କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ବିଶାଲ୍‌ ମେଗାମାର୍ଟ ସିଲ୍‌ କଲା ସିଏମସି

Published By : Prameya-News7 Bureau | April 04, 2021 IST

କଟକ ୪/୪: ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। କୋଭିଡ ନିୟମ ଉଲଙ୍ଘନକାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମାସ୍କ , ସାମାଜିକ ଦୂରତା ଆଦି ନିୟମ କଡ଼ାକଡ଼ି କରାଯାଇଛି।

ଏହାରି ଭିତରେ କରୋନା ନିୟମ ଉଲଙ୍ଘନ ଅଭିଯୋଗରେ କଟକରେ ଥିବା ବିଶାଲ ମେଗାମର୍ଟକୁ ସିଲ୍‌ କରିଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ କଟକ ବାଦାମବାଡି ଭର୍ତ୍ୟାଟାୱରରେ ଥିବା ଦୁଇଟି ମୋବାଇଲ ଦୋକାନ ଓ ବଜ୍ରକବାଟିରେ ଥିବା ବିଶାଲ ମେଗାମାର୍ଟକୁ ସିଏମସି ସିଲ୍‌ କରିଛି। ଏହା ପୂର୍ବରୁ ଭୁବନେଶ୍ବରର ମାର୍କେଟ ବିଲ୍ଡିଂରେ ଥିବା ବିଶାଲ୍‌ ମେଗାମାର୍ଟ ସିଲ୍‌ କରିଥିଲା ବିଏମସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.