ବିଶାଲ ଡଡଲାନୀଙ୍କୁ ମହଙ୍ଗା ପଡିଲା ପୂର୍ବତନ cjiଙ୍କ ବିରୋଧରେ ଅପମାନଜନକ ଟ୍ୱିଟ୍, ଜାଣନ୍ତୁ ଏବେ ତାଙ୍କୁ କିପରି ଟ୍ରୋଲ କରୁଛନ୍ତି ୟୁଜର

ମ୍ୟୁଜିକ୍ କମ୍ପୋଜର ବିଶାଲ ଡଡଲାନୀ ପୁଣି ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି। ଇଣ୍ଡିଆନ ଆଇଡଲର ୧୧ ଜଣ ବିଚାରକଙ୍କ ମଧ୍ୟରେ ଅନ୍ୟତମ ବିଶାଲ ତାଙ୍କର ନାକରେ କାଠି ପୁରେଇ ଛିଙ୍କିବା ଗୁଣ ଲାଗି ବେଶ ଜଣାଶୁଣା। ହେଲେ ତାଙ୍କର ଏହି ଗୁଣ ହିଁ ତାଙ୍କ ଲାଗି ଏବେ ନିନ୍ଦାର କାରଣ ପାଲଟିଛି। ସେ ଟ୍ୱିଟରରେ ଦେଇଥିବା ଏକ ମନ୍ତବ୍ୟ ଯୋଗୁ ଏବେ ଖୁବ୍ ଟ୍ରୋଲ ହେଉଛନ୍ତି।

ଦେଶର ମୁଖ୍ୟ ନ୍ୟାୟାଧୀଶ ପଦବୀରୁ ରଞ୍ଜନ ଗୋଗଇ ଅବସର ଗ୍ରହଣ କରିଛନ୍ତି। ତେବେ ତାଙ୍କ ଅବସରକୁ ନେଇ ବିଶାଲ କରିଥିବା ଟ୍ୱିଟ୍ ହିଁ ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ତାଙ୍କର ଏହି ଟ୍ୱିଟ୍ ଉପରେ ଲୋକଙ୍କ ନଜର ପଡିବା ପରେ ୟୁଜର ତାଙ୍କୁ ଛି ଛାକର କରୁଛନ୍ତି । ଏପିରିକି କେତେକ ୟୁଜର ତାଙ୍କୁ ଇଣ୍ଡିଆନ ଆଇଡୋଲ କାର୍ଯ୍ୟକ୍ରମରୁ ବାହାର କରିବାକୁ ବି ଏବେ ହ୍ୟାସ୍ ଟ୍ୟାଗ୍ ଚଳାଇଥିବା ଦେଖାଯାଇଛି।
SHAMEFUL Tweet by Vishal Dadlani against Former CJI Gogoi.
— Rosy (@rose_k01) November 20, 2019
We Will NOT WATCH Indian Idol as long as he is a Judge on the Show#SackDadlaniFromIndianIdol pic.twitter.com/huk0ejrJkE
ବିଶାଲ ତାଙ୍କ ଟ୍ୱିଟ୍ ବାର୍ତ୍ତାରେ ସିଜେଆଇଙ୍କୁ ଗୁଡବାଏ ଜଣାଇବା ସହ ତାଙ୍କ କାର୍ଯ୍ୟାବଳୀର ତର୍ଜମା କରିଏକ ଆଲେଖ୍ୟର ଲିଂକ ଶେୟାର କରିଛନ୍ତି। ଯାହା ବିଚାରପତି ଭାବେ ଜଷ୍ଟିସ ଗୋଗୋଇ କରିଥିବା କାମର ତାଙ୍କୁ ଆଇନା ଦେଖାଇବ ବୋଲି ବିଶାଲ ଉଲ୍ଲେଖ କରିଛନ୍ତି। ବିଶାଲଙ୍କ ଏହି ଟ୍ୱିଟ୍ ଦେଖି ଏବେ ଲୋକେ ବିଶାଲଙ୍କୁ ଗାଳିଲେଖିବାକୁ ବି ପଛାଉ ନାହାନ୍ତି । ବିଶାଲଙ୍କ ଏହି ଟ୍ୱିଟ୍ ପରେ ଏବେ ସୋସାଲ ମିଡିଆରେ ଲୋକଙ୍କ #SackDadlani From Indian Idol ହ୍ୟାସ୍ ଟ୍ୟାଗ୍ ଖୁବ ଟ୍ରେଣ୍ଡ କରୁଥିବାର ଦେଖାଯାଉଛି।
This is very shameful.He is the CJI of India .If someone disrespecting him means he is disrespecting the Indian constitution.And this fellow Vishal has proved to be terrible offender many times. #SackDadlaniFromIndianIdol
— Itishree Bishwal (@ibishwal) November 21, 2019
ହ୍ୟାସ୍ ଟ୍ୟାଗରେ ‘ଯେଉଁ ପର୍ଯ୍ୟନ୍ତ ଡଡଲାନୀଙ୍କୁ ଇଣ୍ଡିଆନ ଆଇଡଲରୁ ବହିଷ୍କାର ନ କରାଯାଇଛି ସେ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମକୁ ବହିଷ୍କାର’ କରିବା ଲାଗି ଲୋକେ ପ୍ରଚାରରେ ଲାଗିପଡିଛନ୍ତି। ସୂଚନା ଯୋଗ୍ୟ ଯେ କଛି ଦିନ ପୂର୍ବରୁ କୋକ୍ ଷ୍ଟୁଡିଓ ଗାର୍ଲ ସୋନା ମାହାପାତ୍ର ମଧ୍ୟ ଅନୁ ମଲ୍ଲିକଙ୍କ ପ୍ରସଙ୍ଗରେ ଡଡଲାନୀଙ୍କୁ ସୋସାଲ ମିଡିଆରେ ଖୁବ୍ ଝାଡିଥିଲେ।
651 Views