ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଭର୍ଚୁଆଲ୍ ଲ୍ୟାବ୍, ଘରେ ରହି କରିପାରିବେ ବୈଜ୍ଞାନିକ ପ୍ରୟୋଗ

Published By : Prameya-News7 Bureau | July 17, 2020 IST

ନୂଆଦିଲ୍ଲୀ, ୧୭|୦୭:  କରୋନା ଭାଇରସ ପାଇଁ ଏବେ ଅନଲାଇନ୍ ପାଠପଢାର ଚାହିଦା ବଢିଛି । ଏହା ମଧ୍ୟରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ଛାତ୍ରଙ୍କୁ ବୈଜ୍ଞାନିକ ପ୍ରୟୋଗ ପାଇଁ ଭର୍ଚୁଆଲ୍  ଲ୍ୟାବ୍‌ର ବ୍ୟବହାର କରିବାକୁ ପରାମର୍ଶ ଦେଇଛି ।

ମନ୍ତ୍ରାଳୟ ଟ୍ୱିଟ୍ କରି କହିଛି ଯେ, ଭର୍ଚୁଆଲ୍ ଲ୍ୟାବର ଉପଯୋଗ କରିବା ପାଇଁ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରର ଏହା ଏକ ଅଂଶ ଅଟେ । ଛାତ୍ରମାନେ ନିଜ ଘରେ ବିଭିନ୍ନ ବୈଜ୍ଞାନିକ ପ୍ରୟୋଗ କରିପାରିବେ । ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଆଇଆଇଟି ସମେତ ଦେଶର କିଛି ଶୀର୍ଷ ଶିକ୍ଷାନୁଷ୍ଠାନର ସହଯୋଗରେ ଏକ ନୂଆ ଟେକ୍ନୋଲୋଜୀ ଉପରେ ବିଚାର ଚାଲିଛି । ଏଠାରେ ଭର୍ଚୁଆଲ୍ ଲ୍ୟାବରେ ଛାତ୍ରଙ୍କୁ ପ୍ରାକ୍ଟିକାଲ୍ ଉପରେ ଜ୍ଞାନ ଦିଆଯିବ । ଏବେ ଏଥିରେ ୯୫୮ଟି ନୋଡାଲ ସେଣ୍ଟର୍ ଯୋଡି ହୋଇଥିବା ବେଳେ ୬,୩୧,୨୦୭ଜଣ ସାମିଲ ହୋଇଛନ୍ତି ।

ସରକାରଙ୍କ କହିବାନୁସାରେ, ଡିଜିଟାଲ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ଭର୍ଚ୍ୟୁଆଲ ଲ୍ୟାବ୍ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଖର୍ଚ୍ଚ ବଞ୍ଚିପାରିବ । କେବଳ ଉପକରଣକୁ ସିଧାସଳଖ ବ୍ୟବହାର ପାଇଁ ଭୈତିକ ଲ୍ୟାବ୍‌ ଯିବା ଆବଶ୍ୟକ । ଏହି ଭର୍ଚ୍ୟୁଆଲ୍ ଲ୍ୟାବର ଲାଭ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ଉଠାଇପାରିବେ । ଇଞ୍ଜିନିୟରିଂ ପାଇଁ ୧୦୦ରୁ ଅଧିକ ଭର୍ଚ୍ୟୁଆଲ୍ ଲ୍ୟାବରେ ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ୍‌ର ସୁବିଧା ପାଇବେ । ଛାତ୍ରଛାତ୍ରୀମାନେ ଏହି ଲ୍ୟାବରେ ବିଭିନ୍ନ ପଦାର୍ଥର ଉପଯୁକ୍ତ ମାତ୍ରା ନେଇ ପରୀକ୍ଷା କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.