Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିମାନ ଯାତ୍ରା ସମୟରେ କରୋନା ହେଲେ ଚିକିତ୍ସା ପାଇଁ ୪.୮ କୋଟି ଟଙ୍କା ଖର୍ଚ୍ଚ କରିବ ଏହି ଏୟାରଲାଇନ୍ସ

25/08/2020 at 2:37 PM

ନୂଆଦିଲ୍ଲୀ ୨୫/୦୮ : ଭର୍ଜିନ ଆଟଲାଣ୍ଟିକ୍ ଏୟାରଲାଇନ୍ସ ନିଜ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଅଫର୍ ଆଣିଛି | ଏୟାରଲାଇନ୍ସ ନିଜର ସମସ୍ତ ଯାତ୍ରୀଙ୍କ ଗ୍ଲୋବାଲ ଇନ୍ସୁରାନ୍ସ (Global Insurance) କରାଇବ | ଇନ୍ସୁରାନ୍ସ ଅନୁସାରେ ପ୍ରତ୍ୟେକ ଯାତ୍ରୀଙ୍କୁ ୫ ଲକ୍ଷ ପାଉଣ୍ଡ (ପାଖାପାଖି ୪.୮ କୋଟି ଟଙ୍କା) ଯାଏଁ ଇନ୍ସୁରାନ୍ସ କଭର ଦିଆଯିବ | ଏୟାରଲାଇନ୍ସ ଅଫର ଦେଇଛି ଯେ ଯାତ୍ରା ସମୟରେ ଯଦି ତାଙ୍କର କୌଣସି ଯାତ୍ରୀ କରୋନା ଭାଇରସରେ ସଂକ୍ରମିତ ହୁଅନ୍ତି ତାହେଲେ ଚିକିତ୍ସାରେ ୪.୮ କୋଟି ଟଙ୍କା ଖର୍ଚ୍ଚ କରାଯିବ | ଏହି ଖର୍ଚ୍ଚ ଇନ୍ସୁରାନ୍ସ କମ୍ପାନୀ ବହନ କରିବ |

ଏୟାରଲାଇନ୍ସ କମ୍ପାନୀ ଯାତ୍ରୀଙ୍କ ଚିକିତ୍ସା ସହ ଜରୁରୀକାଳୀନ ଚିକିତ୍ସା ଖର୍ଚ୍ଚ, ପରିବହନ, ରହିବା ସହିତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବହନ କରିବ | କେବଳ ସେତିକି ନୁହେଁ ଯାତ୍ରା ସମୟରେ ଯଦି ତାଙ୍କର କୌଣସି ଯାତ୍ରୀଙ୍କୁ କ୍ଵାରେଣ୍ଟାଇନ କରାଯାଏ ତାହେଲେ ୩ ହଜାର ପାଉଣ୍ଡ (ପାଖାପାଖି ୨.୯୨ ଲକ୍ଷ ଟଙ୍କା) ଯାଏଁ ଖର୍ଚ୍ଚ ଇନ୍ସୁରାନ୍ସ କମ୍ପାନୀ ବହନ କରିବ | ଏୟାରଲାଇନ୍ସ ନିଜ ଗ୍ରାହକଙ୍କୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଉପଲବ୍ଧ ବୁକିଂ ସହ ଉଡାଣରେ ଦୁଇଟି ତାରିଖକୁ ବଦଳାଇବାକୁ ବିକଳ୍ପ ମଧ୍ୟ ଦେଇଛି | ଏୟାରଲାଇନ୍ସ ଅନୁସାରେ ନଭେମ୍ବର ୩୦ ତାରିଖ ପରେ ଯାତ୍ରା ତାରିଖ ବଦଳାଇଲେ ବିମାନ ଭଡାରେ ଯାହା ଅନ୍ତର ଥିବା ତାହା ଦେବାକୁ ପଡ଼ିବ |

ଭର୍ଜିନ ଆଟଲାଣ୍ଟିକ୍ ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଜୁହା ଜରଭିନେନଙ୍କ ଅନୁସାରେ ଅଗଷ୍ଟ ୨୨ ତାରିଖରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ତାଙ୍କ ଏୟାରଲାଇନ୍ସ ରୁ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଏହି ଗ୍ଲୋବାଲ ଇନ୍ସୁରାନ୍ସ କଭର ଦିଆଯିବ | ଯାତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏୟାରଲାଇନ୍ସର ପ୍ରାଥମିକ ଦାୟିତ୍ୱ ବୋଲି ସେ କହିଛନ୍ତି | ବାରବାଡୋସ ପରେ ଏୟାରଲାଇନ୍ସ ବର୍ତ୍ତମାନ ଦିଲ୍ଲୀ-ଲଣ୍ଡନ ଏବଂ ମୁମ୍ବାଇ-ଲାଗୋସ ମଧ୍ୟରେ ବିମାନ ଆରମ୍ଭ କରିବାକୁ ପ୍ରସ୍ତୁତ କରୁଛି | ଏହି ବିଶ୍ୱସ୍ତରୀୟ ବୀମା କଭର ପରେ ଲୋକେ ବିନା ଭୟରେ ନିଜ ପରିବାର ସହିତ ବିମାନରେ ଯାତ୍ରା କରିପାରିବେ |

ଏୟାରଲାଇନ୍ ଅନୁଯାୟୀ, ଭର୍ଜିନ୍ ଆଟଲାଣ୍ଟିକ୍ ଏୟାରଲାଇନ୍ସ ଟିକେଟ ବୁକିଂ କରୁଥିବା ଯାତ୍ରୀମାନଙ୍କର ଅଟୋମେଟିକ କୋଭିଡ-୧୯ ଇନ୍ସୁରାନ୍ସ କଭର ହୋଇଯିବ | ଯାତ୍ରୀମାନଙ୍କୁ ଏହି ବୀମା କଭର ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ | ଏୟାରଲାଇନ୍ସ ସ୍ପଷ୍ଟ କରିଛି ଯେ ଏହା ଡେଲଟା ଏୟାରଲାଇନ ଓ ଏୟାର ଫ୍ରାନ୍ସ ସହିତ ତାଙ୍କର ମିଳିତ ଉଦ୍ୟମ | ସେଥିପାଇଁ ଏହି ଦୁଇଟି ବିମାନରେ ଟିକେଟ୍ ବୁକିଂ କରୁଥିବା ଯାତ୍ରୀମାନଙ୍କୁ କୋଭିଡ -୧୯ ଇନ୍ସୁରାନ୍ସ କଭର ମିଳିବ |

   Related Posts