କରୋନା ପାଇଁ ରାଜ୍ୟରେ ଭର୍ଚୁଆଲ ଆଇସିୟୁ ବ୍ୟବସ୍ଥା, ଅନଲାଇନ୍‌ରେ ପରାମର୍ଶ ଦେବେ ବିଶେଷଜ୍ଞ

Published By : Prameya-News7 Bureau | September 15, 2020 IST

ଭୁବନେଶ୍ୱର, ୧୫|୯ : ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗରେ ମଧ୍ୟ ରହିଛନ୍ତି । କାରଣ ସଂକ୍ରମିତଙ୍କ ଅନୁସାରେ ଆରୋଗ୍ୟ ମଧ୍ୟ ବଢୁଛି । ଏବେ ଅନେକ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ । ସରକାର ଘରେ ରହି ଚିକିତ୍ସିତ ହେବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି । ଏବେ ରାଜ୍ୟରେ ଭର୍ଚୁଆଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି ।

ସ୍ୱାସ୍ଥ୍ୟ ବିଭାଗର କହିବାନୁସାରେ, ଏବେ କରୋନା ସଂକ୍ରମିତ ହୋଇଥିବା କମ୍ ଗୁରୁତର ରୋଗୀଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ ମିଳିବ । ଅନଲାଇନରେ ବିଶେଷଜ୍ଞମାନେ ପରାମର୍ଶ ଦେବେ । ଏପ୍ରକାର ରୋଗୀଙ୍କୁ ଷ୍ଟେପଡାଉନ୍ ଆଇସିୟୁ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି କଟକ, ଭୁବନେଶ୍ୱରକୁ ରୋଗୀଙ୍କୁ କମ୍ ସ୍ଥାନାନ୍ତର ଉପରେ ଜୋର୍ ଦିଆଯିବ ।

ଏତତ୍ ବ୍ୟତୀତ ପ୍ରାଥମିକ ସ୍ତରରେ ରୋଗୀ ଜିଲ୍ଲାରେ ଆଇସିୟୁ ଓ ଏଚଡିୟୁ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.