Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

କରୋନା ସଂକ୍ରମଣରୁ ସୁସ୍ଥ ପରେ ବି ମାଡି ବସୁଛି ବିଭିନ୍ନ ରୋଗ, ସ୍ମୃତିଶକ୍ତି କମୁଛି, କ୍ଲାନ୍ତି ଯାଉନି, ଚିଡଚିଡ଼ାପଣ ସହ ମନରେ ସୃଷ୍ଟି ହେଉଛି ବିଭିନ୍ନ ଦ୍ବନ୍ଦ୍ବ

21/10/2020 at 1:30 PM

ନୂଆଦିଲ୍ଲୀ ୨୧/୧୦: କରୋନା ଭାଇରସରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ ଲୋକ ଅସୁସ୍ଥତା ଅନୁଭବ କରୁଛନ୍ତି। ଏଭଳି ବିଭିନ୍ନ ମାମଲା ସାମ୍ନାକୁ ଆସୁଛି। ୫୦ ବର୍ଷୀୟା ଦିଲ୍ଲୀ ନିବାସୀ ସୀମା ଖାନ୍ନାଙ୍କ କରୋନା ଟେଷ୍ଟ ପଜିଟିଭ ଅଗଷ୍ଟ ୧୨ରେ ଆସିଥିଲା। ଏହା ପରେ ସେ ୧୪ ଦିନ କାଳ ହସପିଟାଲରେ ରହିଥିଲେ। ତେବେ ହସପିଟାଲର  ଫେରିବା ପରେ ସେ କିନ୍ତୁ ସୁସ୍ଥ ଅନୁଭବ କରି ନ ଥିଲେ ଅର୍ଥାତ୍ ସେ କ୍ଲାନ୍ତି ଅନୁଭବ କରିଥିଲେ। ଯାହା ତାଙ୍କ ନିଦ୍ରା ଉପରେ ପ୍ରଭାବ ପକାଇଛି। ତେବେ ଡାକ୍ତର କହିଛନ୍ତି ସୀମା ସାମ୍ନା କରୁଥିବା ଏଭଳି ଅବସ୍ଥାକୁ କୁହାଯାଏ ‘ପୋଷ୍ଟ-କୋଭିଡ୍ କମପ୍ଲିକେସନ’।

ଡାକ୍ତରମାନେ କହିଛନ୍ତି ମାସେ ତଥା ଦୁଇ ମାସ ମଧ୍ୟରେ କରୋନାରୁ ସୁସ୍ଥ ହୋଇ ଫେରୁଥିବା ରୋଗୀଙ୍କର କିଛି ମନେ ନ ରହିବା ଅର୍ଥାତ ସ୍ମୃତିଶକ୍ତି କମିବା, ଚିଡଚିଡାପଣ ଦେଖା ଦେବା, କ୍ଲାନ୍ତି ଅନୁଭବ କରିବା, ଦ୍ବନ୍ଦ୍ବରେ ରହିବା, ଅତ୍ୟଧିକ ନିଦ୍ରା ଆଦି ସମ୍ପର୍କରେ ଅଭିଯୋଗ ସେମାନେ କରିଥାନ୍ତି। ମାତ୍ର ଏଭଳି ଅବସ୍ଥା ସପ୍ତାହେ ପର୍ଯ୍ୟନ୍ତ ରହେ।

ତେବେ କରୋନା ଭାଇରସ ଫୁସଫୁସକୁ ଟାର୍ଗେଟ କରୁଛି। ଏହା ସହ କିଡ଼ନୀ, ଲିଭର ଓ ରକ୍ତ କୋଷିକା ଉପରେ ମଧ୍ୟ ପ୍ରଭାବ ପକାଉଛି। କିଛି ରୋଗୀ କ୍ରମାଗତ ନ୍ୟୁରୋଲଜିକାଲ ଲକ୍ଷଣ ସମ୍ପର୍କରେ କହନ୍ତି। ଏହା ସହ ଭାଇରସ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ। ଏହି ରୋଗର ଅନେକ ରହସ୍ୟ ଓ କମପ୍ଲିକେସନର ରହିଛି। ଇମ୍ୟୁନିଟି ହ୍ରାସ ପାଇବା, ଫୁସଫୁସ ଫାଇବ୍ରୋସିସ, ଦୀର୍ଘକାଳୀନ ଥକ୍କା, ମୁଣ୍ଡବିନ୍ଧା, ଧ୍ୟାନର ଅଭାବ ଆଦି ସମସ୍ୟା ପୋଷ୍ଟ କୋଭିଡରେ ଦେଖା ଦେଉଥିବା ଦିଲ୍ଲୀର ମନିପାଲ ହସପିଟାଲର ପୁନିତ ଖାନ୍ନା କହିଛନ୍ତି।

ତେବେ କ୍ଲାନ୍ତି ବା ଥକ୍କା ଅନୁଭବ କରିବା ସାଧରଣ ଲକ୍ଷଣ ବୋଲି ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ କହିଛି। ଗମ୍ଭୀର ସଂକ୍ରମଣ ଦେଖା ଦେଇଥିବା ରୋଗୀଙ୍କ ଠାରେ ଏହା ୫୩ ପ୍ରତିଶତ ଦେଖା ଦିଏ ବୋଲି ଏମ୍ସର ମେଡିସିନ ବିଭାଗ ମୁଖ୍ୟ ନଭିତ ଓ୍ବିଗ କହିଛନ୍ତି।

   Related Posts