌ଡାଉନ୍‌ ପରେ ରାଜ୍ୟ ବାହାରୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। କୃଷି କାର୍ଯ୍ୟକଳାପକୁ ସୁଗମ କରିବା ପାଇଁ ଆଲୋଚନା ହୋଇଛି। ମନରେଗା (MGNREGA)ର ଶୀଘ୍ର କାର୍ଯ୍ୟକାରିତା ଲାଗି ଆଲୋଚନା ମଧ୍ୟ ହୋଇଛି।

ରାଜ୍ୟ ସରକାରଙ୍କ ଦ୍ବାରା ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା କୋଭିଡ ହସ୍ପିଟାଲର ସ୍ଥିତି ଲଗାତାର ଭାବେ ତଦାରଖ କରିଛନ୍ତି ୫-ଟି ସଚିବ।  ଝାରସୁଗୁଡାରେ ପ୍ରତିଷ୍ଠିତ ୧୧୭ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠିତ ହୋଇଛି। ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି କୋଭିଡ ହସ୍ପିଟାଲ ନିର୍ମାଣ ହୋଇଛି। ହାଇଟେକ୍ ଏବଂ ଡିଏମ୍‌ଏଫ୍‌ ଦ୍ବାରା ଏହି ହସ୍ପିଟାଲ ପରିଚାଳିତ। ଲକ୍‌ଡାଉନ୍‌ ସଂପର୍କରେ ଜିଲ୍ଲାପାଳଙ୍କ ସହ ୫-ଟି ସଚିବ ଏବଂ ଉନ୍ନୟନ କମିଶନର ଆଲୋଚନା କରିଛନ୍ତି। ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ଲାଗିଥିବା ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାର ତଦାରଖ ଲାଗି ଜିଲ୍ଲାପାଳଙ୍କ ସହ ଏହି ୨ ସଚିବ ଆଲୋଚନା କରିଛନ୍ତି।

ସେହିପରି ସୁନ୍ଦରଗଡ଼ରେ ଦୁଇଟି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ ହୋଇଛି। ରାଉରକେଲାରେ ନିର୍ମାଣ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି। ସେହିପରି ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜରେ ନିର୍ମାଣ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି।

   Related Posts