ବିଶ୍ବହିନ୍ଦୁ ମହାସଭାର ଅଧ୍ୟକ୍ଷ ରଣଜିତ୍ ବଚ୍ଚନଙ୍କୁ ଗୁଳି କରି ହତ୍ୟା, ୪ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

Published By : Prameya-News7 Bureau | February 02, 2020 IST

ଲକ୍ଷ୍ନୌ ୨।୨: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଚାଞ୍ଚଲ୍ୟ । ବିଶ୍ବହିନ୍ଦୁ ମହାସଭାର ଅଧ୍ୟକ୍ଷ ରଣଜିତ ବଚ୍ଚନଙ୍କୁ ଗୁଳି କରି ହତ୍ୟା କଲା ଅଜଣା ଦୁର୍ବୃତ୍ତ । ରଣଜିତଙ୍କ ଭାଇଙ୍କ ହାତରେ ମଧ୍ୟ ଗୁଳି ବାଜିଛି । ସେ ଆହତ ହୋଇଛନ୍ତି । ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ୮ଟି ପୋଲିସ ଟିମ୍ ହତ୍ୟାକାଣ୍ଡର ଛାନଭିନ୍ କରୁଛି । ସେପଟେ ଏହି ମାମଲାରେ କାର୍ଯ୍ୟରେ ଅବହେଳା ଦର୍ଶାଇ ୪ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରି ଦିଆଯାଇଛି ।

{"id":219075,"sizeSlug":"large"}

ଜଣେ ହିନ୍ଦୁବାଦୀ ନେତା ରୂପେ ରଣଜିତଙ୍କର ଉତ୍ତରପ୍ରଦେଶରେ ବେଶ୍ ପ୍ରଭାବ ରହିଥିବାବେଳେ ତାଙ୍କୁ ଏଭଳି ସ୍ପଷ୍ଟ ବିଦାଲୋକରେ ରାସ୍ତା ଉପରେ ଗୁଳି କରି ହତ୍ୟା କରିବା ଘଟଣା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

{"id":219076,"sizeSlug":"large"}

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ସବୁଠାରୁ ସୁରକ୍ଷିତ ଅଞ୍ଚଳ ଭାବେ ଜଣାଯାଉଥିବା ହଜରତଗଞ୍ଜରେ ଏହି ହତ୍ୟାକାଣ୍ଡ ଘଟିଛି । ସବୁଦିନ ଭଳି ଆଜି ମଧ୍ୟ ସକାଳୁ ପ୍ରାତଃଭ୍ରମଣ କରିବା ପାଇଁ ରଣଜିତ ଘରୁ ଚାଲି ଚାଲି ଯାଉଥିବା ସମୟରେ ଦୁର୍ବୃତ୍ତମାନେ ଏକ ଗାଡିରେ ଆସି ରଣଜିତଙ୍କ ମୁଣ୍ଡକୁ ଗୁଳି କରିଥିଲେ । ମୁଣ୍ଡରେ ଗୁଳି ବାଜିବା ଫଳରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ରଣଜିତ ।

{"id":219077,"sizeSlug":"large"}

ପରେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ମୃତ ଶରୀରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଗତ ୪ ମାସ ତଳେ ଠିକ ଏହିଭଳି ଭାବରେ ଅନ୍ୟଜଣେ ହିନ୍ଦୁବାଦୀ ନେତା ତଥା ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀଙ୍କ ଗଳାକାଟି ହତ୍ୟା କରିଥିଲେ ଦୁର୍ବୃତ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.