Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଭାରତରେ ଫସି ରହିଥିବା ବିଦେଶୀ ନାଗରିକଙ୍କ ଭିସାର ଅବଧି ବୃଦ୍ଧି, ଦେବାକୁ ପଡ଼ିବନି ଜରିମାନା

4/06/2021 at 5:36 PM

ନୂଆଦିଲ୍ଲୀ ୪/୬: କରୋନା ମହାମାରୀ ପାଇଁ ଭାରତରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ଆଶ୍ବସ୍ତି ଦେଲେ ଭାରତ ସରକାର। ମାର୍ଚ୍ଚ, ୨୦୨୦ରୁ ଭାରତରେ ରହିଯାଇଥିବା ବିଦେଶୀ ନାଗରିକ ଭିସାକୁ ନେଇ ଭୋଗୁଥିବା ଅସୁବିଧାର ସମାଧାନ କଲା କେନ୍ଦ୍ର ଗୃହମନ୍ତ୍ରାଳୟ  । ସେମାନଙ୍କ ଭିସାର ଅବଧି ୩୧ ଅଗଷ୍ଟ ଯାଏ ବୃଦ୍ଧି ହୋଇଛି । ଏହା ସହ ଏହି ସମୟ ଅବଧି ନିଶୁଳ୍କରେ ବଢ଼ାଇଛି ଗୃହ ମନ୍ତ୍ରାଳୟ।

ଲକ୍‌ଡାଉନ୍ ପାଇଁ ଭିସା ଅବଧି ବୃଦ୍ଧି କରିବାରେ ବିଦେଶୀ ନାଗରିକ ଅସୁବିଧା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରିବା ସହ ଏହି ଅବଧିକୁ ପାଖାପଖି ୩ ମାସ ବୃଦ୍ଧି କରିଦେଇଛନ୍ତି। ତେବେ ପୂର୍ବରୁ ଅନ୍ତର୍ଜାତୀୟ ଉଡ଼ାଣ ସାମାନ୍ୟ ସ୍ଥିତିକୁ ଫେରିବାର ମାସେ ପର୍ଯ୍ୟନ୍ତ ବିଦେଶୀ ନାଗରିକଙ୍କୁ ଭିସା କ୍ଷେତ୍ରରେ ସହାୟତା ମିଳିବ ବୋଲି ସରକାର କହିଥିଲେ ।

ଏବେ ପୁଣି ଥରେ ବିମାନ ଉଡ଼ାଣ ବାତିଲ ହୋଇଥିବାରୁ ଏହା ଉପରେ ପୁନର୍ବିଚାର କରି ଭିସା ଅବଧି ବୃଦ୍ଧି କରାଯାଇଥିବା ନେଇ ଜାରି ବିଜ୍ଞପ୍ତିରେ ଦର୍ଶାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହା ସହ ଏହି ଅବଧି ମଧ୍ୟରେ ବିଦେଶୀ ନାଗରିକଙ୍କ ଉପରେ କୌଣସି ଜରିମାନ ଲାଗିବ ନାହିଁ । ଭିସା ଅବଧି ବାତିଲ ହୋଇଥିଲେ ସୁଦ୍ଧା ଏବେ ଅବଧି ବଢ଼ାଇବାକୁ ଏଫଆରଓରେ ଆବେଦନ ଜମା କରିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ ଜଣାପଡ଼ିଛି।  

   Related Posts