ନିଜ ପରିଜନ ମଧ୍ୟ ନେଉ ନାହାନ୍ତି ଶବ, ଏହି ବ୍ୟକ୍ତି କଲେଣି ୬୮ କରୋନା ମୃତକଙ୍କ ଅନ୍ତିମ ସଂସ୍କାର

Published By : Prameya-News7 Bureau | May 24, 2020 IST

ନୂଆଦିଲ୍ଲୀ ୨୪।୦୫: ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧.୩୧ ଲକ୍ଷରେ ପହଞ୍ଚିଛି। କରୋନା ମହାମାରୀ କାରଣରୁ ୩୮୬୭ ରୋଗୀଙ୍କ ପ୍ରାଣହାନୀ ଘଟି ସାରିଛି। ଦେଶରେ ଏମିତି ଲୋକ ଅଛନ୍ତି, ଯେଉଁମାନେ ମୃତ୍ୟୁ ପରେ ନିଜ ପରିଜନଙ୍କ ମୃତ ଶରୀର ନେଉ ନାହାନ୍ତି। ଏମିତି ସମୟରେ ରାଜସ୍ଥାନର ରାଜଧାନୀ  ଜୟପୁରର ବିଷ୍ଣୁ ନାମକ ଜଣେ ବ୍ୟକ୍ତି ଶବର ଅନ୍ତିମ ସଂସ୍କାର କରୁଛନ୍ତି। ସେ ଏବଂ ତାଙ୍କ ଟିମ୍ ମିଶି ଏ ପର୍ଯ୍ୟନ୍ତ ୬୮ କରୋନା ସଂକ୍ରମିତ ମୃତକଙ୍କ ଅନ୍ତିମ ସଂସ୍କାର କରି ସାରିଛନ୍ତି।

 କରୋନା ଭୂତାଣୁ ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରିବା କାରଣରୁ ବିଷ୍ଣୁଙ୍କୁ ମଧ୍ୟ କରୋନା ଯୋଦ୍ଧା କୁହାଯାଉଛି। ବିଶେଷ କରି କୋଭିଡ୍-୧୯ ଲଢେଇରେ ପ୍ରଥମ ଧାଡିରେ ଥିବା ଡାକ୍ତର,ନର୍ସ, ପୋଲିସକର୍ମୀ, ସଫେଇକର୍ମୀଙ୍କୁ କରୋନା ଯୋଦ୍ଧା କୁହାଯାଉଛି। ତେଣୁ ବିଷ୍ଣୁଙ୍କୁ ମଧ୍ୟ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ବିଷ୍ଣୁଙ୍କ ସହିତ ତାଙ୍କର ପୂରା ଦଳ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସେମାନଙ୍କର ଅନ୍ତିମ ସଂସ୍କାର କାମ କରୁଛନ୍ତି। ବିଷ୍ଣୁ ଓ ତାଙ୍କ ଟିମ୍ ଏହି କାମ କରିବା ସମୟରେ ଧର୍ମ କି ଜାତି ଦେଖନ୍ତି ନାହିଁ।

ବିଷ୍ଣୁ କୁହନ୍ତି ଶବର ଅନ୍ତିମ ସଂସ୍କାର କରିବା ସବୁଠୁ ବଡ କାର୍ଯ୍ୟ ଓ ଧର୍ମ ମଧ୍ୟ। ସେ କହିଛନ୍ତି କରୋନା ଭାଇରସ୍‌ ପୂର୍ବରୁ ସେ କେବେ ବି ଶ୍ମଶାନ ପର୍ଯ୍ୟନ୍ତ ଯାଇ ନାହାନ୍ତି। କିନ୍ତୁ ଏବେ ସେ ଏବଂ ତାଙ୍କ ଦଳ ସ୍ମଶାନ ଯାଉଛନ୍ତି ଏବଂ ଅନ୍ତିମ ସଂସ୍କାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.