ଚିନ୍ତା ବଢ଼ାଇଲା ଫଲ୍‌ ଆର୍ମିଓ୍ବର୍ମ, ମକାଚାଷ ନଷ୍ଟ କରୁଥିବା କୀଟ ଦମନ ପାଇଁ ମୁତୟନ ହେବ ଭୂତାଣୁ

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯/୦୯:  ଆଫ୍ରିକା ମହାଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲିଟିଛି ଏକ କୀଟ ଯାହାର ନାଁ ହେଉଛି ଫଲ୍‌ ଆର୍ମିଓ୍ବର୍ମ । ଫଲ୍‌ ଆର୍ମିଓ୍ବର୍ମକୁ ଦମନ କରିବା ପାଇଁ ଆଫ୍ରିକା ଏକ ବୁଝାମଣା କରିଛି । ଫଲ୍‌ ଆର୍ମିଓ୍ବର୍ମକୁ ଦମନ କରୁଥିବା ଭୂତାଣୁ ଯୋଗଉଥିବା କମ୍ପାନୀ ସହ ଆଫ୍ରିକା ବୁଝାମଣା କରିଥିବା ଜଣାପଡ଼ିଛି।

ଫଲିଜେନ୍ ଏମିତି ଏକ ଜିନିଷ ଯେଉଁଥ​‌ରେ କୀଟ ଦମନକାରୀ ଭୂତାଣୁର ପ୍ରାକୃତିକ ଉପାୟରେ ଜନ୍ମ ହୋଇଥାଏ । ଏହି ପ୍ରଡକ୍ଟକୁ ୟୁପିଏଲ୍‌ ଲିମିଟେଡ୍ ଦ୍ବାରା  ନାଇଜେରିଆ ବ୍ୟତୀତ ପୂରା ଆଫ୍ରିକା ମହାଦେଶରେ ବଣ୍ଟନ କରାଯିବ ​‌। ଏନେଇ ୟୁପିଏଲ ଲିମିଟେଡ୍‌ ଅଷ୍‌ଟ୍ରେଲିଆର କମ୍ପାନୀ ଏଜିବାଇଟେକ୍ ଲିମିଟେଡ୍‌ ସହ ବୁଝାମଣା କରିଥିବା ଏକ ଭାରତୀୟ ସାର ଓ କୀଟନାଶକ ପ୍ରସ୍ତୁତକାରୀ କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

ଦକ୍ଷିଣ ଆଫ୍ରିକାରେ ୨୦୧୬ରେ ପ୍ରଥମ ଥର ପାଇଁ ଫଲ୍‌ ଆର୍ମିଓ୍ବର୍ମ ଦେଖିବାକୁ ମିଳିଥିଲା। ପରେ ଏହା ୪୪ ଦେଶରେ କାୟାବିସ୍ତାର କରିଥିଲା। ମକା ଗଛ ପ୍ରତି ବିପଦ ସୃଷ୍ଟି କରୁଥିବା ଫଲ୍‌ ଆର୍ମିଓ୍ବର୍ମକୁ ଦମନ ନକଲେ ଆଫ୍ରିକା ବହୁ କ୍ଷତି ସହିବ। ମକା ଉତ୍ପାଦନରେ ୧୭.୭ ମିଲିୟନ୍ ଟନ୍ କମିବାକୁ ଥିବା ବେଳେ ୪.୮ ବିଲିୟନ କ୍ଷତି ସହିବ ଆଫ୍ରିକା। ଏହାସହ ୩୦୦ ମିଲିୟନ୍‌ ଲୋକଙ୍କ ଖାଦ୍ୟ ସୁରକ୍ଷା ପ୍ରତି ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.