Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଭର୍ଜିନ ହାଇପଲୁପ୍‌ର ପ୍ରଥମ ମାନବ ପରୀକ୍ଷଣ ସଫଳ, ଘଣ୍ଟା ପ୍ରତି ୧୭୨ କିମି ବେଗରେ ଦୌଡିଲା ପଡ୍

9/11/2020 at 11:01 PM

ନୂଆଦିଲ୍ଲୀ ୦୯।୧୧: ଆମେରିକାର ଡେଭଲୁପ ଟେଷ୍ଟ ଫେସିଲିଟିରେ ଭର୍ଜିନ ହାଇପରଲୁପରର ହାଇପରଲୁପ ପଡ୍ ଉପରେ ଦୌଡିଛି। ଏହି ପରୀକ୍ଷାରେ କମ୍ପାନୀର ଦୁଇ ଜଣଙ୍କୁ ଯାତ୍ରୀ ଭାବେ ହାଇପରଲୁପରେ ବସାଯାଇଥିଲା। ପଡ୍ ୧୫ ସେକେଣ୍ଡରେ ୫୦୦ ମିଟର ଦୂରତା ଅତିକ୍ରମ କରିଥିଲା ଏବଂ ଘଣ୍ଟା ପ୍ରତି ୧୭୨ କିଲୋମିଟର ବେଗରେ ଦୌଡିଥିଲା।

ଭର୍ଜିନ ହାଇପରଲୁପ ସୋମବାର କହିଛି କମ୍ପାନୀର ହାଇପରଲୁପ ପଡରେ ପ୍ରଥମ ମାନବ ପରୀକ୍ଷଣ ସଫଳ ରହିଛି। ଆମେରିକାରେ ଡେଭଲୁପ୍‌ ଟେଷ୍ଟ ଫେସିଲିଟିରେ ଏହାର ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷାରେ କମ୍ପାନୀର ଦୁଇ ଜଣ କର୍ମଚାରୀ ଯାତ୍ରୀ ଭାବେ ସାମିଲ ଥିଲେ। ସେମାନେ ୫୦୦ ମିଟରର ଯାତ୍ରା ୧୫ ସେକେଣ୍ଡରେ ପୂରା କରିଥିଲେ। ଏହି ସମୟରେ ପଡ ଘଣ୍ଟା ପ୍ରତି ୧୭୨ କିମି ବେଗରେ ଯାତ୍ରା କରିଥିଲା। ଏହି ପରୀକ୍ଷଣରେ ଯେଉଁ ଦୁଇ ଜଣ ସାମିଲ ଥିଲେ, ସେମାନେ କମ୍ପାନୀର ସିଟିଓ ଜୋଶ ଗିଗଲ ଏବଂ ପାସେଞ୍ଜର ଏକ୍ସପେରିଏନ୍ସ ଡାଇରେକ୍ଟର ସାରା ଲୁଚିୟାନ।

ହାଇପରଲୁପର ପ୍ରତିଷ୍ଠାତା ଏଲନ ମସ୍କ ୨୦୧୩ରେ ଏକ ହ୍ଵାଇଟ୍‌ପେପର ଭାବେ ହାଇପରଲୁପର ସାଧାରଣ ଡିଜାଇନକୁ ଦୁନିଆ ସମ୍ମୁଖରେ ରଖିଥିଲେ। ହାଇପରଲୁପ ଏକ ଟ୍ୟୁବ୍ ଟ୍ରାନ୍ସପର୍ଟ ଟେକ୍ନୋଲୋଜି। ଏହାରି ଆଧାରରେ ଖମ୍ଵ ଉପରେ ଟ୍ୟୁବ୍ ବିଛାଇ ଦିଆଯାଏ। ଏହା ଭିତରେ ବୁଲେଟ୍ ପରି ଲମ୍ବା ସିଙ୍ଗିଲ ବଗି ଝୁଲି ରହିଥାଏ। ଭାକ୍ୟୁମ ଟ୍ୟୁବ୍‌ରେ କ୍ୟାପସୁଲକୁ ଚୁମ୍ବକୀୟ ଶକ୍ତିରେ ଦୌଡା ଯାଏ। ବିଜୁଳି ବ୍ୟତୀତ ଏଥିରେ ସୌର ଏବଂ ପବନ ଶକ୍ତିର ମଧ୍ୟ ଉପଯୋଗ କରାଯାଇପାରେ।

   Related Posts