ସିଲ୍ ହେଲା ବିଶାଲ ସପିଂ ମଲ୍, କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗ

Published By : Prameya-News7 Bureau | July 01, 2021 IST

ଭୁବନେଶ୍ୱର ୦୧।୦୭: ବିଶାଳ ମେଗା ମାର୍ଟ ସିଲ୍‌ । ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ଥିବା ବିଶାଳ ମେଗା ମାର୍ଟକୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରିଛି ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ।

ଖବର ଅନୁଯାୟୀ, ସାରା ରାଜ୍ୟରେ କରୋନା ମହାମାରୀକୁ ଦୃଷ୍ଟିରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି । ହେଲେ କିଛିଟା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରେ, ସେଠାରେ କଟକଣା ଜାରି ରଖାଯାଇଛି । ଖାସ୍‌ କରି ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଆଦି ଜିଲ୍ଲାରେ ପୂର୍ବପରି କଟକଣା ଜାରି ରହିଛି । ତେବେ ଗୁରୁବାର ଦିନ ଭୁବନେଶ୍ୱର ଆଇଡି ମାର୍କେଟରେ ଥିବା ବିଶାଳ ମେଗା ମାର୍ଟକୁ ସିଲ୍‌ କରିଛି ବିଏମ୍‌ସି । ସାଉଥଓ୍ୱେଷ୍ଟ ଜୋନ୍ ଜେଡିସି ରବିନାରାୟଣଙ୍କ ନେତୃତ୍ୱରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢାଉ କରି ସିଲ୍‌ କରାଯାଇଛି । ଅମାନିଆ ହୋଇ ସପିଂ ମଲ୍‌ ଖୋଲିଥିଲେ । ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.