Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଭାଇରସ୍ ସଂକ୍ରମଣ ରୋକିବ ଭାଇଜର୍, ପୋଲିସ୍ ପରେ ନ୍ୟୁଜ ସେଭେନ୍ ରିପୋର୍ଟରଙ୍କୁ ଭାଇଜର ବାଣ୍ଟିଲେ ରାଜସ୍ଥାନ ସେବା ସଂସ୍ଥା

12/04/2020 at 7:25 PM

ଭୁବନେଶ୍ବର୧୨/୪: କୋଭିଡ୍-୧୯ ଭାଇରସ୍‌ରୁ ଅଧିକ ସୁରକ୍ଷା। ଏହି ସୁରକ୍ଷା କବଜ ଭାଇଜର ଏବେ ପୋଲିସ୍‌ ପରେ ନ୍ୟୁଜ ସେଭେନ୍ ରିପୋର୍ଟର ଏବଂ କ୍ୟାମେରା ପର୍ସନଙ୍କୁ। ଭାଇରସ୍‌ରୁ ସୁରକ୍ଷା ଦେବ ଓ ସଂକ୍ରମଣରୁ ସୁରକ୍ଷା ଦେବ ଏହି ଭାଇଜର।  ରାଜସ୍ଥାନ ସେବାସଂସ୍ଥା ପକ୍ଷରୁ  ଦିଆଯାଇଥିବା ଏହି ଭାଇଜର ନାକ, ପାଟିକୁ ଘୋଡ଼ାଇବା ସହିତ ସମ୍ପୂର୍ଣ୍ଣ ସୁରକ୍ଷା ଦେବ।ମାସ୍କ କେବଳ ନାକ ଓ ପାଟିକୁ ସୁରକ୍ଷା ଦେଉଥିବା ବେଳେ ଏହି ଭାଇଜର ଆଖି ସହ ପୂରା ମୁହଁକୁ ସୁରକ୍ଷା ଦେଉଛି। ବଡ଼ କଥାଟି ହେଲା  ସଂକ୍ରମଣ ପ୍ରତିରୋଧ ସହ ଏହି ଭାଇଜର ଟ୍ରାନ୍ସପରେଣ୍ଟ ଏବଂ ନିଶ୍ବାସ ପ୍ରଶ୍ବାସରେ କୌଣସି ସମସ୍ୟା କରେ ନାହିଁ।କଥା କହିବାରେ କିଛି ସମସ୍ୟା କରେ ନାହିଁ। ତେଣୁ ବାଇଟ୍ ନେବାରେ କିମ୍ବା ପ୍ରଶ୍ନ କରିବାରେ ରିପୋର୍ଟରଙ୍କ ପାଇଁ ଅସୁବିଧା ହୁଏ ନାହିଁ। ସାଇନିଟାଇଜରରେ ସହଜରେ ସଫା ହୋଇ ପାରୁଥିବା ଏହି ଭାଇଜର ବ୍ୟବହାରରେ ବହୁ ଉପଯୋଗୀ।

ରାଜସ୍ଥାନ ସେବା ସଂସ୍ଥା  ପକ୍ଷରୁ ସୁରକ୍ଷାରେ ଥିବା କଟକ- ଭୁବନେଶ୍ବର କମିସନରେଟ୍ ପୋଲିସ୍ କର୍ମଚାରୀଙ୍କୁ  ପ୍ରଥମେ ଏହି ଭାଇଜର ପ୍ରଦାନ କରାଯାଇଥିଲା। ଏବେ ନ୍ୟୁଜ ସେଭେନ ରିପୋର୍ଟର ଏବଂ କ୍ୟାମେରା ମ୍ୟାନଙ୍କୁ ପ୍ରଦାନ କରାଯାଇଛି। ସଂସ୍ଥାର ସଦସ୍ୟ ନବ ରତ୍ନବୋଥ୍ରା ଏବଂ ତାଙ୍କ ପତ୍ନୀ ସାମତା ବୋଥ୍ରା, ଶୁବକରଣ ଭୁରା, ଲାଲଚନ୍ଦ ମୋହଟା, ପ୍ରକାଶ ଗୁରା ଏବଂ ମନଶୁଖ୍‌ ସେଠୁଆ ପ୍ରମୁଖ ଏହି ଭାଇଜର ତିଆରି କରିଛନ୍ତି । ନିଜେ ନବରତ୍ନ ବୋଥ୍ରା ଏବଂ ତାଙ୍କ ସହଯୋଗୀମାନେ ଏହାକୁ ବିତରଣ କରିଥିବା ବେଳେ ଏହାର ବିଶେଷତ୍ବ ଉଲ୍ଲେଖ କରିଛନ୍ତି। 

   Related Posts