Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ରାମ ମନ୍ଦିର ନିର୍ମାଣ ପାଇଁ ସଂଗ୍ରହ ହେବ ଚାନ୍ଦା, ଛପା ଯାଇଛି ୮ କୋଟି କୁପନ

16/12/2020 at 10:15 PM

ନୂଆଦିଲ୍ଲୀ ୧୬।୧୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଜାରି ରହିଛି। ମନ୍ଦିରର ନିର୍ମାଣ ପାଇଁ ରାମ ଭକ୍ତଙ୍କ ସହାୟତା ନିଆଯିବାକୁ ନିଷ୍ପତ୍ତି ନେଇଛି ବିଶ୍ଵ ହିନ୍ଦୁ ପରିଷଦ। ଏଥିପାଇଁ ଭିଏଚପି ଚଳାଇବ ବହୁତ ବଡ ଅଭିଯାନ। ଅଭିଯାନରେ ରାମ ମନ୍ଦିର ପାଇଁ ସାଧାରଣ ଲୋକଙ୍କଠୁ ଆର୍ଥିକ ସହାୟତା ରାଶି ସଂଗ୍ରହ କରାଯିବ। ଏହି ଅଭିଯାନ ଜାନୁଆରୀ ୧୪ ମକର ସଂକ୍ରାନ୍ତି ଅବସରରେ ଆରମ୍ଭ ହେବ। ଏହା ଫେବୃଆରୀ ୨୭ ପର୍ଯ୍ୟନ୍ତ ଚାଲିବ। ଏହି ସହାୟତା ରାଶି ୧୦ ଟଙ୍କା, ୧୦୦ ଟଙ୍କା ଓ ୧୦୦୦ ଟଙ୍କିଆ କୁପନ ଭାବେ ଗ୍ରହଣ କରାଯିବ। ଅନ୍ୟପଟେ ୨୦୦୦ରୁ ଅଧିକ ଟଙ୍କା ଦେଉଥିବା ବ୍ୟକ୍ତିଙ୍କୁ ରସିଦ୍ ଦିଆଯିବ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସ୍‌ର ମହାସଚିବ ଓ ଭିଏଚପି ଚମ୍ପତ ରାୟ କହିଛନ୍ତି, ସହଯୋଗ ରାଶି ପାଇଁ ୧୦୦ ଟଙ୍କାର ୮ କୋଟି କୁପନ ଛପା ଯାଇଛି। ୧୦ ଟଙ୍କାର ୪ କୋଟି କୁପନ ଓ ୧୦୦୦ ଟଙ୍କାର ୧୨ ଲକ୍ଷ କୁପନ ଛପା ଯାଇଛି। ସେପଟେ ୨୦୦୦ରୁ ଅଧିକ ସହଯୋଗ ରାଶି ପାଇଁ ରସିଦ ଦିଆଯିବ। ଏହି ଅଭିଯାନରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପରି ବ୍ୟକ୍ତି ବିଶେଷଙ୍କଠୁ ଚାନ୍ଦା ସଂଗ୍ରହ କରାଯିବ।

ଭିଏଚପିର ଚମ୍ପତ ରାୟ ସୂଚନା ଦେଇ କହିଛନ୍ତି, ଏହି ଅଭିଯାନରେ ଚାରି ଲକ୍ଷ ଗାଁରୁ ପ୍ରାୟ ୧୧ କୋଟି  ପରିବାର ପର୍ଯ୍ୟନ୍ତ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି। ସମସ୍ତ ଭାଷାରେ  ମନ୍ଦିର ନିର୍ମାଣ ସମ୍ବନ୍ଧିତ ଲେଖା ଛପା ଯାଇଛି। ସମଗ୍ର ଦେଶରେ ୩ ରୁ ୪ ଲକ୍ଷ ଭିଏଚପି କର୍ମକର୍ତ୍ତାଙ୍କୁ ଏହି ଅଭିଯାନରେ ନିୟୋଜିତ କରାଯିବ।

   Related Posts