Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସବୁଠୁ ଆଡଭାନ୍ସଡ୍ କାର୍ ‘ଭିଜନ୍-ଏସ’, ବିନା ଡ୍ରାଇଭରରେ ଚାଲିବ, ରହିଛି ହାଇଏଣ୍ଡ୍ ଟେକ୍ନୋଲୋଜି ଓ ଶକ୍ତିଶାଳୀ ସେନସର୍

12/01/2021 at 11:01 AM

ନୂଆଦିଲ୍ଲୀ,୧୨/୦୧: ୨୦୨୦ ଜାନୁଆରୀରେ ଆୟୋଜିତ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସୋ’ରେ ସୋନି କର୍ପୋରେସନ୍‌ ସମସ୍ତଙ୍କୁ ଚକିତ କରିଥିଲା । କମ୍ପାନୀ ଏହାର ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍‌ କାର ‘ଭିଜନ୍‌-ଏସ୍‌’ର ଉନ୍ମୋଚନ କରିଥିଲା ।

ଏହି ଜାପାନିଜ କମ୍ପାନି ଉକ୍ତ ସମୟରେ ସୂଚନା ଦେଇଥିଲା ଯେ, ହାଇଏଣ୍ଡ ଟେକ୍ନୋଲୋଜି ଯେପରିକି କ୍ୟାମେରା ସେନ୍ସର, ଏଣ୍ଟର୍‌ଟେନ୍‌ମେଣ୍ଟ ସିଷ୍ଟମ୍‌ ଏବଂ ଆହୁରି ଅନେକ ବୈଶିଷ୍ଟ୍ୟ ସହ ଏହି ଚାଳକବିହୀନ ଗାଡି ବଜାରକୁ ଆସିବ । ୨୦୨୦ ଜୁଲାଇରେ ସୋନିର ଭିଜନ୍‌-ଏସ୍‌ ପ୍ରୋଟୋଟାଇପ୍‌ ଟୋକିଓ ପହଞ୍ଚିଥିଲା । ଏଠାରେ ଏହାର ସେନ୍ସିଂ ଏବଂ ଅଡିଓ ଟେକ୍ନୋଲୋଜିକୁ ଅଧିକ ବିକଶିତ କରାଯାଇଛି । କିନ୍ତୁ  ଏହି ଗାଡି ନିକଟ ଭବିଷ୍ୟତରେ ବିକ୍ରି ପାଇଁ ଉପଲବ୍ଧ ହେବ ନାହିଁ  । ପ୍ରଥମେ କମ୍ପାନି ଅଷ୍ଟ୍ରିଆ ସଡ଼କରେ ଏହି ଇଲେକ୍ଟ୍ରିକ୍‌ କାରର ପରୀକ୍ଷଣ ଆରମ୍ଭ କରିବ ।

ସୋନି ଭିଜନ୍‌ ଏସ୍‌ ପାଇଁ ଇଲେକ୍ଟ୍ରିକ୍‌ କାର ପ୍ଲାଟ୍‌ଫର୍ମ ମାଗ୍‌ନା ଯୋଗାଇଛି । ମାଗ୍‌ନା ହେଉଛି ଏକ ଅଟୋମୋଟିଭ୍‌ ସପ୍ଲାୟର । ଏକ ଇନ୍‌-ହାଉସ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍‌ ଟିମ୍‌ ଦ୍ୱାରା ନିର୍ମିତ ଏହି ଗାଡିକୁ ସଡ଼କରେ ସମ୍ପୂର୍ଣ୍ଣ ରୂପେ ପରୀକ୍ଷା କରାଯାଇଛି । ଏନେଇ ସୋନି କର୍ପୋରେସନ ସୂଚନା ଦେଇଛି ।

ଏହି ଇଭି ଏବଂ ଏହାର ଭିଜନ୍‌-ଏସ୍‌ ପ୍ଲାଟ୍‌ଫର୍ମ ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡ ପାଳନ କରିବ ବୋଲି କମ୍ପାନି ସ୍ପଷ୍ଟ କରିଛି । ୟୁରୋପ ରୋଡରେ ଗଡ଼ିବା ପାଇଁ ଏହି ଗାଡି ଯେପରି ସମ୍ପୂର୍ଣ୍ଣ ରୂପେ ସକ୍ଷମ ହେବ ତାହାକୁ ସୁନିଶ୍ଚିତ କରାଯିବ । ଏଥିପାଇଁ ସୋନି ମାଗ୍‌ନା-ଷ୍ଟେୟାର ସହ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ସୋନିର ଚାଳକବିହୀନ ପ୍ରୋଟୋଟାଇପ୍‌ ୩୩ଟି ସେନ୍ସର ସହ ଆସୁଛି । ଏହା ଗାଡି ଭିତରେ ଏବଂ ବାହାରେ ଥିବା ଲୋକଙ୍କୁ ଅନୁଭବ କରିପାରିବ । ବାହାରେ ଯାତାୟତ କରୁଥିବା ଗାଡିଗୁଡିକୁ ଏହା ଚିହ୍ନଟ କରିପାରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts