'ଭାଇରସ ସଟ୍‌ ଆଉଟ୍' ନେକଲେସ୍‌ କରୋନା ସଂକ୍ରମଣକୁ ରୋକିପାରିବ ନାହିଁ : ବିଶେଷଜ୍ଞଙ୍କ ଦାବି

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬/ ୦୬ : ସୋସିଆଲ ମିଡିଆରୁ ଆରମ୍ଭ କରି ୟୁଟ୍ୟୁବ ଏବଂ ବିଭିନ୍ନ ଶପିଂ ସାଇଟ୍‌ ରେ ଏବେ 'ଭାଇରସ ସଟ୍‌ ଆଉଟ୍' ନେକଲେସ୍‌ ଲୋକପ୍ରିୟତା ବେଶ ବୃଦ୍ଧି ପାଇବାରେ ଲାଗିଛି । ସାମାଜିକ ଗଣମାଧ୍ୟମ ସାଇଟରୁ ଦେଖି ଅନେକ ଲୋକ ଏହାକୁ କିଣୁଥିବା ନଜିର ରହିଛି । କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନଥିବା ଏକ ୟୁଟ୍ୟୁବ ଭିଡିଓ 100% Original Virusରେ କୁହାଯାଇଛି । ଏହି ଭିଡିଓକୁ ହଜାର ହଜାର ୟୁଜର ଦେଖିସାରିଲେଣି । କେବଳ ସେତିକି ନୁହେଁ 'ଭାଇରସ ସଟ୍‌ ଆଉଟ୍' ନେକଲେସ୍‌ କୁ ବିରୋଧ କରି ଏଭଳି ଅନେକ ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ଦେଖିବାକୁ ମିଳୁଛି ।

{"width":840,"height":473}

ଭାରତରେ ମଧ୍ୟ ଏହାର ବିକ୍ରି ଜାରି ରହିଛି । ଲୋକପ୍ରିୟ ଶପିଂ ସାଇଟ୍‌ ଆମାଜନ ଏହାକୁ ବିକ୍ରି କରୁଛି । 'ଭାଇରସ ସଟ୍‌ ଆଉଟ୍‌ ଏୟାର ଷ୍ଟେରିଲାଇଜେସନ୍ କାର୍ଡ ଯାହାକି ୧ ମିଟର ଦୂର ଯାଏଁ ଭାଇରସକୁ ବ୍ୟାପିବାରୁ ରୋକିଥାଏ ଏବଂ ଶରୀରରୁ ରୋଗ ନିରାକରଣ କରିଥାଏ ।' ଏଭଳି କ୍ୟାପସନ ସହିତ ନିଜ ଶପିଂ ସାଇଟରେ 'ଭାଇରସ ସଟ୍‌ ଆଉଟ୍' ନେକଲେସ୍‌ ବିକ୍ରି କରୁଛି ଆମାଜନ ।

'ଭାଇରସ ସଟ୍‌ ଆଉଟ୍' ନେକଲେସ୍‌ ଉତ୍ପାଦ ଏହା ମଧ୍ୟ ଦାବି କରିଛି ଯେ, ଏଥିରେ ଥିବା କ୍ଲୋରାଇନ୍ ଡାଇଅକ୍ସାଇଡ୍ “ଏକ ଶକ୍ତିଶାଳୀ ବ୍ୟାକ୍ଟେରିସାଇଡାଲ ଏବଂ ଡିଜେନ୍ସିଫିକେସନ୍ ପ୍ରଭାବ” ସୃଷ୍ଟି କରିପାରେ ଏବଂ ଜୀବାଣୁକୁ ଶେଷ କରିଦେଇଥାଏ । କିନ୍ତୁ ଏହି ଦାବି ବୈଜ୍ଞାନିକ ପ୍ରଣୋଦିତ ନୁହେଁ ଏବଂ କ୍ଲୋରାଇନ୍ ଡାଇଅକ୍ସାଇଡ୍ ମଣିଷ ପାଇଁ ବିପଦଜନକ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହି ନେକଲେସରେ କ୍ଲୋରାଇନ୍ ଡାଇଅକ୍ସାଇଡ୍‌ ଭରପୁର ହୋଇ ରହିଛି ।

{"width":834,"height":626}


ଏହାର ଜବାବ ଦେବାକୁ ଯାଇ ଡକ୍ଟର ରୋହିନୀ କରାଣ୍ଡିକର କହିଛନ୍ତି ଯେ, 'କ୍ଲୋରାଇନ୍ ଡାଇଅକ୍ସାଇଡ୍ ବ୍ଲିଚ୍ ଭାବରେ ବ୍ୟବହୃତ ହୁଏ। ବ୍ଲିଚ୍ କରୋନା ଭାଇରସ୍‌ କୁ ମାରିପାରେ । ଏହା ଆଖି, ଚର୍ମ ଏବଂ ଶ୍ୱାସକ୍ରିୟାରେ ଗୁରୁତର କ୍ଷତି ଘଟାଇଥାଏ । ଏଥିରୁ କେତେ କାର୍ବନ ଡାଇଅକ୍ସାଇଡ୍ ମୁକ୍ତ ହେବ ତାହା ଜଣା ପଡିନାହିଁ। ତେଣୁ ଏହି 'ଭାଇରସ ସଟ୍‌ ଆଉଟ୍' ନେକଲେସ୍‌ ଘାତକ ହୋଇପାରେ ।'

ଆମେରିକା, ଭିଏତନାମ, ଥାଇଲାଣ୍ଡ ଏବଂ ଫିଲିଫାଇନ୍ସ ଭଳି ଅନେକ ଦେଶରେ ଏହାକୁ ବ୍ୟାନ କରାଯାଇଛି । କିନ୍ତୁ ଭାରତରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏହା ଦ୍ବାରା ଲୋକମାନଙ୍କୁ କେବଳ ବିଭ୍ରାନ୍ତ କରାଯାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

{"width":837,"height":837}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.